ଟ୍ରେନ ଭିତରେ କାହିଁକି ବିକଳ ହୋଇ କାନ୍ଦୁଛନ୍ତି ଏହି ବୟସ୍କ ଟିଟିଇ, ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଦେଖିଥିବେ ବା ଶୁଣିଥିବେ କି ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଘଟଣା ଦେଖିବାକୁ ମିଳିଥାଏ । କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଟ୍ରେନ ରେ ଟିଟିଇ ଙ୍କୁ ଦୁର୍ବ୍ୟବହାର ହେବା ଘଟଣା । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣା ଟି ସତ୍ୟ ଅଟେ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ କଡା ନିନ୍ଦା ମଧ୍ୟ କାର ଯାଉଛି । କାନ୍ଦି କାନ୍ଦି ଭାଙ୍ଗି ପଡୁଥିବା ଯେଉଁ ବ୍ୟକ୍ତି ଜଣକ ଏହି ଭିଡିଓ ରେ ଦେଖା ଯାଉଛନ୍ତି ହେଉଛନ୍ତି ଜଣେ ଟ୍ରେନ ଟିକେଟ ନିରିକ୍ଷକ ବା ଟିଟିଇ ।

କିନ୍ତୁ ସମସ୍ତଙ୍କ ଆଗରେ ଏମିତି ବିକଳ ହୋଇ କାନ୍ଦୁଥିବାର ଭିଜୁଆଲ ନିଶ୍ଚିନ୍ତ ଭାବେ ଦର୍ଶକ ବନ୍ଧୁ ଆପଣଙ୍କୁ ବ୍ୟତି ବ୍ୟସ୍ତ କରୁଥିବ । ତାଙ୍କର କଣ ହୋଇଛି ସେ କାହିଁକି ଏମିତି ବିଲ ହୋଇଛନ୍ତି ଆପଣ ମାନେ ନିଶ୍ଚିନ୍ତ ଭାବୁଥିବେ । ଆଜ୍ଞା ହଁ ସେ ଟିକେଟ ଦେଖାଇବାକୁ କହିବାରୁ ତାଙ୍କୁ ମାଡ ମରା ଯାଇଛି । ତାଙ୍କୁ ଏଭଳି ମାଡ ମାରିଥିବା ବ୍ୟକ୍ତି ଇ ସାଧାରଣ ପୋଷ୍ଟରେ ନ ଥିଲେ ।

ସେ ବି ଥିଲେ ଜଣେ ଜିଆରପି ମାନେ ରେଳବାଇର ପୋଲିସ । ଟ୍ରେନ ଭିତରେ ଟିଟିଇ ଦିନେଶ କୁମାର ସିଂ ଙ୍କୁ ଏମିତି ହଇରାଣ କରା ଯାଇଛି । କେମିତି ତାଙ୍କୁ ଅପମାନିତ କରା ଯାଇଛି ତାହା ଏହି ଚିତ୍ର ବଖାଣୁଛି । ଏହି ସମୟରେ କିଛି ଯାତ୍ରୀ ତାଙ୍କ ପ୍ରତି କିଛି ଦୟା ମନୋଭାବ ଓ କିଛି ସମୟ ବସି ପଡିବା ଲାଗି କହିଥିଲେ ।

ହେଲେ ତାଙ୍କୁ ଯେଉଁ ଭଳି ଭାବେ ମାଡ ମରା ଯାଇଥିଲା ଏଥିରେ ସେ ପୁରା ଭାଙ୍ଗି ପଡିଥିଲେ ଓ କାନ୍ଦି ପକାଇଥିଲେ । ମାଡ ମରିଥିବା ବ୍ୟକ୍ତି ଜଣକ ଜିଆରପି ଇନ୍ସ୍ପେକ୍ଟର ସୁନୀଲ କୁମାର । ଘଟଣା ଟା ଥିଲା କିଛି ଏମିତି କି ଏକ ସରକାରୀ କାର୍ଯ୍ୟକର୍ମରେ ଯୋଗ ଦେଇ ସୁନୀଲ କୁମାର ବିହାର ର ଭାଗୋଲପୁର ଦାମ୍ପରପୁରୀ ଇଣ୍ଟରସିଟି ରେ ଫେରୁଥିଲେ ।

ଯେତେବେଳେ ବୟସ୍କ ଟିଟିଇ ଦିନେଶ କୁମାର ଟିକେଟ ଦେଖାଇବାକୁ କହିଥିଲେ ସେତେବେଳେ ସୁନୀଲ କୁମାର ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ପରେ ଦିନେଶ କୁମାର ସେ ସ୍ଥାନ ଛାଡି ଚାଲି ଯାଇଥିଲେ । ହେଲେ ପରିବର୍ତ୍ତୀ ଷ୍ଟେସନରେ ପୋଲିସ ଧିକାକରି ସୁନିଲ କୁମାର ଓ ଅନ୍ୟ ମାନେ ଟିଟିଇ ଙ୍କୁ ମାଡ ମାରିଥିଲେ ।

ସ୍ଥାନୀୟ ଯାତ୍ରୀ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଘଟଣା କୁ ନେଇ ଦିନେଶ କୁମାର ଲିଖିତ ଅଭିଯୋଗ କରିଛନ୍ତି । ରେଲୱେ ମଧ୍ୟ ଏହି ଘଟଣା ଟି ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ନିନ୍ଦନୀୟ ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *