ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।
୧. ଜଣେ ବ୍ୟକ୍ତି ବିନା ପାରାଚ୍ୟୁଟରେ ଉଡାଜାହାଜରୁ ଡେଇଁ ପଡିଲେ । ତଥାପି ତାଙ୍କୁ କିଛି ହେଲା ନାହିଁ । କେମିତି ?

ଉତ୍ତର : କାରଣ ଉଡାଜାହାଜ ଟି ଉଡୁନଥିଲା । ରନୱେ ଉପରେ ଥିଲା ।
୨. ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ଦିନ ଗୁଡିକର ନାମ ନନେଇ କ୍ରମାନ୍ଵୟରେ ତିନୋଟି ଦିନ କୁହନ୍ତୁ ?
ଉତ୍ତର : ଗତ କାଲି, ଆଜି ଏବଂ ଆସନ୍ତା କାଲି
୩. ଆଇଏଏସ ଇଣ୍ଟରଭ୍ୟୁରେ ଇଣ୍ଟରଭ୍ଯୁଅର ଆପଣଙ୍କୁ କହିଲେ ଆପଣ ଏମିତି କିଛି କରନ୍ତୁ ଯାହାଦ୍ଵାରା ଆମେ ସମସ୍ତେ ତୁରନ୍ତ ଛିଡା ହେଇଯିବୁ ? ଆପଣ କଣ କରିବେ ?
ଉତ୍ତର : ଜନ ଗଣ ମନ ଗାଇବା ଆରମ୍ଭ କରିବେ ।
୪. କାହାର ବେକ ଅଛି କିନ୍ତୁ ମୁଣ୍ଡ ନାହିଁ ?
ଉତ୍ତର : ବୋତଲ
୨. କିଏ କେବେ ହେଲେ ଅନ୍ଧାର ଦେଖିନାହିଁ ?
ଉତ୍ତର : ସୂର୍ଯ୍ୟ ।

୫. ତାହା କଣ ଯାହା ଆପଣ ଦେଖିଥାନ୍ତି କିନ୍ତୁ ଅନ୍ୟକୁ ଦେଖାଇ ପାରନ୍ତି ନାହିଁ ?
ଉତ୍ତର : ସ୍ଵପ୍ନ
୬. ତାହା କଣ ଯାହା ସବୁବେଳେ ଆପଣଙ୍କ ପାଖାପାଖି ଥାଏ କିନ୍ତୁ ଆପଣ ଦେଖି ପାରି ନଥାନ୍ତି ?
ଉତ୍ତର : ପବନ
୭. ମଣିଷ କେଉଁ କୀଟର ଖାଦ୍ୟକୁ ଚୋରାଇ ଖାଇଥାଏ ?
ଉତ୍ତର : ମହୁମାଛି ।
୮. ତାହା କଣ ଯାହାକୁ ଆମେ ଖାଇ ପାରିବା ନାହିଁ କିମ୍ବା ପିଇ ପାରିବା ନାହିଁ । କିନ୍ତୁ ତାବିନା ଆମେ ବଂଚି ପାରିବା ନାହିଁ ?
ଉତ୍ତର : ଅମ୍ଳଜାନ

୯. ଯାଁଆଳା ଆମେ ଭାଇ ଭଉଣୀ ମୁଗ ବିରି କୋଳଥ ଖାଉ ଚଟକିନି ଏହାର ଉତର କଣ ?
ଉତ୍ତର : ଚକି
୧୦. ଗରମ ହେଲେ ସେ ବଂଚିଥାଏ ପବନ ହେଲେ ସେ ମରିଯାଏ ତାହା କଣ ?
ଉତ୍ତର : ଝାଳ
୧୧. ଖରାଦିନେ ତାକୁ ଭଲ ପାଉ ଶୀତ ଦିନେ ତାକୁ ଡରିଥାଉ ସେ କିଏ ?
ଉତ୍ତର : ପାଣି
୧୨. ମୋଡିମାଡି ହୋଇ ଲମ୍ବିଥାଏ, କିନ୍ତୁ ସାପ ନୁହେଁ । ତେଲ ଦେଇ ଫୁଲ ଚଢାନ୍ତି, କିନ୍ତୁ ଦେବୀ ନୁହେଁ, ତାହା କଣ ?
ଉତ୍ତର : ସ୍ତ୍ରୀଲୋକଙ୍କ ବେଣୀ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।