ଚା’ ରେ ଏହି 2 ଟି ଜିନିଷ ମିଶେଇ ପିଅନ୍ତୁ, ଶରୀରର ଅନେକ ରୋଗ ଦୂର ହୋଇଯିବ । Benefits of drinking tea

ବନ୍ଧୁଗଣ ଅନେକ ଲୋକ କୁହନ୍ତି ଚାହା ପିଇବା ଆମ ପାଇଁ କ୍ଷତିକାରକ । କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ । କୌଣସି ଜିନିଷର ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କ୍ଷତିକାରକ ହୋଇଥାଏ । ଠିକ ସେମିତି ଚାହା ଅଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଦିନକୁ ଥରେ କି ଦୁଇଥର ଚାହା ପାନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଦୁଇଟି ଜିନିଷ ବିଷୟରେ କହିବୁ ଯାହା ଚାହାରେ ମିଶାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହେବା ସହ ଚାହାର ସ୍ଵାଦ ମଧ୍ୟ ବଢାଇ ଦେବ ।

ଚାହାରେ ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ । ପ୍ରଥମ ଜିନିଷ ଯାହା ଆପଣ ଚାହା ବନେଇବା ସମୟରେ ନିହାତି ଭାବେ ମିଶାଇବା ଉଚିତ ତାହା ହେଉଛି ଅଦା । ଅଦା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ଇନଫ୍ଲାମେଟୋରି ତତ୍ତ୍ଵ ରହିଥାଏ । ଯାହା ଆପଣଙ୍କ ଶରୀରର ଇନଫ୍ଲେମେସନକୁ କମ୍ କରି ଯନ୍ତ୍ରଣା ମଧ୍ୟ କମାଇ ଦେଇଥାଏ ।

ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଓଜନ ମଧ୍ୟ କମ୍ କରିଥାଏ । ଦ୍ଵିତୀୟ ଜିନିଷ ଯାହା ଆପଣ ଚାହାରେ ମିଶେଇବା ଉଚିତ ତାହା ହେଉଛି ଡାଲଚିନି । ଏହାକୁ ଆମେ ମସଲା ଭାବେ ଖାଦ୍ଯରେ ପ୍ରୟୋଗ କରିଥାଉ । ହେଲେ ଡାଲଚିନି ବିଭିନ୍ନ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଚାହାର ସ୍ଵାଦ ଓ ବାସ୍ନାକୁ ବଢାଇବା ସହ ଔଷଧ ଭଳି କାମ କରିଥାଏ । ଡାଲଚିନିରେ ଆଣ୍ଟି ମାଇକ୍ରୋବାୟିକ ତତ୍ତ୍ଵ ମିଳିଥାଏ ।

ଆମ ଶରୀରରେ କୌଣସି ସଂକ୍ରମଣ ହୋଇଥିଲେ ତାହା ସହ ଲଢିବାରେ ଡାଲଚିନି ଆମକୁ ସାହାଯ୍ୟ କରେ । ଡାଲଚିନି ବ୍ଲଡ଼ ସୁଗାର, ବ୍ଲଡ଼ ପ୍ରେସର ଆଦିକୁ କମ୍ କରିବା କାମ କରିଥାଏ ।ଏହି ଦୁଇଟି ଜିନିଷ ସହ ଆପଣ ଗୁଜୁରାତିକୁ ମଧ୍ୟ ନିଜ ଚାହାରେ ମିଶେଇ ପାରିବେ । ଗୁଜୁରାତି ମଧ୍ୟ ଚାହାର ଫ୍ଲେଭରକୁ ବଢେଇ ଦେଇଥାଏ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଜନକ ହୋଇଥାଏ ।

ଗୁଜୁରାତି ଆମ ଶିରାପ୍ରଶିରା ତଥା ଶରୀରକୁ ଶକ୍ତି ଯୋଗାଇଥାଏ । ଗୁଜୁରାତି ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିବା ସହ ହଜମକ୍ରିୟାକୁ ମଧ୍ୟ ବଢାଇଥାଏ ।ଯଦି ଆପଣ ଗୋଟେ କପ୍ ଚାହା ବନାଉଛନ୍ତି ତେବେ ସେଥିରେ ମାତ୍ର ଏକ ଚାମୁଚ ଘୋରା ଯାଇଥିବା ଅଦା ମିଶାନ୍ତୁ, ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ମିଶାଇ ଚାହା ପ୍ରସ୍ତୁତ କରି ତାହାର ସେବନ କରନ୍ତୁ ।

ଏହାର ଦିନକୁ ଥରେ ବା ଅତି ବେଶିରେ 2 ଥର ସେବନ କରିବା ଦ୍ଵାରା ଶରୀର ପାଇଁ ଲାଭଦାୟକ ରହିଥାଏ । ଏହିଭଳି ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *