ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ନିଜର କ୍ଯାରିୟର ସହ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ରେ ରହିଥାନ୍ତି । ଏମିତିକି ତାଙ୍କ ସହ ଛୋଟ ବଡ ଘଟଣା କୁ ସେ ନିଜର ସୋସିଆଲ ଆକାଉଣ୍ଟ ରେ ସେୟାର କରିଥାନ୍ତି । ତେବେ ଗତ କିଛି ଦିନ ହେବ ଅନୁଭବ ନିଜର ପାରିବାରିକ ବିବାଦକୁ ନେଇ ଅଧିକ ଚର୍ଚ୍ଚା ରେ ରହୁଛନ୍ତି । ଯାହାର ସମାଧାନ ଅଳ୍ପ ମାତ୍ରା ରେ ହୋଇ ସାରିଛି ।
ତେବେ ପୁଣି ଥରେ ଅନୁଭବ ମହାନ୍ତି ନିଜର ବ୍ୟକ୍ତିଗତ ସମସ୍ଯା କୁ ନେଇ ଚର୍ଚ୍ଚା ରେ ଆସିଛନ୍ତି । କିନ୍ତୁ ଏଥର ଏହି ମାମଲା ତାଙ୍କ ପରିବାର ର ନୁହେଁ ବରଂ ତାଙ୍କ ନାଁ ରେ କେହି ଜଣେ ଫେକ ଆକାଉଣ୍ଟ ଖୋଲିଛି ଆଉ ଏହାର ଅପବ୍ୟବହାର ମଧ୍ୟ କରୁଛି । ତେବେ ଡେରି ନ କରି ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା । ସୂଚନା ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ, ଇଂଷ୍ଟାଗ୍ରାମ ରେ ଫେକ ଆକାଉଣ୍ଟ ଖୋଲା ଯିବା ନେଇ ଥାନାର ଦ୍ଵାରସ୍ଥ ହେଲେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ।
ଅନୁଭବ ଏ ନେଇ କଟକ ସାଇବର ଓ ଅର୍ଥ ନୈତିକ ଅପରାଧ ଥାନାରେ ଏତାଲା ରୁଜୁ କରିଛନ୍ତି । ତାଙ୍କ ନାଁ ରେ ଗୋଟେ ଫେକ ଆକାଉନ୍ଟ ଖୋଲି ବିଭିନ୍ନ ଡୋନେସନ ମାଗୁଥିବା ନଜରକୁ ନେଇ ଅନୁ ଭାବ ତାଙ୍କ ଏତାଲାରେ ଦର୍ଶାଇଛନ୍ତି । ଅନୁଭବ ମହାନ୍ତି କହିଛନ୍ତି ଯେ କେହି ଜଣେ ତାଙ୍କ ନାଁ ରେ ଇଂଷ୍ଟାଗ୍ରାମ ରେ ଆକାଉଣ୍ଟ ଖୋଲିଛି । ଆଉ ଏଥିରେ ୧ ଲକ୍ଷ ୯୨୪ ହଜାର ଫଲୋର୍ଷ ଅଛନ୍ତି । ଆଉ ଏହି ଆକାଉଣ୍ଟ ମାଧ୍ୟମ ରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଠାରୁ ଆର୍ଥିକ ସହାୟତା ମାଗୁଛନ୍ତି ବୋଲି ଅନୁଭବ କହିଛନ୍ତି ।
ଏପରିକି ତାଙ୍କୁ ବ୍ଲକ କରି ଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନ ଥିବା ଅନୁଭବ ନିଜ ଏତାଲାରେ ଦର୍ଶାଇଛନ୍ତି । ଏହା ସହ ଫେସବୁକ ରେ ମଧ୍ୟ ତାଙ୍କ ନାଁ ରେ ଫେକ ଆକାଉଣ୍ଟ ଖୋଲା ଯାଇଥିବା ଅନୁଭବ କହିଛନ୍ତି । ତେଣୁ ଏହାର ତଦନ୍ତ କରି ଉକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ନୁଷ୍ଠାନ ନେବା ସହ ସେହି ଫେକ ଆକାଉଣ୍ଟ କୁ ସ୍ଥାୟୀ ଭାବେ ବନ୍ଦ କରିବା ଲାଗି ଅନୁଭବ ଅନୁରୋଧ କରିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତି ଙ୍କ ସହ ଘଟିଥିବା ଏଭଳି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏର ଲାଇକ କରନ୍ତୁ, ଧନ୍ୟବାଦ ।