ବନ୍ଧୁଗଣ ୟୁଟୁବ ଆଡେ ମୁହାଁଇଛି ଯୁବପିଢି । ଦିନ ହେଉ କି ରାତି ସର୍ବଦା ଯୁବପିଢି ୟୁଟୁବର ମଜା ନେଇଥାନ୍ତି । କେବଳ ଭିଡିଓ ଦେଖି ଉପୋଭୋଗ କରୁ ନାହାନ୍ତି ବରଂ ୟୁଟୁବରୁ ରୋଜଗାର ମଧ୍ୟ କରୁଛନ୍ତି । ଆପଣ ଆମେ ଚାହିଁଲେ ଘରେ ବସି ୟୁଟୁବରୁ ରୋଜଗାର କରି ପାରିବେ । କେବଳ ଏମିତି କଥା ଜଣାଇଲେ ୟୁଟୁବ ଚ୍ଯାନେଲରୁ କରିହେବ ଇନକମ । ପ୍ରଥମେ ଆପଣଙ୍କୁ ଏକ ଇମେଲ ଆଇଡି ଖୋଲିବାକୁ ପଡିବ । ଯଦି ଅଛି ତେବେ ୟୁଟ୍ଯୁବ ସାଇନ ଇନ କରନ୍ତୁ ।
ଆପଣ ଚାହିଁଲେ ନିଜ ଇମେଲ ଆଇଡିରେ ୟୁଟ୍ଯୁବ ସାଇନ ଇନ କରିପାରିବେ । ଏହା ପରେ ପ୍ରୋଫାଇଲ ପିକଚର ଉପରେ କ୍ଲିକ କରିଲେ କ୍ରିଏଟ ଚ୍ଯାନେଲ ଅପସନ ଆସିବ । ଏତହରେ ଆପଣଙ୍କୁ ଚ୍ୟାନେଲ କ୍ରିଏଟ କରିବାର ଏକ ପ୍ରଶ୍ନ ଆସିବ । ସେଠାରେ ଆପଣ ନିଜର ସବୁ ତଥ୍ୟ ଭଲ ଭାବେ ଚେକ କରିବାକୁ ହେବ । ଏହା ପରେ କ୍ରିଏଟ ଚ୍ଯାନେଲ ଥିବା ଅପସନକୁ କନଫର୍ମ କରନ୍ତୁ ।
ଏବେ ଆପଣ ନିଜ ୟୁଟ୍ଯୁବ ଚ୍ୟାନେଲର ଭିଡିଓ ଅପଲୋଡ କରିପାରିବେ । ୟୁଟ୍ଯୁବ ଚ୍ୟାନେଲକୁ ମନିଟାଇଜେସନ କରିବା ପାଇଁ କିଛି ସର୍ତ୍ତ ରହିଛି । ଏକ ୟୁଟ୍ଯୁବ ଚ୍ୟାନେଲ ଆରମ୍ଭ କରିବା ବେଳେ ଏକ ନିର୍ଦିଷ୍ଟ ଥିମ ଉପରେ କାମ କରିବାକୁ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଚ୍ୟାନେଲ ଜଲ୍ଦି ମନିଟାଇଜେସନ ହୋଇଯିବ ।
ନିକଟରେ ୟୁଟ୍ଯୁବ ଏହାର ମନିଟାଇଜନ ପଲିଶିରେ କିଛି ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ମନିଟାଇଜେସନ ପାଇଁ ଏହି ସବୁ ସର୍ତ୍ତ ପୂରଣ କରିବାକୁ ହେବ । ପ୍ରଥମେ ୧୦୦୦ ଅର୍ଗାନିକ ସବସ୍କ୍ରାଇବର୍ଷ ହେବା ଉଚିତ । ଆପଣଙ୍କର ୧୨ ମାସରେ ୪ହଜାର ଘଣ୍ଟାର ୱାଚ ଟାଇମ ହେବା ଉଚିତ ।
ଆପଣଙ୍କର ୱାଚ ଟାଇମ ଗଣିବା ପାଇଁ ଲାଇଭ ଷ୍ଟ୍ରିମିଂ ଓ ଭିଡିଓର ଯାଞ୍ଚ କରାଯିବ । ଅନଲିଷ୍ଟେଡ ଭିଡିଓ, ଡିଲିଟେଶ ବା ପ୍ରାଇଭେଟ ଭିଡିଓ, ଆଡଭରଟାଇଜିଙ୍ଗ କ୍ୟାମପେନ ଓ ୟୁଟ୍ଯୁବ ସର୍ଟ୍ସକୁ ଏଥିରେ ଗଣା ଯାଏନି । ୟୁଟ୍ଯୁବ ର ସମସ୍ତ ଗାଇଡ ଲାଇଙ୍କୁ ଫାଲୋ କରି ଆପଣ ଥରେ ମନିଟାଇଜେସନ ର ସର୍ତ୍ତ ପୁରା କରିବା ପରେ ୟୁଟ୍ଯୁବର ଆଡ ସେନ୍ସ ସହ ଯୋଡି ହୋଇଯିବେ ।
ମନିଟାଇଜେସନର ସବୁ ସର୍ତ୍ତ ପୁରା ହେବା ପରେ ଆପଣଙ୍କ ପାଖକୁ ୟୁଟ୍ଯୁବରୁ ମେଲ ଆସିବ । ଏହା ପରେ ମନିଟାଇଜେସନ ଉପରେ କଲି କରିବେ । ଏହା ପରେ ୟୁଟ୍ଯୁବ ମନିଟାଇଜେସନ କରିବା ପୂର୍ବରୁ ଆପଣଙ୍କର ଚ୍ଯାନେଲ ଚେକ କରିବ । ଏହା ପରେ ଅପାନଙ୍କୁ ମନିଟାଇଜେସନ ଓ ଆଡ ସେନ୍ସ ସହ ଯୋଡି ହେବାର ସୂଚନା ମିଳିବା ପାଇଁ ମେଲ ଆସିବ ।
ଏହା ପରେ ଚ୍ୟାନେଲ ଭେରୀଫାଏ ହେବାର ପ୍ରକ୍ରିୟା ଆରମ୍ଭ ହେବ । ଏ ସବୁ ପ୍ରକ୍ରିୟା ପୁରା ହେବା ପରେ ଆପଣ ଆଡସେନ୍ସର ଅଂସ ହୋଇଯିବେ । ପରେ ଆପଣ କଣ୍ଟେନରୁ ଆୟ କରିବାର ସମର୍ଥ ହେବେ । ଦେଶରେ ଅନେକ ୟୁ-ଆଇକନ ଅଛନ୍ତି ଯେଉଁମାନେ ଘରେ ବସି ୟୁଟ୍ଯୁବ ଚ୍ଯାନେଲ କରି ଟଙ୍କା ରୋଜଗାର କରୁଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ୟୁଟ୍ଯୁବରୁ ରୋଜଗାର କରିବାର ପ୍ରକ୍ରିୟା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।