ୟୁକ୍ରେନରୁ ଫେରିଥିବା ଏହି ଝିଅ ଜଣଙ୍କ କହିଲା ଛାତି ଥରାଇଲା ଭଳି କଥା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏ କଥା କହିଲେ କିଛି ଭୁଲ ହେବ ନାହି ବୋଧେ ମୃତ୍ୟୁ ମୁଖରୁ ଫେରିଛି ଗୋଟେ ମା ର ଝିଅ । ଛାତିରେ ଝିଅକୁ ଜାବୁଡି ଧରି ପଣତ କାନୀରେ ଆଉଁସି ଦେଇଛି ମାଆ । ମାମା ର ବ୍ଯାକୁଳତା ଦେଖିଲେ ଲାଗୁଛି ସେ ଯେମିତି ତାଙ୍କ ଝିଅର ଫେରିବା ବାଟକୁ ଦୀର୍ଘ ଦିନ ହେବ ଚାତକ ପରି ଅନାଇ ବସିଥିଲେ । ଘର ଦୁଆର ରେ ଝିଅ ପାଦ ଦେବା ମାତ୍ରେ କିଏ ଫୁଲମାଳା ପିନ୍ଧା ସ୍ଵାଗତ ଜନାଉଛନ୍ତି ତ ଆଉ କିଏ ମା ଲୋ କହି ଛାତିରେ ଜାବୁଡି ଧରୁଛନ୍ତି ।

କିନ୍ତୁ ଆପଣ ମାନେ ଜାଣିଥିବେ ମା ଠାରୁ ତାର ପିଲା ଦୂରେଇ ଗଲେ କେତେ ଯେ କଷ୍ଟ ଯନ୍ତ୍ରଣା ହୁଏ ତାହା କେବଳ ଜନ୍ମ ଦେଇଥିବା ମା ହିଁ ଜାଣିଥଏ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଗାଁ ର ଶୁଭଶ୍ରୀ ଶୁଭଦର୍ଶିନୀ ସାହୁ ୟୁକ୍ରେନ ରେ ପାଠ ପଢୁଥିଲେ । ୟୁକ୍ରେନ ଓ ଋଷିଆ ଯୁଦ୍ଧରେ ହଜାର ହଜାର ଭାରତୀୟ ଛାତ୍ର ଛାତ୍ରୀ ଫଶୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥିଲେ ଶୁଭଶ୍ରୀ । ପ୍ରତି ଦିନ ଦୀପ ଧୂପ ଦେଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ମା ।

କେମିତି ତାଙ୍କ ଝିଅ ଭଲରେ ଭଲରେ ଘରକୁ ଫେରି ଆସିବ ଭଗବାନ ବୋଧେ ଜଣେ ମା ର ଡାକ ଶୁଣିଛନ୍ତି । ଝିଅ ତାଙ୍କର ଫେରି ଆସିଛି ଓ ଝିଅକୁ ପାଖରେ ପାଇ ମା ଶୁଭଶ୍ରୀଙ୍କୁ ଜାବୁଡି ଧରି କାନ୍ଦି ପକାଉଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ୟୁକ୍ରେନ ରେ ପ୍ରତି ଦିନ ଭୟରେ ଦିନ କାଟୁଥିଲେ ଶୁଭଶ୍ରୀ । ସେଠାରୁ ଫେରିବା ପରେ ସେଠିକାର ଛାତିଥରା କାହାଣୀ ଗୋଟି ଗୋଟି କରି କହିଥିଲେ ଶୁଭଶ୍ରୀ ।

ଶୁଭଶ୍ରୀ କହିଛନ୍ତି ଯେ ୟୁକ୍ରେନ ବର୍ଡର ରେ ସେ ଓ ଅନେକ ଭାରତୀୟ ଛାତ୍ର ଛାତ୍ରୀ ଦୀର୍ଘ ୩ ଦିନ ଧରି ଠିଆ ହେବା ପରେ ସମତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ଏମିତିକି ସେମାନଙ୍କର ସ୍କିନ ଫାଟି ରକ୍ତ ବାହାରିବାକୁ ଲାଗିଥିଲା ତ କାହାର ହାତ ଗୋଡ ଫୁଲିଗଲା ତ କିଏ ସେନସଲେସ ହେବାକୁ ଲାଗିଲେ । ତାଙ୍କର ନିଜର ଦେହ ଫାଟି ରକ୍ତ ବାହାରିଥିଲା ବୋଲି ଶୁଭଶ୍ରୀ କହିଛନ୍ତି ।

ଏବେ ଆପଣ ମାନେ ବୁଝି ପାରୁଥିବେ ସେଠାରେ ଫଶୀ ରହିଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଅବସ୍ଥା କଣ ହେଉଥିବ । ଏମିତିକି ୟୁକ୍ରେନ ଋଷିଆ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *