ତୁଳସୀ ମାତା କିଏ ? ସେ କିପରି ବୃନ୍ଦାବତୀ ମା’ ଭାବେ ପୂଜା ପାଇଲେ ? Dharm Grantha

ତୁଳସୀ ବୃକ୍ଷ ବହୁତ ପବିତ୍ର ବୃକ୍ଷ ହୋଇଥାଏ । ଏହି ବୃକ୍ଷରେ ଧାର୍ମିକ ଏବଂ ଔଷଧୀୟ ଗୁଣ ମଧ୍ୟ ଭରି ହୋଇ ରହିଛି । ତୁଳସୀ ବୃକ୍ଷରେ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଏହା ଏକ ପୂଜନୀୟ ବୃକ୍ଷ ହୋଇଥାଏ । ପ୍ରତ୍ଯେକଟି ହିନ୍ଦୁ ଘରେ ତୁଳସୀ ବୃକ୍ଷ ଘର ଅଗଣାରେ ଶୋଭା ପାଉଥାଏ । ପ୍ରତ୍ଯେକ ଦିନ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରିବା ସହ ଉଚିତ ବିଧିବିଧାନ ଭାବେ ପୂଜା କରିଲେ । ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ ।

ତେବେ ବନ୍ଧୁଗଣ ଏହି ତୁଳସୀ ମାତା କିଏ ଅଟନ୍ତି ଆଜି ସେହି ସମ୍ପର୍କରେ ଏଠାରେ ଜାଣିବା । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଆମେ ଯେଉଁ ତୁଳସୀ ବୃକ୍ଷକୁ ମାତା ରୂପେ ପୂଜା କରୁଛୁ । ତାହା ପୂର୍ବ ଜନ୍ମରେ ଏକ ମହିଳା ଥିଲେ, ଯାହାଙ୍କ ନାମ ବୃନ୍ଦା ଥିଲା । ତାଙ୍କ ଜନ୍ମ ରାକ୍ଷସ କୁଳରେ ହୋଇଥିଲା । ବୃନ୍ଦା ଛୋଟ ବେଳରୁ ଭଗବାନ ନାରାୟଣଙ୍କ ପୂଜାପାଠ କରୁଥିଲେ । ବୃନ୍ଦା ବଡ ହେବା ପରେ ତାଙ୍କ ବିବାହ ରାକ୍ଷସ କୁଳର ଦାନବ ରାଜା ଜଲନ୍ଧରଙ୍କ ସହ ହୋଇଥିଲା ।

ଜଲନ୍ଧର ସମୁଦ୍ରରୁ ଉତ୍ପନ ହୋଇଥିଲେ । ବୃନ୍ଦା ଜଣେ ପତିବ୍ରତା ସ୍ତ୍ରୀ ଥିଲେ । ଏକଦା ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଜଲନ୍ଧର ଯୁଦ୍ଧକୁ ଯିବା ପୂର୍ବରୁ ବୃନ୍ଦା ତାଙ୍କୁ କହିଥିଲେ । ସ୍ଵାମୀ ଆପଣ ଯୁଦ୍ଧରୁ ଫେରିବା ପର୍ଯ୍ୟନ୍ତ ଆପଣଙ୍କ ବିଜୟ ପାଇଁ ମୁଁ ପୂଜାପାଠ କରୁଥିବି । ଆପଣ ଯୁଦ୍ଧରୁ ନଫେରିବା ପର୍ଯ୍ୟନ୍ତ ମୁଁ ମୋର ସଂକଳ୍ପ ଭାଙ୍ଗିବି ନାହିଁ । ବୃନ୍ଦାଙ୍କର ନିଜ ସ୍ଵାମୀ ପାଇଁ କରିଥିବା ନିଷ୍ଠା ବ୍ରତ କାରଣରୁ ଦେବତା ମାନେ ମଧ୍ୟ ଜଲନ୍ଧରକୁ ହରାଇ ପାରିନଥିଲେ ।

ସବୁ ଦେବତା ହାରିବା ପରେ ଭଗବାନ ନାୟରଣଙ୍କ ନିକଟକୁ ଯାଇ ଜଳନ୍ଧରକୁ ହରାଇବାର ପ୍ରାର୍ଥନା କରିଥିଲେ । ତେବେ ଉତ୍ତରରେ ଭଗବାନ ବିଶନୁ କହିଥିଲେ । ବୃନ୍ଦା ମୋର ପରମ ଭକ୍ତ ଅଟେ । ମୁଁ ତା’ ସହ ଛଳ କରିପାରିବି ନାହିଁ । ଦେବତା ମାନଙ୍କ ପାଖରେ ଜଳନ୍ଧରକୁ ହରାଇବାର ଆଉ କୌଣସି ଉପାୟ ନଥିବାରୁ ଭଗବାନ ବିଶନୁ ଜଳନ୍ଧରର ରୂପ ଧାରଣ କରିଥିଲେ । ତାପରେ ପ୍ରଭୁ ବୃନ୍ଦାର ଘରେ ଯାଇ ପହଞ୍ଚିଯାଇଥିଲେ ।

ଯେତେବେଳେ ବୃନ୍ଦା ନିଜ ସ୍ଵାମୀ ଜଳନ୍ଧରକୁ ଦେଖିଲା ସେ ନିଜର ବ୍ରତ ଭାଙ୍ଗିଦେଲା । ବୃନ୍ଦାର ସଂକଳ୍ପ ଭାଙ୍ଗିବା ମାତ୍ରେ ହିଁ ଯୁଦ୍ଧରେ ଦେବତା ମାନେ ଜଳନ୍ଧରକୁ ମାରି ତା’ ର ମୁଣ୍ଡକୁ ଫୋପାଡି ଦେଲେ । ଯେଉଁ ମୁଣ୍ଡ ଆସି ବୃନ୍ଦା ନିକଟରେ ପଡିଲା । ନିଜ ସ୍ଵାମୀର କଟା ମୁଣ୍ଡକୁ ଦେଖି ବୃନ୍ଦା ଆଶ୍ଚର୍ଯ୍ୟ ହୋଇଗଲା । ପାଖରେ ଜଳନ୍ଧର ରୂପରେ ଠିଆ ହୋଇଥିବା ବ୍ୟକ୍ତି କିଏ ପଚାରିବାରୁ ପ୍ରଭୁ ବିଶନୁ ନିଜ ରୂପକୁ ଚାଲି ଆସିଲେ ।

ବୃନ୍ଦା ସବୁ ବୁଝି ସାରିବା ପରେ କ୍ରୋଦ୍ଧ ବଶତଃ ଭଗବାନ ବିଶନୁଙ୍କୁ ଅଭିଶାପ ଦେଇ ଏକ ପଥର କରିଦେଲେ । ଏହା ଶୁଣି ମାତା ଲକ୍ଷ୍ମୀ କ୍ରନ୍ଦନ କରିବା ଦେଖି ବୃନ୍ଦା ନିଜ ଅଭିଶାପ ଫେରାଇ ପ୍ରଭୁ ବିଶନୁଙ୍କୁ ପଥରରୁ ପୁନଶ୍ଚ ଆଗ ପରି କରିଦେଲେ । ତାପରେ ବୃନ୍ଦା ନିଜ ସ୍ଵାମୀଙ୍କ ମୁଣ୍ଡ ନେଇ ସତୀ ହୋଇଗଲେ । ସେହି ପାଉଁଶରୁ ଏକ ବୃକ୍ଷ ବାହାରିଲା । ପ୍ରଭୁ ବିଶନୁ ସେହି ବୃକ୍ଷର ନାମ ତୁଳସୀ ରଖିଲେ ।

ଏଥିସହ ପ୍ରଭୁ ନିଜର ଏକ ଅବତାର ପଥର କରି ତାହାର ନାମ ଶାଳଗ୍ରାମ ରଖିଲେ । ତୁଳସୀ ବୃକ୍ଷ ସହ ଶାଳଗ୍ରାମକୁ ଏକାଠି ରଖି ପୂଜା କରାଯିବ ବୋଲି ପ୍ରଭୁ ନାରାୟଣ କହିଲେ ।  ଏଥିସହ ଭଗବାନ ବିଶନୁ ବିନା ତୁଳସୀର ଭୋଗ ସ୍ଵୀକାର କରିବେ ନାହିଁ ବୋଲି କହିଥିଲେ । ସେବେଠାରୁ ତୁଳସୀ ମାତାର ପୂଜା ସମସ୍ତେ କରିବାକୁ ଲାଗିଲେ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *