ବନ୍ଧୁଗଣ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଏଭଳି ସ୍ଥିତିରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳ ବିଭାଗ ପକ୍ଷରୁ ସବୁ ସୁବିଧା ଯୋଗାଇ ଦିଆଯାଇଥାଏ । ସରକାର ଟ୍ରେନ ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଅନେକ ନିୟମ ମଧ୍ୟ କରିଥାନ୍ତି । ଯାତ୍ରୀ ମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିୟମ ମାନିବା ଜରୁରୀ ଅଟେ ।
କିନ୍ତୁ ଅନେକ ସମୟରେ ଏହି ନିୟମର ଉଲଂଘନ କରିବା ଦେଖାଯିଛି । ଏନେଇ ରେଳ ବିଭାଗ ପକ୍ଷରୁ ଯାତ୍ରୀ ମାନଙ୍କ ନିମନ୍ତେ ଅନେକ ସମୟରେ ଟ୍ବିଟ ମଧ୍ୟ କରିଥାଏ । ତେବେ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଅନେକ ସମୟରେ ଯାତ୍ରୀମାନେ ନିଜର ସୁବିଧା ପାଇଁ ଚେନ ପୁଲିଙ୍ଗ କରିଥାନ୍ତି ।
ଏହି କାରଣରୁ ରେଳ ବିଭାଗକୁ ଅନେକ କ୍ଷତି ସହିବାକୁ ପଡିଥାଏ । ଚେନ ପୁଲିଙ୍ଗ କରିବା ଦ୍ଵାରା ଆର୍ଥିକ ସ୍ତରରେ କ୍ଷତି ହେବ ସହ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ । ଏହା ଯାତ୍ରୀଙ୍କ ପାଇଁ ବିପଦଜନକ ବୋଲି ପ୍ରମାଣିତ ହୋଇଛି । ଜରୁରୀକାଳିନ ସ୍ଥିତିରେ ଟ୍ରେନକୁ ରୋକିବା ପାଇଁ ପ୍ରତି ବଗିରେ ଚେନର ସୁବିଚା ଅଛି । ମାତ୍ର ଅନେକ ଲୋକ ବୀନା ଆବଶ୍ୟକତାରେ ଏହି ଚେନ ଟାଣିଥାନ୍ତି ।
ଏଥିପାଇଁ ରେଳ ବିଭାଗ ପକ୍ଷରୁ ବୀନା କିଛି କାରଣରେ ଚେନ ପୁଲିଙ୍ଗ କରିବାକୁ ବାରଣ କରାଯାଇଛି । ରେଳ ନିୟମ ଧାରା 141 ଅନୁଯାୟୀ ଯଦି କୌଣସି ବ୍ୟକ୍ତି ପର୍ଯ୍ୟାପ୍ତ ବିନା ଆଲାରାମ ଚେନ ବ୍ୟବହାର କରନ୍ତି ତେବେ ତାଙ୍କୁ 1000 ଟଙ୍କା ଜୋରିମାନା ସହ 1 ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଟ୍ରେନରେ ଛେନା ପୁଲିଙ୍ଗ ସହ ଲଗେଜକୁ ନେଇ କିଛି ନିୟମ ରହିଛି ।
ଟ୍ରେନର ନିୟମ ଅନୁଯାଇ ଏମିତି ଅନେକ ନିୟମ ଅଛି ଯାତ୍ରୀମାନେ ଯାତ୍ରା ସମୟରେ ବହନ କରିପାରିବେ ନାହି । ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ପେଟ୍ରୋଲ, ବାଣ, ଗ୍ଯାସ ସିଲିଣ୍ଡର ଭଳି ଜିନିଷ ନିଅନ୍ତୁ ନାହି । ଏଥିପାଇଁ ଆପଣଙ୍କୁ ଜେଲ ଇ ହୋଇପାରେ । ରେଳ ନିୟମର 164 ଧାରା ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ 3 ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ।
ପ୍ୟାସେଞ୍ଜର ଟ୍ରେନରେ 40ରୁ 70 କିଲୋ ଓଜନର ଜିନିଷ ନେବାକୁ ନିୟମ ଥିବା ବେଳେ ଯଦି ଆପଣ ଅଧିକ ଜିନିଷ ନେଉଛନ୍ତି ତେବେ ଅଲଗା ଫି ଜମା କରିବାକୁ ପଡିବ । ଏହା ସହ ଯାତ୍ରୀମାନେ ଟ୍ରେନରେ ସଫାସଫି ପ୍ରତି ଧ୍ୟାନ ଦେବା ଉଚିତ । ଏହା ବାଦ ବାୟୋ ଟଏଲେତରେ ଆପଣ ଯେପରି ପ୍ଲାଟିକ ବୋତଲ ବା ଅପରିଷ୍କାର ଜିନିଷ ନ ପକାନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ ।
ରାତି 10ରୁ ସକାଳ 6ଟା ପର୍ଯ୍ୟନ୍ତ ଟ୍ରେନରେ ଥିବା ସ୍ଳିପର ଓ 3ଏସି ମଝି ସିଟକୁ ଖୋଲିପାରିବେ । ଏହି ସମୟ ବାଦ ଅନ୍ୟ ସମୟରେ କେହି ସିଟ ଖୋଲିବାକୁ କହିଲେ ଆପଣ ରେଳ ଅଧିକାରୀଙ୍କୁ ଅଭିଯୋଗ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।