ଘରେ ହେବ ଧନର ବର୍ଷା, ବାସ ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ ଏହି ଚମତ୍କାରୀ ଗଛ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ ।

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ଘରେ ଯେଉଁ ତୁଳସୀ ଗଛ ଲାଗିଥାଏ ତାହା ଘର ପାଇଁ ବହୁତ ଶୁଭ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ପାଖରେ ଏହି ଗଛ ଲଗାଇବା ଦ୍ଵାରା ଘରେ ଧନ ର ବର୍ଷା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ବନ୍ଧୁଗଣ ତୁଳସୀ ଗଛ କୁ ପୂଜା କରିବା ଦ୍ୱାରା ଆମ ମନ କୁ ଶାନ୍ତି ମିଳିଥାଏ ଓ ଆମର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ତୁଳସୀ ଗଛ କୁ ସଠିକ ବିଧି ଦ୍ଵାରା ପୂଜା କରିବା ଦ୍ୱାରା ଆମର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଇଥାଏ ।

ଯଦି ଆପଣଙ୍କ ଘରେ ଝଗଡା ହେଉଛି ତେବେ ଆପଣ ଦୁଇ କିମ୍ବା ଚାରୋଟି ତୁଳସୀ ପତ୍ର ନେଇ ତାହାକୁ ଏକ ପାତ୍ର ରେ ପାଣି ନେଇ ସେଥିରେ ବୁଡାଇ ଘର ର ଚାରିପଟେ ସିଞ୍ଚନ କରନ୍ତୁ ଆପଣ ଦେଖିବେ କିଛି ସମୟ ମଧ୍ୟରେ ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ଦେଖା ଦେବ । ଆପଣଙ୍କ ଘରେ ସକରାତ୍ମକ ଶକ୍ତିର ଅନୁଭବ ହେବ । ତୁଳସୀ ଗଛ ରେ ପ୍ରତିଦିନ ସକାଳୁ ଗାଧୋଇ ଜଳ ଅର୍ପଣ କଲେ ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ଅନ୍ତ ଘଟିଥାଏ । ଆପଣଙ୍କ ଘର ସୁଖ ସମୃଦ୍ଧି ରେ ପୁରି ଉଠିଥାଏ ।

ଆପଣଙ୍କ ର ପୂର୍ବରୁ ଯେଉଁ ସବୁ ସମସ୍ୟା ଲାଗି ରହିଥାଏ ତାହାର ମଧ୍ୟ ଅନ୍ତ ଘଟିଥାଏ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ ଯେଉଁ ସ୍ଥାନ ରେ ତୁଳସୀ ଗଛ ଲଗା ଯାଇଥାଏ ସେହି ସ୍ଥାନ ର ପାଖରେ ଅନେକ ଗଛ ଉଠିଥାଏ କିମ୍ବା ସେହି ତୁଳସୀ ଗଛ ର ମଞ୍ଜି ପଡି ସେଥିରୁ ନୂତନ ତୁଳସୀ ଗଛ ଜନ୍ମ ନେଇଥାଏ । କିନ୍ତୁ ତୁଳସୀ ଗଛ ପାଖରେ ଅନେକ ସମୟ ରେ ବିଭିନ୍ନ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ ରହିଥିବାର ଦେଖା ଯାଇଥାଏ । ଏହି ଗଛ ମଧ୍ୟ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ଆପଣ ଗୁରୁବାର ଦିନ ଗାଧୋଇ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ପରେ ଆପଣ ସବୁ ଦିନ ଭଳି ସେହି ତୁଳସୀ ଗଛ ମୂଳ ରେ ଜଳ ଅର୍ପଣ କରନ୍ତୁ । ଏହା ପରେ ସେହି ତୁଳସୀ ଗଛ ପାଖରେ ଥିବା ସେହି ଗୁଳ୍ମ ଉଦ୍ଭିଦ କୁ ନେଇ ଆସନ୍ତୁ ଓ ଗଙ୍ଗା ଜଳ ରେ ଧୋଇ ଦିଅନ୍ତୁ । ଏହା ପରେ ତାହାକୁ ଆପଣଙ୍କ ର ଠାକୁର ଘରକୁ ନେଇ ଯେପରି ଆପଣ ପୂଜା କରନ୍ତୁ ସେହିପରି ପୂଜା କରନ୍ତୁ ଓ ପୂଜା ସରିବା ପରେ ଏହାକୁ ଆପଣଙ୍କ ର ଧନ ରଖୁଥିବା ସ୍ଥାନ ରେ ନେଇ ରଖିଦିଅନ୍ତୁ । ଏହା ପରେ ଆପଣ ଦେଖିବେ ଆପଣଙ୍କ ଘରେ କେବେ ମଧ୍ୟ ଧନ ର ଅଭାଵ ରହିବ ନାହିଁ । ଆପଣଙ୍କ ଘରେ ଧନ ର ବର୍ଷା ହେବ । ଆପଣଙ୍କ ଘର ସୁଖ ଶାନ୍ତି ରେ ପୁରି ଉଠିବ ।

Leave a Reply

Your email address will not be published. Required fields are marked *