ତୃତୀୟ ବିବାହ କରିବେ Amir Khan, ନିଜ କୋ-ଷ୍ଟାରଙ୍କ ସହ ବିବାହକୁ ନେଇ ହେଉଛି ଖୁବ ଚର୍ଚ୍ଚା

ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତା ଓ ଅଭିନେତ୍ରୀ ମାନେ ଦମଦାର ଅଭିନୟ କରି ବେଶ ଚର୍ଚ୍ଚା ରେ ରହିଛନ୍ତି । ଏମାନଙ୍କର ଅଭିନୟ ତଥା ଷ୍ଟାଇଲିସ ଅନ୍ଦାଜ, ଲୂକ ଓ ପର୍ଶନାଲିଟି କୁ ନେଇ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ଏମାନେ ରିୟଲ ଲାଇଫରେ ବିବାହକୁ ନେଇ ବେଶ ହସ ଖୁସିରେ ଥିବା ବେଳେ ଅନ୍ୟ କିଛି କଳାକାର ମାନେ ବିବାହକୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଷ୍ଟାର ଅମିର ଖାନ ପୁଣି ଥରେ ନିଜର ମ୍ୟାରେଜକୁ ନେଇ ଚର୍ଚ୍ଚା ରେ କଣ ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ବଲିଉଡ ଷ୍ଟାର ଅମିର ଖାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ଆକ୍ସନ, ଷ୍ଟାଣ୍ଡ ଓ ପର୍ଶନାଲିଟି କୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ତେବେ ଅମିର ଖାନଙ୍କୁ ନେଇ ବର୍ତ୍ତମାନ ବଡ ଖବର ଆସିଛି ।

ସୂଚନା ମୁତାବକ ମିଷ୍ଟାର ପ୍ରଫେକ୍ଟ ଅମିର ଖାନ ପୁଣି ଥରେ ବାହା ହେବେ । ସେ ପୁଣି ଥରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା ଚାଲିଥିବା ବେଳେ ଏହି କୋ-ଷ୍ଟାରଙ୍କୁ ନେଇ ଘର ସଂସାର କରିବାକୁ ଚାହୁଛନ୍ତି ଅମିର ଖାନ ।

ବ୍ୟକ୍ତିଗତ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମିଷ୍ଟର ପ୍ରଫେକ୍ଟ ଆଉ ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିବାହର ୧୫ ବର୍ଷ ପରେ ଅମିର ନିଜର ଦିତୀୟ ସ୍ତ୍ରୀ କିରଣ ରାଓଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ତୃତୀୟ ବିବାହ ଖବର ଶୁଣିବାକୁ ମିଳୁଛି । ସେ ତାଙ୍କର କୋ-ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚଳାଇଛି । ସେ ତାଙ୍କର ଆଗାମୀ ଫିଲ୍ମ “ଲାଲ ସିଂ ଚଡ୍ଡା” ପାଇଁ ବ୍ୟସ୍ତ ଅଛନ୍ତି ।

ଏହି ଫିଲ୍ମରେ ସେ ଅଭିନେତ୍ରୀ କରିନା କପୁରଙ୍କ ସହ ନଜର ଆସିବେ । ସେ ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ଥିବା ବେଳ ତୃତୀୟ ବିବାହକୁ ନେଇ ମଧ୍ୟ ବ୍ୟସ୍ତ ଅଛନ୍ତି ବୋଲି ସୂତ୍ରରୁ ଜଣା ପଡିଛି । ଫିଲ୍ମ ରିଲିଜ ହେବା ପରେ ଅମିର ନିଜର ତୃତୀୟ ବିବାହର ଘୋଷଣା କରିବେ ବୋଲି ଜଣା ପଡିଛି । ଏହି କଥାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଜଣା ପଡିବ । ସେ ପ୍ରଥମେ ରିନା ଦତ୍ତଙ୍କୁ ବିବାହ କରିବା ପରେ କିଛି ବର୍ଷ ପରେ ଅଲଗା ହୋଇ ଯାଇଥିଲେ ।

ଏହା ପରେ ୨୦୦୫ରେ କିରଣ ରାଓଙ୍କ ସହ ଦିତୀୟ ବିବାହ କରିଥିଲେ । ଅମିର ଓ କିରଣଙ୍କର ଗୋଟିଏ ପୁଅ ଥିବାବେଳେ ଦୁହେଁ ବିବାହର ୧୫ ବର୍ଷ ପରେ ଉଭୟଙ୍କ ସମ୍ମତିରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅମିର ଖାନଙ୍କ ତୃତୀୟ ବିବାହକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *