ଚଳନ୍ତା ଟ୍ରେନରୁ ଯଦି ମୋବାଇଲ ଫୋନ ଖସି ପଡେ! ଜାଣନ୍ତୁ କେମିତି ଫେରି ପାଇବେ ହଜିଲା ମୋବାଇଲ୍‌

ଭାରତୀୟ ରେଳ ବିଭାଗ ବିଶ୍ଵର ସର୍ବ ବୃହତ ରେଳ ବିଭାଗ ଲିସ୍ଟରେ ଚତୁର୍ଥ ସ୍ଥାନରେ ଅଛି । ଦୂର ସ୍ଥାନକୁ ଯିବାରେ ଥିଲେ ପ୍ରାୟତଃ ଭାରତୀୟମାନେ ଟ୍ରେନରେ ହିଁ ଯିବାକୁ ପସନ୍ଦ କରନ୍ତି । ଟ୍ରେନରେ ଯିବା ସମୟରେ ନିଜର ସମୟ କାଟିବା ପାଇଁ ସମସ୍ତେ ନିଜର ଫୋନର ବ୍ୟବହାର କରିଥାନ୍ତି । କିନ୍ତୁ ଥରେ ଚି-ନ୍ତା କରନ୍ତୁ ଯଦି ଆପଣଙ୍କ ଫୋନ କୌଣସି କାରଣ ବଶତଃ ଚଳନ୍ତା ଟ୍ରେନରୁ ଖସି ପଡୁଛି ତେବେ ଆପଣ ସେହିଭଳି ସ୍ଥିତିରେ କଣ କରିବେ ।

କେତେକ ଲୋକମାନେ ଚୁପ ହୋଇ ବସି ଯାଆନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ଟ୍ରେନରେ ଇମର୍ଜେନ୍ସି ବ୍ରେକ ମା-ରି-ଥା-ନ୍ତି । କିନ୍ତୁ ଏହିଭଳି ସ୍ଥିତିରେ ଏହିଭଳି କୌଣସି କାମ ସଠିକ ନୁହେଁ । ଆଜି ଆମେ ଆପଣଙ୍କୁ ଚଳନ୍ତା ଟ୍ରେନରୁ ମୋବାଇଲ ଫୋନ ପଡିଗଲେ କେମିତି ତାକୁ ପାଇବେ ସେହି ବିଷୟରେ କହିବୁ ।

ଟ୍ରେନରେ ଯାଉଥିବା ସମୟରେ ଯଦି ଅଚାନକ ଆପଣଙ୍କ ଫୋନ ଟ୍ରେନ ବାହାରେ ପଡି ଯାଉଛି ତେବେ ପ୍ରଥମେ ଆପଣ ରେଲୱେ ଟ୍ରାକ ପାଖରେ ଥିବା ପୋଲରେ ଲିଖିତ ନମ୍ବର କିମ୍ବା ସାଇଡ ଟ୍ରାକ ନମ୍ବରକୁ ନୋଟ କରି ଦିଅନ୍ତୁ । ସଙ୍ଗେ ସଙ୍ଗେ ଅନ୍ୟ ଯାତ୍ରୀଙ୍କ ସାହାର୍ଯ୍ୟରେ ଆରପିଏଫର ୧୮୨ ନମ୍ବରରେ ଫୋନ କରି ନିଜର ମୋବାଇଲ ଫୋନ ବିଷୟରେ କୁହନ୍ତୁ । ଏହି ସମୟରେ ଆପଣ କହିବେ କି ଆପଣଙ୍କ ମୋବାଇଲ ଫୋନ କେଉଁ ପୋଲ କିମ୍ବା ଟ୍ରାକ ନମ୍ବର ପାଖରେ ଖସି ପଡିଛି ।

ରେଲୱେ ପୋଲିସ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚି ଆପଣଙ୍କ ଫୋନ ଖୋଜିବାରେ ସହଜ ହେବ । ହୁଏତ ଆପଣଙ୍କ ଫୋନ ମିଳି ଯାଇପାରେ । ଆପ ରେଲୱେ ପୋଲିସ ସହ ସମ୍ପର୍କ କରି ସମସ୍ତ ଆଇନ ପ୍ରକ୍ରିୟା ପୁରା କରିବା ପରେ ନିଜର ମୋବାଇଲ ଫୋନକୁ ପୁଣି ଥରେ ଫେରି ପାଇବେ । ଆପଣ ଏହି ୧୮୨ ନମ୍ବରକୁ ଫୋନ କରି ରେଳ ବିଭାଗ ପୋଲିସକୁ ଅନ୍ୟ କିଛି ସୁବିଧା ବି ମାଗି ପାରିବେ ।

କହିବାକୁ ଗଲେ ୧୮୨ ରାଲୱେ ପ୍ରୋଟେକ୍ସନ ଫୋର୍ସ ଅର୍ଥାତ ଆରପିଏଫର ଅଲ ଇଣ୍ଡିଆ ସିକ୍ୟୁରିଟି ହେଲ୍ପଲାଇନ ନମ୍ବର ଅଟେ । ଏଥିରେ କୌଣସି ବି ସମୟରେ ଫୋନ କରି ଆପଣ ରେଳ ବିଭାଗ ସମ୍ବନ୍ଧିତ କୌଣସି ବି ସାହାର୍ଯ୍ୟ ମାଗି ପାରିବେ । ଏହା ଛଡା ଜିଆରପିର ହେଲ୍ପଲାଇନ ନମ୍ବର ହେଉଛି ୧୫୧୨ । ଏହାକୁ ମଧ୍ୟ ଫୋନ କରି ଆପଣ ସୁରକ୍ଷା ସାହାର୍ଯ୍ୟ ମାଗି ପାରିବେ । ଟ୍ରେନ ପାସେଞ୍ଜର ହେଲ୍ପଲାଇନ ନମ୍ବର ୧୩୮ ।

ଟ୍ରେନରେ ଯାଉଥିବା ସମୟରେ ଯଦି କୌଣସି ସମସ୍ୟା ଆସୁଛି ତେବେ ଏହି ନମ୍ବରରେ ଫୋନ କରି ସାହାର୍ଯ୍ୟ ମାଗି ପାରିବେ । କିନ୍ତୁ ଯଦି ବିନା କୌଣସି ଜରୁରୀ କାମ ନ ଥାଇ ଆପଣ ଯଦି ଚଳନ୍ତା ଟ୍ରେନର ଚେନ ଟାଣି ଦେଉଛନ୍ତି ତେବେ ଆପଣଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ ।

Leave a Reply

Your email address will not be published. Required fields are marked *