ନଭେମ୍ବର 19 ରେ ଭୟଙ୍କର ଚନ୍ଦ୍ରଗ୍ରହଣ, ଦେଖନ୍ତୁ ଓଡିଶାରେ ଦେଖାଯିବ କି ନାହି ?

ଚଳିତ ବର୍ଷ ଅନ୍ତିମ ଚନ୍ଦ୍ରଗ୍ରହଣ ଆସନ୍ତା ନଭେମ୍ବର ମାସ ୧୯ ରେ ହେବାକୁ ଯାଉଛି । ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ପଡୁଛି । ସାଧାରଣତ ଚନ୍ଦ୍ରଗ୍ରହଣ ୩ ପ୍ରକାରର ହୋଇଥାଏ । ଯେମିତକୀ ଆଂଶିକ ଚନ୍ଦ୍ରଗ୍ରହଣ, ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଓ ଉପଛାୟା ଚନ୍ଦ୍ରଗ୍ରହଣ । ତେବେ ନଭେମ୍ବର ୧୯ରେ ଯେଉଁ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି ତାହା ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଲାଗିବାର ସମୟ ହେଉଛି ୧୧ଟା ୩୨ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୪ମିନିଟରେ ଶେଷ ହେବ ।

ଏହି ଗ୍ରହଣ ସନ୍ଧ୍ୟା ଯାଏଁ ରହୁଥିବାରୁ ଉତ୍ତର ଦକ୍ଷିଣ ଆମେରିକା ଓ କାନାଡା, ରୁଷ, ଗୃଲ୍ୟାଣ୍ଡ, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ, ଅଷ୍ଟ୍ରେଲିୟା, ବ୍ରିଟେନ, ଚୀନ ରେ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ କିଛି ସମୟ ପାଇଁ ଭାରତ ସମେତ ଦକ୍ଷିଣ ଓଡିଶାରେ ଦୃଶ୍ୟମାନ ହେବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଉପଛାୟା ହୋଇ ଥିବାରୁ ହାଣ୍ଡିଛାଡ ସୁତକ ସମୟ ମାନ୍ୟା ହେବ ନାହି । ଏହି ଚନ୍ଦ୍ରଗ୍ରହଣ ଉପଛାୟା ହୋଇଥିବାରୁ ଖାଲି ଆଖିରେ ଦୃଶ୍ୟମାନ ହେବ ନାହି । ତେଣୁ ଏହାର ହାଣ୍ଡିଛାଡ ସୁତକ ସମୟ ମାନ୍ୟା ହେବ ନାହି ।

ଏହା ସହ ପୂଜା କାର୍ଯ୍ୟ ଓ ଦେବନ୍ନତି ବନ୍ଦ ହେବ ନାହି । ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଭୁଲରେ ଏମିତି କିଛି ଅକାମ କରିବା ଠିକ ନୁହେଁ ଯାହା ପାଇଁ ତାଙ୍କ ଗର୍ଭରେ ଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ତେଣୁ ଗର୍ଭବତୀ ମହିଳା ମାନେ ଚନ୍ଦ୍ରଗ୍ରହଣ ନ ଦେଖିବା ସହ ବାହରକୁ ବାହାରିବା ଉଚିତ ନୁହେଁ । ମାନ୍ୟତା ରହିଛି ଯଦି ଗଭବତୀ ମହିଳା ମାନେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଦେଖନ୍ତି ତେବେ ତାହାର କୁପ୍ରଭାବ ଶିଶୁ ଉପରେ ପଡିଥାଏ ।

ଗର୍ଭବତୀ ମହିଳା ମାନେ ଗ୍ରହଣ ଲାଗିବା ସମୟରେ ଗୋଟେ ନଡିଆ ଧରି ଗୋଟେ ସ୍ଥାନରେ ଘରେ ବସି ରହିବା ଉଚିତ । ଏହି ସମୟରେ ଗଭାବତୀ ମହିଳା ମାନେ ଧାରୁଆ ଜିନିଷରେ କାଟିବା ଅନୁଚିତ । କାରଣ ଯଦି ମହିଳା ଧାରୁଆ ଜିନିଷରେ ଫଳ ବା ପରିବା କାଟନ୍ତି ତେବେ ଏହାର କୁପ୍ରଭାବ ଶିଶୁ ର ଅଙ୍ଗରେ କ୍ଷତି ହୋଇଥାଏ । ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ କିଛି ଖାଦ୍ୟ ଖାଇବା ଅନୁଚିତ । ଏମିତିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଶିଶୁର କ୍ଷତି ହୋଇଥାଏ ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଶୋଇଲେ ତାଙ୍କ ଶିଶୁ ଉପରେ ଗ୍ରହଣର ଖଣ୍ଡିଆ ହୋଇଥାଏ । ତେଣୁ ଭୁଲରେ ବି ଏପରି କରିବା ଉଚିତ ନୁହେଁ । ଗ୍ରହଣ ଛାଡିବା ପରେ ମହିଳା ମାନେ ସ୍ନାନ କରିବା ପରେ ପୂଜା କରିବା ଉଚିତ । ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ କଳା ବସ୍ତ୍ର ଧାରଣ କରିବା ଅନୁଚିତ । ଏମିତିକି ଏହି ସମୟରେ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଶିଶୁ ଉପରେ ଭଲ ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *