21 ବର୍ଷୀୟ Soumyaଙ୍କ ଜୀବନ ପାଇଁ ଭିକ ମାଗୁଛନ୍ତି ସାରା ଗାଁ ଲୋକେ, ଆପଣଙ୍କ ସାହାଯ୍ୟ ବଞ୍ଚାଇଦେଇପାରେ Soumyaଙ୍କ ଜୀବନ… ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି ମହିଳା ଜଣଙ୍କ

ନମସ୍କାର ବନ୍ଧୁଗଣ । କୋହ ସମ୍ଭାଳିପାରୁ ନାହାନ୍ତି ଢେଙ୍କାନାଳ ଜିଲ୍ଲା ନାଧାର ପଞ୍ଚାୟତର ସରପଞ୍ଚ । ସରପଞ୍ଚ କହିଛନ୍ତି ତାଙ୍କ ଗାଁ ର ପୁଅ ସୋମ୍ୟ ଙ୍କ ଜୀବନ ରକ୍ଷା ପାଇଁ ସରକାର କିଛି ଆର୍ଥିକ ସାହାଜ୍ଯ କରନ୍ତୁ ଯାହାକୁ କହିବା ସମୟରେ ସେ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଉଛନ୍ତି । କେବଳ ସିଏ ନୁହନ୍ତି ବରଂ ସାରା ଗାଁର ଲୋକେ ଏକତ୍ର ହୋଇଛନ୍ତି ଏହି ପିଲାଟି ପାଇଁ । ସମସ୍ତେ ମିଶି ପିଲାର ଭିକ୍ଷା କରୁଛନ୍ତି । ଏହି ଗାଁ ର ପିଲା ୨୧ ବର୍ଷୀୟ ଯୁବକ ସୋମ୍ୟରଞ୍ଜନ ବାରିକ ଯାହାଙ୍କ ପାଇଁ ଆଜି କାନ୍ଦୁଛନ୍ତି ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ଠାରୁ ଆରମ୍ଭ କରି ଗାଁ ର ଆବାଳକ ବୃଦ୍ଧା ।

କାରଣ ୨୧ ବର୍ଷୀୟ ସୋମ୍ୟ ଏବେ ଭୁବନେଶ୍ଵର ଏମ୍ସ ହସପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ପ୍ରାୟର ୩ ମାସ ତଳେ ତାଙ୍କର ଲିଭର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଡାକ୍ତର କହୁଛନ୍ତି ତୁରନ୍ତ ଲିଭର ପ୍ରତିରୋପଣ ନ ହେଲେ ସୋମ୍ୟଙ୍କୁ ବଞ୍ଚିବା କଷ୍ଟକର ହୋଇ ପଡିବ । ଏଥିପାଇଁ ଆବଶ୍ୟକ ପଡୁଛି ୪୦ରୁ ୫୦ ଲକ୍ଷ ଟଙ୍କା । ସୌମ୍ଯ ଙ୍କ ବାପା ତରଣି ସେନ ବାରିକ ଜଣେ ଦିନ ମଜୁରିଆ ମଣିଷ ।

ସେ ବା ଏତେ ଟଙ୍କା ଆଣିବେ କେଉଁଠୁ ? ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାକୁ ବିକ୍ରି ଭାଙ୍ଗି ଖର୍ଚ୍ଚ କରି ସାରିଲେଣି ପୁଅ ପାଇଁ । ମାଇଲ ମାଇଲ ରାସ୍ତା ବୁଲି ବୁଲି ସାରା ଗାଁ ଲୋକେ ଏମିତି ଭିକ୍ଷା ମାଗୁଛନ୍ତି ଗାଁ ର ପୁଅ ସୋମ୍ୟଙ୍କ ପାଇଁ । କାରଣ ସୋମ୍ୟ ବାପା ମାଙ୍କର ଏକମାତ୍ର ପୁଅ ଓ ଖୁବ ଭଲ ସ୍ଵଭାବର ପିଲା ଅଟନ୍ତି । ତେଣୁ ତାଙ୍କୁ ଆର୍ଥିକ ସହାୟତା ପାଇଁ ସମସ୍ତେ ଅନୁରୋଧ କରୁଛନ୍ତି ସରକାରଙ୍କୁ ।

ଏମିତି ସୋସିଆଲ ମିଡିଆରେ ଆକାଉଣ୍ଟ ନମ୍ବର ମଧ୍ୟ ସେୟାର କରିଛନ୍ତି । ତେବେ ସୋମ୍ୟ ଙ୍କ ଜୀବନ ରକ୍ଷା ପାଇଁ ତାଙ୍କ ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ପରିବାର ଓ ସମ୍ପର୍କୀୟ ମାନେ ସମସ୍ତେ ଲାଗି ପଡିଛନ୍ତି ଅର୍ଥ ଯୋଗାଡ କରିବାରେ । ସାରା ଅଞ୍ଚଳରେ ସୋମ୍ୟ ନୁ ନେଇ ଏବେ ଚିନ୍ତା ଜନକ ସ୍ଥିତି ଦେଖା ଯାଉଛି ।

ତେବେ ସୌମ୍ଯା ଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ସେ ଏତେ ଟଙ୍କା ଯୋଗାଡ କରିପାରୁ ନାହାନ୍ତି ଯାହା ପାଇଁ ପୁରା ଗାଁ ଲୋକେ ଲାଗି ପଡିଛନ୍ତି ତାଙ୍କୁ ସାହାଜ୍ଯ କରିବା ପାଇଁ । ଗାଁ ଗାଁ ବୋଲି ସୋମ୍ୟ ଙ୍କ ସାଙ୍ଗ ସାଥି ଓ ଗାଁ ଲୋକେ ଅର୍ଥ ଯୋଗାଡ କରିବାରେ ଲାଗିଛନ୍ତି । ତେବେ ସୋମ୍ୟ ବର୍ତ୍ତମାନ ଏମ୍ସ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ତେବେ ସୋମ୍ୟଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ବହୁତ ଗୁରୁତର ହୋଇ ପଡିଲାଣି ଯାହା ଡାକ୍ତର ସୂଚନା ଦେଇଛନ୍ତି । ଦେଖାଯାଉ ସରକାର ସୋମ୍ୟ ଙ୍କ ପ୍ରତି କେତେ ସହାନୁଭୂତି ଦେଖାଉଛନ୍ତି । ବନ୍ଧୁଗଣ ଆପଣମାନଙ୍କୁ ଆମର ଅନୁରୋଧ ଉପରେ ଦିଆ ଯାଇଥିବା ସୌମ୍ୟଙ୍କ ଆକାଉଣ୍ଟ ନମ୍ବର ରେ ନିଜ ସାମର୍ଥ୍ୟ ଅନୁଯାଇ କିଛି ସାହାଯ୍ୟ ନିଶ୍ଚୟ କରନ୍ତୁ । ଆପଣଙ୍କ ଏହି ବଡପଣ ପାଇଁ ସୌମ୍ୟଙ୍କ ଜୀବନ ବଞ୍ଚିଯାଇପାରେ । ଏହାକୁ ଅଧିକରୁ ଅଧିକ ମାତ୍ରାରେ ଶେୟାର କରି ସୌମ୍ୟଙ୍କୁ ସାହାଯ୍ୟ ନିଶ୍ଚୟ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *