ଚଳିତ ବର୍ଷ 2022 ରେ ରାକ୍ଷୀ ପୂର୍ଣ୍ଣିମାରେ 500 ବର୍ଷ ପରେ ବନୁଛି ମହାସଂଯୋଗ, ରାକ୍ଷୀ ବାନ୍ଧିବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବହୁତ ଶୁଭ ଯୋଗ ରହିଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୧୧ ଗୁରୁବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଏହି ଶୁଭ ଅବସରରେ ଭଉଣୀ ଭାଇ ହାତରେ ରଖି ବାନ୍ଧି ତାର ଶୁଭ ମନାସିଥାଏ । ଆଜି ଆମେ ଆପଣଙ୍କୁ ୨୦୨୨ ରାକ୍ଷୀ ପୂର୍ଣ୍ଣିମାରେ ବନୁଥିବା ଶୁଭ ଯୋଗ, ରାକ୍ଷୀ ବନ୍ଧନ କରିବାର ଶୁଭ ସମୟ, ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ କରାଯାଉଥିବା କାର୍ଯ୍ୟ, ରାଶି ଅନୁଯାୟୀ ଭଉଣୀକୁ କେଉଁ ଉପହାର ଦିଆଗଲେ ଶୁଭଫଳ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧୧ ଅଗଷ୍ଟ ସକାଳ ୧୧ଟା ୩୭ ମିନିଟ୍ରୁ ୧୨ଟା ୨୯ ମିନିଟ ଯାଏଁ ଅଭିଜିତ ମୂହୁର୍ତ୍ତ ରହିବ । ଦ୍ଵିପହର ୨ଟା ୧୪ ମିନିଟ୍ରୁ ୩ଟା ୭ ମିନିଟ ଯାଏଁ ବିଜୟ ମୂହୁର୍ତ୍ତ ରହିବ । ମୁରଲୀ ମୂହୁର୍ତ୍ତ ସନ୍ଧ୍ୟା ୬ଟା ୨୩ ମିନିଟରୁ ୬ଟା ୪୭ ମିନିଟ ଯାଏଁ ରହିବ । ସନ୍ଧ୍ୟା ସମୟର ମୂହୁର୍ତ୍ତ ୬ଟା ୩୬ ମିନିଟ୍ରୁ ୭ଟା ୪୨ ମିନିଟ ଯାଏଁ ରହିବ । ଅମୃତ କାଳ ମୂହୁର୍ତ୍ତ ସନ୍ଧ୍ୟା ୬ଟା ୫୫ ମିନିଟ୍ରୁ ୮ଟା ୨୦ ମିନିଟ ଯାଏଁ ରହିବ । ଏହି ବର୍ଷ ରାକ୍ଷୀ ବନ୍ଧନରେ ୪ ଶୁଭ ଯୋଗ ବ୍ଯତୀତ ୫ଟି ଅଦଭୁତ ମୁହୁର୍ତ୍ତରେ ରାକ୍ଷୀ ବନ୍ଧାଯିବ ।

ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀକୁ ସ୍ନାନ କରି ଈଶ୍ବରଙ୍କ ଆରାଧନା କରିବା ଭାଇକୁ ରାକ୍ଷୀ ଅର୍ପଣ କରିବା ଦରକାର । ଭଗବାନ ଗଣେଶଙ୍କୁ ପ୍ରଥମ ରାକ୍ଷୀ ବାନ୍ଧିବା ଉଚିତ ଯାହା ଦ୍ଵାରା ଶୁଭ ଫଳ ମିଳିଥାଏ । ଏହା ପରେ ଭଗବାନ ରାମ, ବିଶୁଣୁ, ଶିବ, ହନୁମାନଙ୍କୁ ରାକ୍ଷୀ ଅର୍ପିତ କରିବା ଉଚିତ । ଏବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଭଉଣୀ ମାନଙ୍କୁ ଭାଇ ମାନେ କେଉଁ ଉପହାର ଦେବା ଉଚିତ ।

ମେଷ ରାଶି : ଏହି ରାଶିର ଜାତକକୁ ନାଲି ରଙ୍ଗର ଡ୍ରେସ ବା ଜିଙ୍କ ବ ମେଟାଲ ଗିଫ୍ଟରେ ଦେଲେ ଶୁଭ ହୋଇଥାଏ ।

ବୃଷ ରାଶି : ଏହି ରାଶିର ଜାତକକୁ ଚାନ୍ଦିର ସିକା ଦେଲେ ବହୁତ ଶୁଭ ହୋଇଥାଏ ।

ମିଥୁନ ରାଶି : ଏହି ରାଶିର ଜାତକକୁ ସବୁଜ ରଙ୍ଗର ବସ୍ତୁ ଗିଫ୍ଟ ଆକାରରେ ଦେବା ଶୁଭ ହୋଇଥାଏ ।

କର୍କଟ ରାଶି : ଏହି ରାଶିର ଜାତକଙ୍କୁ ଧଳା ରଙ୍ଗର ଉପହାର ଭଉଣୀକୁ ଦେବା ଶୁଭ ହୋଇଥାଏ ।

ତୁଳା ରାଶି : ଏହି ରାଶିର ଜାତକଙ୍କୁ ଚାନ୍ଦି ବା ସୁନାର ଗିଫ୍ଟ ଭଉଣୀକୁ ଦେବା ଭଲ ହୋଇଥାଏ ।

ବିଛା ରାଶି : ଏହି ରାଶିର ଜାତକଙ୍କୁ ନାଲି, ଗୋଲାପି ରଙ୍ଗର ବସ୍ତୁ ବା ତମ୍ବାରେ ତିଆରି ଜିନିଷ ଗିଫ୍ଟ ଦେବା ଉଚିତ ।

ଧନୁ ରାଶି : ଏହି ରାଶିର ଜାତକ ହଳଦିଆ ରଙ୍ଗର ଜିନିଷ ଗୀତ ଦେବା ଲାଭକାରି ହୋଇଥାଏ ।

ମକର ରାଶି : ଏହି ରାଶିର ଜାତକଙ୍କୁ ମୋବାଇଲ ଗୁଫ୍ଟ ଦେବା ଉଚିତ ।

କୁମ୍ଭ ରାଶି : ଏହି ରାଶିର ଜାତକ ତାଙ୍କ ପସନ୍ଦର କୌଣସି ଜିନିଷ ଗିଫ୍ଟ ଦେବା ଶୁଭ ହେବ ।

ମୀନ ରାଶି : ଏହି ରାଶିର ଜାତକ ଚାନ୍ଦିର ସିକା ଉପହାରରେ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *