Weather Update: କାଲିଠୁ ଛେଚିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ବନ୍ଧୁଗଣ ରାଜ୍ୟରେ ପୁଣି ପଶ୍ଚିମ ଝଡର ପ୍ରଭାବ ଦେଖିବାକୁ ମିଳିପାରେ । ଆସନ୍ତା କାଲି ଠାରୁ କିଛି ଜିଲ୍ଲା ଆରେ ବର୍ଷା ହେବାର ଆଶଙ୍କା ରହିଛି । ଦେଶର ଉତ୍ତର- ପଶ୍ଚିମ ଭାଗରେ ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟ ର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଆସନ୍ତା ୨୫ ତାରିଖ ଠାରୁ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ସେହିଭଳି କିଛି ଜିଲ୍ଲା ରେ ବିଜୁଳି ଘଡଘଡି ବର୍ଷା ନେଇ ଚେତାବନୀ ଜାରି କରା ଯାଇଛି । ଆସନ୍ତା ୨୫ ତାରିଖରେ ରାଜ୍ୟକୁ ଆଉ ଏକ ପଶ୍ଚିମା ଝଡ ଆସୁଥିବା ନେଇ ସୂଚନା ରହିଛି । ପ୍ରକୃତରେ ପଶ୍ଚିମା ଝଡର ପ୍ରଭାବ ଅଧିକ ଦିନ ଯାଏଁ ରହେ ନାହି । କିନ୍ତୁ ଚଳିତ ବର୍ଷ ବିଶେଷ କରି ଫେବୃଆରୀ ମାସ ଆରମ୍ଭରୁ ଏହାର ପ୍ରଭାବ ଅଧିକ ରହିଛି । ଏହାର ପ୍ରଭାବରେ ଓଡିଶାରେ ମଧ୍ୟ ପଡୁଛି

। ଯାହା ଫଳରେ ଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନ ରେ ବର୍ଷା ର ପରିମାଣ ଅଧିକ ଦେଖା ଯାଉଛି । ଆଭନ୍ତରଣୀୟ ପାଣିପାଗ ବିଭାଗ ପକ୍ଷ ରୁ ୱାର୍ନିଙ୍ଗ ମଧ୍ୟ ଜାରି ହୋଇଥିଲା । ଆସନ୍ତା ୨୪ ତାରିଖରୁ ବର୍ଷା ଆରମ୍ଭ ହେବ ସହ ପାଖାପାଖି ୩ରୁ ୪ ଦିନ ଯାଏଁ ଲାଗି ରହିବ । ପଶ୍ଚିମା ଝଡର ପରଭାବରେ ଆଜି ଓ ଆସନ୍ତା କାଲି ବର୍ଷା କିଛି ଜିଲ୍ଲାରେ ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ରେ ହିମାଳୟ ଓ ତାର ଆଖପାଖ ଅଞ୍ଚଳରେ ଆଉ ଏକ ପଶ୍ଚିମା ଝଡ ସୃଷ୍ଟି ହେବ ।

ଏହାର ପ୍ରଭାବରେ ଆସନ୍ତା ୨୫,୨୬, ୨୭ ତାରିଖରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି । ରାଜ୍ୟରେ ଶୀତ ଲହରୀ କମ ହୋଇଥିଲେ ମଧ୍ୟ ବର୍ଷା ପରିମାଣ ଏମିତି ଲାଗି ରହିବ । ଆସନ୍ତା ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମା ଝଡର ପ୍ରଭାବ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି । ସକାଳ ସମୟରେ କିଛି ଜିଲ୍ଲା ରେ କୁହୁଡି ଦେଖା ଯାଇଛି । କିଛି ଜିଲ୍ଲା ଗୁଡିକରେ ଅତ୍ୟଧିକ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *