Varsha ଚାବି ଫେରାଇବା ପରେ ନିଜ ଘରେ ପହଞ୍ଚିଲେ Anubhav, ଘରକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ, ଦେଖନ୍ତୁ video

ସରିଲା ଫିଲ୍ମ ଲଭ ଇନ ଲଣ୍ଡନ ର ଶୁଟିଙ୍ଗ । ଆଉ ସକାଳୁ ସକାଳୁ ଚାବି ନେଇ ଘରେ ପହଞ୍ଚିଲେ କେନ୍ଦ୍ରାପଡା ସାଂସଦ ତଥା ସୁପର ଷ୍ଟାର ଅନୁଭବ ମହାନ୍ତି । ଘରେ ପାଦ ଦେବା କ୍ଷଣୀ ବେସ ଭାବ ବିହ୍ଵଳ ହୋଇ ପଡିଥିଲେ ଅନୁଭବ ମହାନ୍ତି । କାରଣ ଯେଉଁ ଘରେ ତାଙ୍କର ପିଲା ଦିନ କଟିଥିଲା ସେହି ଘରକୁ ପସିବାକୁ କୁଆଡେ ତାଙ୍କୁ ବାରଣ କରା ଯାଇଥିଲା । ଆଉ ଆଜି ସବୁ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଚାବି ମିଳିଛି ।

ଆଉ ଚାବି ନେଇ ସେହି ଘରକୁ ଫେରିଛନ୍ତି । ଆଉ ଘରକୁ ପସୁ ପସୁ ବାମ ଓ ଡାହାଣ ପାଖ ଦ୍ଵାରକୁ ଜୁହାର କରିଛନ୍ତି । ଆଉ ଦୁଆର ବନ୍ଧ ମାଟି ନେଇ ମୁଣ୍ଡରେ ମାରିଛନ୍ତି କାରଣ ଏହି ଘରେ ସେ ପିଲାବେଳେ କାତିଛନ୍ତି । ଆଉ ଏହି ଘରେ ତାଙ୍କର ଅନେକ ସ୍ମୃତି ସଜାହୋଇ ରହିଛି । ଯାହାକୁ ଫେରିବା ପାଇଁ ସେ ଆଜି ସକାଳୁ ପହଞ୍ଚିଛନ୍ତି ।

କାମରୁ ଟିକେ ବିଶ୍ରାମ ପାଇବା ପରେ ରାତି ନ ପାହୁଣୁ ନିଜ ବାସ ଭବନରେ ପହଞ୍ଚି ଥିଲେ ଅନୁଭବ ମହାନ୍ତି । ଯେଉଁ ଘରେ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ରହୁଥିଲେ । ବେସ ବାଦ ବିବାଦ ପରେ ବର୍ଷା ଚାବି ଫେରାଇ ଥିଲେ ଆଉ ଚାବି ପାଇ ଆଜି କାମ ସରିବା ପରେ ଅନୁଭବ ନିଜେ ସକାଳୁ ସକାଳୁ ସେହି ଘରକୁ ଯାଇଛନ୍ତି ଯେଉଁ ଘରେ ତାଙ୍କ ମା ହାତ ତିଆରି ରୋଷେଇ ଖାଇଥିଲେ, ବାପର ଆକଟ ସହିଥିଲେ, ଭାଇ ସହ ମିଶି ତଳ ଉପର ହୋଇ ଖେଳୁଥିଲେ ।

ଆଉ ଏତିକି ବେଳେ ଅନୁଭବ ବେସ ଭାବ ବିହ୍ଵଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି । ଆଖିରୁ ଅମାନିଆ ଲୁହ ଗୁଡାକ ବୋହି ଆସିଛି । ହଁ ଦର୍ଶକ ବନ୍ଧୁ କ୍ୟାମେରା ଆଗରେ ଅନୁଭବ ଯେତେ ଲୁଚାଇବାକୁ ଚେଷ୍ଟା କରିଲେ ବି ତାଙ୍କ ଲୁହ ବାରି ହୋଇ ପଡୁଛି । କାରଣ ଏ ଘର ସହ ତାଙ୍କ ଭାବ ଓ ଆବେଗ ଯୋଡି ହୋଇ ରହିଛି । ଏହି ଘର ସହ ତାଙ୍କର ଇମୋସନାଲ ସ୍ମୃତି ଯୋଡି ହୋଇ ରହିଛି ।

ଆମେ ଆପଣଙ୍କୁ ମନେ ପକାଇବାକୁ ଚାହୁଛୁ ନଭେମ୍ବର 2 ସୁଧା ଅନୁଭବଙ୍କ ଘର ଚାବି ଫେରାଇବାକୁ କୋର୍ଟ ବର୍ଷା ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ଚାବି ଅନୁଭବ ବା ତାଙ୍କ ଓକିଲ ଙ୍କୁ ଫେରାଇବାକୁ କୋର୍ଟ ରାୟ ଦେଇଥିଲେ । ଯଦି ଅନୁଭବ ଚାବିକୁ ଗ୍ରହଣ ନ କରନ୍ତି ତେବେ ବର୍ଷା କୋର୍ଟରେ ଜମା କରିବାକୁ ଏସଡିଜିଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆଉ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ବର୍ଷା ଚାବି କୋର୍ଟରେ ଫେରାଇ ଥିଲେ । ଆଉ କୋର୍ଟରୁ ଚାବି ଆଣି ଅନୁଭବ ନିଜ ଘରକୁ ଫେରିଛନ୍ତି । ଫିଲ୍ମ ଶୁଟିଙ୍ଗ ପରେ ଫେରିଛନ୍ତି ଅନୁଭବ ସତ କିନ୍ତୁ ଆଖିରୁ ଧାର ଧାର ହୋଇ ଲୁଇହ ବୋହି ଯାଉଛି । ବାସ୍ତବରେ ଜଣେ ସୁପର ଷ୍ଟାରଙ୍କ ଦୁଖ ସ୍ପଷ୍ଟ ବାରି ହୋଇଯାଉଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *