ୟୁଟ୍ୟୁବର ସବୁ ରେକର୍ଡ ଭାଙ୍ଗିଲା Manike Mage Hithe…. ସୋସିଆଲ ମିଡିଆରେ ହଇ ଚଇ ସୃଷ୍ଟି କଲେ Yohani

ବର୍ତ୍ତମାନ ପୁରା ଦୁନିଆରେ କେବଳ ଗୋଟିଏ ହିଁ ଗୀତ ଶୁଣିବାକୁ ମିଳୁଛି । ସମସ୍ତଙ୍କ ମୁହଁରେ ଓ ମୋବାଇଲରେ କେବଳ ଏହି ଗୀତ ମାନିକେ ମାଗେ ହିତେ । ବହୁତ କମ ଲୋକମାନେ ଏହି ଗୀତକୁ ବୁଝି ପାରୁଛନ୍ତି । କିନ୍ତୁ ପ୍ରାୟତଃ ଲୋକମାନେ ଏହି ଗୀତକୁ ବୁଝି ପାରୁ ନାହାନ୍ତି ତଥାପି ଏହାର ମ୍ୟୁଜିକ ସେମାନେଙ୍କୁ ମତୁଆଲା କରି ଦେଇଛି । ଏହି ଗୀତଟିକୁ ଶ୍ରୀଲଙ୍କାର ସିଂହଳୀ ଭାଷାରେ ଗାନ କରାଯାଇଛି । ତଥାପି ଏହା ସମସ୍ତଙ୍କୁ ପସନ୍ଦ ଆସୁଛି ।

ଏହି ଗୀତକୁ ବୁଝି ନ ପାରୁ ଥିଲେ ବି ସୋସିଆଲ ମିଡିଆରେ ଏହି ଗୀତ ବର୍ତ୍ତମାନ ନମ୍ବର ୧ ରେ ଟ୍ରେଣ୍ଡ କରୁଛି । ସିଂହଳୀ ଗାୟିକା ୟୋ ହାନି ଏହି ଗୀତକୁ ଗାଇ ରାତା ରାତି ୟୁଟ୍ୟୁବରେ ଷ୍ଟାର ହୋଇ ଯାଇଛନ୍ତି । ବର୍ତ୍ତମାନ ବଲୀଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଚାରିଆଡେ ୟୋ ହାନିଙ୍କ ମାନିକେ ମାଗେ ହିତେ ଗୀତର ଜାଦୁ ଖେଳି ଯାଇଛି ।

ବଲୀଉଡର ଭାଇଜାନ ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶିମ୍ବାର ରନବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତକୁ ପସନ୍ଦ କରୁଛନ୍ତି । ବିଗବସ ସିଜିନ ୧୫ ର ସ୍ଟେଜରେ ସଲମାନ ଖାନ ଓ ରନବୀର ସିଂହଙ୍କୁ ନିଜର ଏହି ଗୀତରେ ନାଚିବା ପାଇଁ ବାଧ୍ୟ କରି ଦେଇଥିଲେ । କହିଦେଉଛୁ କି ଏହି ବର୍ଷ କରୋନା ମଧ୍ୟରେ ଶ୍ରୀଲଙ୍କାର ସ୍ଵାଧୀନତା ଦିବସ ଉପଲକ୍ଷେ ୨୨ ମେରେ ମାନିକେ ମାଗେ ହିତେ ଗୀତ ରିଲିଜ ହୋଇଥିଲା । ଯାହାକୁ ସିଂହଳୀ ଗାୟିକା ୟୋ ହାନି ଗାଇଥିଲେ ।

ଗୀତ ରିଲିଜ ହେବା ପରେ ଏହା ୟୁଟ୍ୟୁବରେ ବହୁତ ଭାଇରାଲ ହୋଇଥିଲା । ମାତ୍ର କିଛି ମାସ ମଧ୍ୟରେ ଏହା ମିଲିୟନ ମିଲିୟନ ଲୋକମାନଙ୍କ ମନକୁ ଛୁଇଁ ଥିଲା । ୟୁଟ୍ୟୁବରେ ନୂଆ ରେକର୍ଡ ବି କରିଥିଲା । କେତେକ ଭାରତୀୟ ଗାୟିକା ବି ଏହି ଗୀତର ମାୟାରେ ପଡି ଯାଇ ଥିଲେ । ଭାରତରେ ଏମିତି କୌଣସି ବି ଭାଷା ନାହିଁ ଯେଉଁଥିରେ ଏହି ଗୀତ ରେକର୍ଡ ହୋଇ ନାହିଁ । ସବୁ ଭାଷାରେ କଣ୍ଠଶିଳ୍ପୀମାନେ ଏହି ଗୀତକୁ ଗଇଛନ୍ତି ।

ତାମିଲ ଓ ମାଲାୟଲମ ଭାଷାରେ ତିଆରି ଏହି ଗୀତରେ ୟୋ ହାନି ନିଜେ ଗାଇଛନ୍ତି ଓ ୨୦୨୨ରେ ରିଲିଜ ହେବାକୁ ଥିବା ବଲୀଉଡର ଗୋଟିଏ ଫିଲ୍ମରେ ଏହି ଗୀତକୁ ହିନ୍ଦୀ ଭାଷାରେ ୟୋ ହାନି ଗାଇବାକୁ ଯାଉଛନ୍ତି । ୟୋ ହାନି କେବଳ କଣ୍ଠଶିଳ୍ପୀ ନୁହନ୍ତୁ ଏହା ଛଡା ସେ ଜଣେ ଭଲ ଲେଖିକା । ରାପର, ୟୁଟ୍ୟୁବର, ମ୍ୟୁଜିକ ପ୍ରଡ୍ୟୁସର, ଟିକଟକ ଦୁନିଆରେ ସେ ବହୁତ ବଡ ଷ୍ଟାର ଅଟନ୍ତି ।

କହିଦେଉଛୁ କି ଦୁଇ ତିନି ବର୍ଷ ତଳେ ୟୁଟ୍ୟୁବରୁ ସେ ଜଣେ ରାପର ରୂପରେ ନିଜର ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଆଜି ତାଙ୍କର ଷ୍ଟାରଡମ ବହୁତ ଉଚ୍ଚରେ ଅଛି । ୧୯୯୩ ମସିହା ଜୁଲାଇ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ୟୋହାନି ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ୨୮ ବର୍ଷ । ବହୁତ କମ ବୟସରେ ସେ ସଫଳତା ହାସଲ କରି ନେଇଛନ୍ତି ।

Leave a Reply

Your email address will not be published. Required fields are marked *