“ପ୍ରେମ କରୁଥିଲା ବେଳେ ତ ମଜା ଲାଗୁଥିଲା..ସେତେବେଳେ କ’ଣ ଜାଣିପାରୁନଥିଲା ଛୁଆ ହେଇଯିବ ବୋଲି”, ଦେଖନ୍ତୁ କଣ କହୁଛନ୍ତି ସମାଜସେବି Pramila Tripathy

ବନ୍ଧୁଗଣ ପୁଣି ଥରେ ଚର୍ଚ୍ଚାରେ ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ବ୍ରଂହପୁର ବଡ ବଜାରର ଅନ୍ତର୍ଗତ ଜେସୀ ବେହେରା ସାହିରେ ଆଜିକୁ ୫ ଦିନ ହେବ ପ୍ରେମିକ ଘରେ ଆଗରେ ପ୍ରେମିକା ନିଜ ଛୁଆକୁ ଧରି ଧାରଣା ଦେଇଛି । ପ୍ରେମିକା ଦୀପିକା ଦାବି କରିଛନ୍ତି ପ୍ରେମିକ ଦିନେଶ ତାଙ୍କୁ ସ୍ତ୍ରୀ ରୂପେ ଓ ତାଙ୍କ ପୁଅକୁ ବାପାର ପରିଚୟ ଦେବ । ପୂର୍ବରୁ ଯେଉଁ ଭଳି ଭାବେ ବ୍ରଂହପୁର ସହର ତପସ୍ଵିନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ପୁଣି ଥରେ ଚଳଚଞ୍ଚଳ ରହିଛି ଏବେ ବ୍ରଂହପୁର । ବର୍ତ୍ତମାନ ଘଟଣା ସ୍ଥଳରେ ପ୍ରମିଳା ତ୍ରିପାଠୀ ଯିଏ କି ସମାଜସେବୀ ଯିଏ ତପସ୍ଵିନୀଙ୍କୁ ସାହାଜ୍ଯ କରିଥିଲେ ଆଉ ନ୍ୟାୟ ମଧ୍ୟ ପାଇଥିଲେ ।

ତେବେ ଦୀପିକାଙ୍କୁ ସାହାଜ୍ଯ କରିବା ପାଇଁ ପ୍ରମିଳା ତ୍ରିପାଠୀ ଆସି ପହଞ୍ଚିଛନ୍ତି । ପ୍ରମିଳା ତ୍ରିପାଠୀ କହିଛନ୍ତି ଏହି ଘଟଣାଟି ଲଜ୍ୟାଜନକ । ପୁଅ ଘର ଲୋକେ କବାଟ ଖୋଲୁ ନାହାନ୍ତି କି ଦେଖା ଦର୍ଶନ ଦେଉ ନାହାନ୍ତି ବୋଲି ପ୍ରମିଳା କହିଛନ୍ତି । ସେ କହିଛନ୍ତି ପୁଅ ଯେଉଁଠି ବାହାରେ ଅଛି ଯେତେ ଜଲ୍ଦି ଆସି ସ୍ତ୍ରୀ ଆଉ ପୁଅକୁ ନେଇ ଘରେ ରୁହ । ଯେଉଁ ପ୍ରହସନ ଚାଲିଛି ତାହା ଲଜ୍ୟାଜନକ କଥା ତୁରନ୍ତ ବନ୍ଦ ହେବା ଦରକାର ।

ଆଜି ଝିଅ ବାହାରେ ସୋଇଛି ଗରମ ବର୍ଷାରେ ଏଟା କଣ ପୁଅ ଘର ଲୋକଙ୍କୁ ଜଣାପଡୁ ନାହି ଘର ଭିତରେ କବାଟ ଦେଇ ଅଛନ୍ତି ମାନେ ଏସ କରୁଛନ୍ତି କିନ୍ତୁ ଯେବେ ପୁଅ ଝିଅ ସହ ଏସ କରୁଥିଲା କଣ ବାପା ମା ଜାଣିପାରି ନ ଥିଲେ ବୋଲି ପ୍ରମିଳା ଦେବୀ ମନ୍ତବ୍ୟ ଦେଇଛନ୍ତି । ପ୍ରମିଳା ଦେବୀ ତାଙ୍କ ସଂସ୍ଥା ତରଫରୁ ଏଫାୟାର ଦେବେ ଥାନାରେ ଆଉ ଏହି ଘଟଣାର ତୁରନ୍ତ ସମାଧାନ କରିବେ ବୋଲି କହିଛନ୍ତି ।

ସେ ବର୍ଷାରେ ଠିଆ ହୋଇଛନ୍ତି ଝିଅ ଦୀପିକା ମଧ୍ୟ ବର୍ଷାରେ ଠିଆ ହୋଇଛି ଆଉ ସାଧାରଣ ଜନତା ମଧ୍ୟ ବର୍ଷାରେ ଭିଜୁଛନ୍ତି କିନ୍ତୁ ପୁଅ ଘର ଲୋକଙ୍କୁ କିଛି ବି ଫରକ ପଡୁ ନାହି । ଯେମିତି ବି ହେଉ ଦୀପିକାଙ୍କୁ ନ୍ୟାୟ ଦେବି ସେ ତା ଘରକୁ ଯିବ ବୋଲି ପ୍ରମିଳା ତ୍ରିପାଠୀ କହିଛନ୍ତି ।

ଆଗକୁ ସେ କହିଛନ୍ତି ପ୍ରେମ କରିବା ବେଳେ ଯେମିତି ମଜା ଲାଗୁଥିଲା ଏବେ ଠିକ ସେମିତି ସବୁ ସମସ୍ୟାର ସମାଧାନ କରି ଆଉ ଲଢେଇ କରିବ ଦୀପିକା । ଏସିପିଙ୍କ ସହ ଦେଖା କରି ଯେମିତି ପୁଅକୁ ଆଣିବେ ଆଉ ଦୀପିକାଙ୍କ ସହ ମିଶାଇବେ ବୋଲି ପ୍ରମିଳା କହିଛନ୍ତି ।

ଛୁଆ କରିଲା ବେଳକୁ ମଜା ଲାଗୁଥିଲା ଏବେ ସ୍ତ୍ରୀ ଆଉ ଛୁଆକୁ ଗ୍ରହଣ କରିବାକୁ ପରିବାର ଲୋକେ ରାଜି ହେଉ ନାହାନ୍ତି । ପୁରା ଆଉ କେଉଁଠି ବାହାଘର କରିବାକୁ ଯୋଜନା କରୁଛନ୍ତି ପରିବାର କିନ୍ତୁ ଏମିତି କିଛି ହେବ ନାହି ବୋଲି ପ୍ରମିଳା କହିଛନ୍ତି । ସେ ବସି ନ ପାରିଲେ ବି ଯିବା ଆସିବା କରିବେ ଆଉ ଦୀପିକାଙ୍କୁ ନ୍ୟାୟ ଦେବେ । ନିଜର ହକ ପାଇବା ଲାଗି ଦୀପିକା ବସି ରହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *