ଟ୍ରେନ ଟିକେଟରେ ଥିବା PNR ନମ୍ବର କଣ ସୁଚିତ କରାଇଥାଏ ?

ନମସ୍କାର ବନ୍ଧୁଗଣ । ନୂଆ ଜାଗାକୁ ଟ୍ରେନରେ ଯାତ୍ରା କରିବା ହେଲା ସହଜ । ସେ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବା କଥା ହେଉ ବା କୌଣସି କାମକୁ ନେଇ ଦୂର ଜାଗାକୁ ଯିବା କଥା ହେଉ ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତୁ । ଲୋକ ମାନେ ଏଥିପାଇଁ ମାସକୁ ଆଗରୁ ଟ୍ରେନ ଟିକେଟ ବୁକ କରିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଟିକେଟରେ ଥିବା ୧୦ ଅଙ୍କ ବିଶିଷ୍ଟ ସଂଖ୍ୟା କଣ ସୁଚାଇଥାଏ ? ତେବେ ଆସନ୍ତୁ ଜାଣିବା ସେହି ସଂଖ୍ୟା କଣ ସୂଚିତ କରିଥାଏ ।

ଟ୍ରେନ ଟିକେଟ ବୁକ କରିବା ପରେ ଯଦି କୌଣସି ବ୍ୟକ୍ତି ସିଟ ଷ୍ଟାଟସ ଜାଣିବାକୁ ଇଛା କରିଥାଏ ତେବେ ଟିକେଟ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ସଂଖ୍ୟା ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । ଟିକେଟ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ପିଏନଆର ନମ୍ବର କୁହା ଯାଇଥାଏ । ଏହି ନମ୍ବରକୁ ବ୍ୟବହାର କରି ଯାତ୍ରୀ ମାନେ ନିଜ ସିଟ କନଫର୍ମ ହୋଇଛି କି ନାହି ଜାଣି ପାରିବେ । ଯାତ୍ରୀ ମାନେ ସିଟ ୱେଟିଙ୍ଗ ବା ଆରଏସି ରେ ରହିଛି ତାହା ଜାଣି ପାରିବେ । କେବଳ ଏତିକି ନୁହେଁ ପିଏନଆର ନମ୍ବର ଅନେକ ଗୁରୁତ୍ଵ ପୂର୍ଣ୍ଣ ବହନ କରିଥାଏ ।

ଏହି ପିଏନଆର ନମ୍ବର ମନ ଇଚ୍ଛା ତିଆରି ହୁଏ ନାହି । ଏହା ପଛରେ କିଛି ସିଷ୍ଟମ ରହିଛି । କାରଣ ଏହି ପିଏନଆର ନମ୍ବର ରେ ଯାତ୍ରୀ ମାଙ୍କର ସବୁ ତଥ୍ୟ ରହିଥାଏ । ଯାତ୍ରୀ ମାନଙ୍କର ନାଁ, ଗାଁ, ଠିକଣା ଓ କେଉଁ ସ୍ଥାନକୁ ଯାତ୍ରୀ ଯାତ୍ରା କରିବାକୁ ଯାଉଛନ୍ତି ବା କେଉଁ ତାରିଖରେ ଯାତ୍ରା କରିବେ ବା ଟ୍ରେନରେ କେଉଁ ସିଟରେ ବସିବେ ଠାରୁ ଆରମ୍ଭ କରି ମୋବାଇଲ ନମ୍ବର ଏ ସବୁ ତଥ୍ୟ ପିଏନଆର ନମ୍ବର ରେ ରହିଥାଏ ।

ଯଦି ଟ୍ରେନ ଟିକେଟ ହଜିଯାଏ ତେବେ ଆପଣଙ୍କ ପିଏନଆର ନମ୍ବର ମାଧ୍ୟମରେ ସବୁ ତଥ୍ୟ ଅନ୍ୟ କାହା ହାତରେ ଲାଗିବାର ସମ୍ଭାବନା ରହିଥାଏ । ତେବେ ଏହି କ୍ଷେତ୍ର ରେ କିଭଳି ପିଏନଆର ନମ୍ବର ର ଯାଞ୍ଚ କରାଯିବ ତାହା ପ୍ରଶ୍ନ ଉଠୁଛି । ଏହା ଜାଣିବାକୁ ହେଲେ ଯାତ୍ରୀ ରେଲୱେ ୱେବସାଇଟ www.indianrail।gov.in  ସାହାଯ୍ୟରେ ପିଏନଆର ନମ୍ବର ପକାଇ ଯାଞ୍ଚ କରି ପାରିବେ । ଏହା ଛଡା ପ୍ରତେକ ରେଳ ଷ୍ଟେସନ ରେ ଇନକ୍ଵାରି କାଉଣ୍ଟର ମଧ୍ୟ ରହିଥାଏ । ଏଠାରେ ମଧ୍ୟ ଯାତ୍ରୀ ମାନେ ପିଏନଆର ନମ୍ବର ଦେଖାଇଲେ ସବିଶେଷ ତଥ୍ୟ ମିଳି ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *