Headmistressଙ୍କ ଦାଦାଗିରି, ପିଲାକୁ ଦେଲେନି ଅଣ୍ଡା ଆଉ ନଳ କୁଅରେ ହାତ ଚାପି….ଦେଖନ୍ତୁ Video

ଦିଦି ଖାଇବାକୁ ଅଣ୍ଡା ଦେଲେ ନାହି ନଳ କୁଅରେ ଆଙ୍ଗୁଠି ଚାପି ହୋଇଗଲା ଦିଦି ମେଡିକାଲ ନେଲେ ନାହି । ଆଙ୍ଗୁଠି ଫାଟି ଯାଇଛି ବୋଲି ଘର ଲୋକଙ୍କୁ ଜଣାଇଲେ ନାହି । ଓଲଟି କହିଲେ ପିଲାଟି ଦୁଷ୍ଟ ହେଉଛି ପାଠ ପଢୁନି ତାକୁ ଡରାଇବା ପାଇଁ ଅଣ୍ଡା ଦେଲିନି । ଅନ୍ୟ ଲୋକଙ୍କ ଠାରୁ ଖବର ପାଇ ମା ଆସି ଦେଖିଲା ବେଳକୁ ପୁଅର ହାତ ଏମିତି ହୋଇ ଯାଇଛି । ମା ପିଲାକୁ ଛାଡିଥିଲା ଭଲ ପାଠ ପଢିବ ସାଙ୍ଗ ସାଥିଙ୍କ ମେଳରେ ରହିବ । ସରକାର ଯୋଜନା କରିଛନ୍ତି ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଆଯିବ ଅଣ୍ଡା ଦିଆଯିବ ।

ହେଲେ ଦିଦି ପିଲାକୁ ୪-୫ ପାଳି ଧରି ଅଣ୍ଡା ନ ଦେଇ ତାକୁ ଡାଲି ପାଣି ଦେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଲକ୍ଷ୍ମୀ ନାରାୟଣପୁର ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ । କୁନି ପିଲାଟି ହେଉଛି ୨ୟ ଶ୍ରେଣୀର ଛାତ୍ର । ଗତ ଗୁରୁବାର ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରମା ଶବର ପିଲାକୁ ଅଣ୍ଡା ନ ଦେଇ ଖାଲି ଭାର ଡାଲି ପାଣି ଦେଇ ଆସୁଛନ୍ତି ।

ଏ ଖବର ବିଷୟରେ ଜାଣିବା ପାଇଁ ଗଣ ମାଧ୍ୟମ ପହଞ୍ଚିବା ପରେ ଶିକ୍ଷୟତ୍ରୀ କହୁଛନ୍ତି ଏ ସବୁ ମୋ ନାଁ ରେ ମିଥ୍ୟା ଅଭିଯୋଗ ହୋଇଛି ଆଉ ଫୋଟୋ ଉଠାଇ ରଖୁଛନ୍ତି ସାମ୍ବାଦିକ ମାନଙ୍କର । ଦିଦି ଖାଲି ପିଲା କୁ ଅଣ୍ଡା ଖାଇବା ଦେଉ ନାହାନ୍ତି ତାହା ନୁହେଁ ବରଂ ତାଙ୍କ କାର୍ଯ୍ୟ କଳାପ କୁ ନେଇ ପୁରା ଗ୍ରାମବାସୀ ଅସନ୍ତୁଷ୍ଟ ଅଛନ୍ତି । ଏହି ସରକାରୀ ସ୍କୁଲରେ ପ୍ରଥମ ରୁ ୫ମ ଯାଏଁ ପିଲା ପାଠ ପଢୁଥିବା ବେଳେ ଏଠାରେ ମୋଟ ପିଲା ଙ୍କ ସଂଖ୍ୟା ମାତ୍ର ୧୭ ଜଣ ।

ଗାଁ ଲୋକଙ୍କ କହିବ କଥା ଦିଦି ଭଲ ପାଠ ପଢାନ୍ତି ନାହି କି ପିଲା ଙ୍କ ନାଁ ରେ ଆସୁଥୀବା ଅଣ୍ଡା ଠିଆ ଭାବେ ଖାଇବାକୁ ଦିଅନ୍ତି ନାହି । ମନ ଇଚ୍ଛା କେତେବେଳେ ଦିନ ୨ଟା ରେ ତ ଆଉ କେତେବେଳେ ଦିନ ୩ଟା ରେ ସ୍କୁଲ ଛୁଟି କରି ଘରକୁ ଚାଲି ଯାଇଥାନ୍ତି । କୁନି କୁନି ପିଲା ଙ୍କୁ ହସ ଖୁସି ରେ ପାଠ ପଢାଇବା ବଦଳରେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି ଦିଦି ଜଣକ । ଗଣ ମାଧ୍ୟମ ପହଞ୍ଚିବା ପରେ ଦିଦି ପୁରା ଗରମ ଦେଖାଉଛନ୍ତି ଆଉ ନିଜର ପରିଚୟ ବି ଦେଉ ନାହାନ୍ତି ।

ତେବେ ଦିଦି ଙ୍କର ଏଭଳି କାର୍ଯ୍ୟ କଳାପ କେତେ ଦୂର ଗ୍ରହଣୀୟ ତାହା ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ । ଦିଦି ଜଣକ ପିଲା ର ହାତ କାଟିବାକୁ ନେଇ କହିଛନ୍ତି କି ମଧ୍ୟାହ୍ନ ଭୋଜନ ସମୟରେ ହାତ ଧୋଇବା ଯାଉଥିବା ସମୟରେ ତା ହାତ ଅଳ୍ପ କାଟି ଯାଇଛି । ଆମେ ଔଷଧ ଲଗାଇ ଦେଉଛି କିଛି ଅସୁବିଧା ନାହି । ତେବେ ଦିଦି ଏତେ ଦୋଷ କରି ବି ନିଜ ଦୋଷ ମାନୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *