22 ବର୍ଷରେ ହୋଇଥିଲେ IAS, ଖଣି ମଫିଆଙ୍କ ହଜେଇଦେଲେ ନିଦ… ଏମିତି ନେଉଥିଲେ ଆକ୍ସନ

ନମସ୍କାର ବନ୍ଧୁଗଣ, IAS ହେବାର ଆଶା ବହୁତ ପିଲା ଦେଖିଥାନ୍ତି । ଆଉ ଏଥିପାଇଁ ନିଜର ପରିଶ୍ରମ ଏବଂ ଧର୍ଯ୍ୟ ହିଁ ସବୁଠାରୁ ମୁଖ୍ୟ ହୋଇଥାଏ । ତେବେ ଯାଇ ଜଣେ upsc ପରିକ୍ଷାକୁ ପାସ କରିପାରିବ । ଏହି ପରିକ୍ଷାକୁ କ୍ଲିଅର କରିବା ପାଇଁ ବହୁତ ପିଲାଙ୍କୁ କିଛି ବର୍ଷ ଲାଗିଯାଇଥାଏ । ହେଲେ ଜଣେ ଝିଅ ନିଜର ୨୨ ବର୍ଷ ବୟସରେ ହିଁ ହୋଇଯାଇଛନ୍ତି IAS । ଆଉ IAS ହେବା ପରେ ଖଣି ମାଫିଆଙ୍କ ନିଦ ମଧ୍ୟ ହଜାଇ ଦେଇଛନ୍ତି । ତେବେ କଣ ରହିଛି ତାଙ୍କ ସମ୍ବନ୍ଧୀୟ ପୁରା ଖବର ଆସନ୍ତୁ ଜାଣିବା ।

ସ୍ଵାତି ମିନା ବହୁତ କମ ବୟସରେ UPSC  ପରିକ୍ଷାକୁ ପ୍ରଥମ ଥରରେ କ୍ଲିଅର କରି IAS ଅଫିସର । ନିଜ ବ୍ୟାଚର କନିଷ୍ଠ IAS ଅଧିକାରୀଙ୍କ ଘର ହେଉଛି ରାଜସ୍ଥାନ ।  ସେ ଅଜମୀରରେ ଶିକ୍ଷା ଲାଭ କରିଛନ୍ତି । ସ୍ଵାତି ଡାକ୍ତର ହେବା ପାଇଁ ସ୍ଵପ୍ନ ଦେଖୁଥିଲେ । କିନ୍ତୁ ତାଙ୍କ ବାପାଙ୍କର ଇଛା ଥିଲା ମୋ ଝିଅ IAS ହେଉ । ଏହାପରେ ସ୍ଵାତି ନିଜ ବାପାଙ୍କ ଇଛାକୁ ପୁରା କରିବାକୁ ଯାଇ କଠିନ ପରିଶ୍ରମ କରିବା ଆରମ୍ଭ କରିଦେଲେ ।

ଏବଂ ମାତ୍ର ୨୨ ବର୍ଷ ବୟସରେ UPSC କ୍ଲିଅର କରି ହୋଇଗଲେ ଜଣେ IAS ଅଫିସର । ୨୦୦୭ ବ୍ୟାଚର IAS ଅଟନ୍ତି ସ୍ଵାତି । ଅଲ ଇଣ୍ଡିଆ ରାଙ୍କ ୨୬୦ ପାଇଥିଲେ ସ୍ଵାତି । ସେ ମଧ୍ୟପ୍ରଦେଶର କ୍ୟାଡରରେ ଏଣ୍ଟ୍ରି କରିଥିଲେ । ସ୍ଵାମୀ ସବୁବେଳେ ତାଙ୍କ ଦାୟିତ୍ଵ ଖୁବ ଭଲ ଭାବରେ ସମ୍ପାଦନ କରିଥାନ୍ତି । ଆଉ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ଥାନ୍ତି ।

ବର୍ତ୍ତମାନ ସେ ମଧ୍ୟପ୍ରଦେଶର ମଣ୍ଡଳରେ ଅବସ୍ତାପିତ ହେବା ପରେ ଖଣି ମାଫିଆଙ୍କ ବିରୋଧରେ ଆକ୍ସନ ଆରମ୍ଭ କରିଦେଇଥିଲେ । ଲଗାତାର ସ୍ଵାତିଙ୍କ କାର୍ଯ୍ୟାନୁଷ୍ଠାନ କାରଣରୁ ଖଣି ମାଫିଆଙ୍କ ନିଦ ହଜି ଯାଇଥିଲା । ଖଣ୍ଡୁଆ ଠାରେ ଥିବା ବେଳେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ତାଙ୍କୁ ତାଙ୍କ କାର୍ଯ୍ୟରୁ ଧ୍ୟାନ ହଟାଇବା ପାଇଁ ତାଙ୍କ ଇଲାକାକୁ  ଆତଙ୍କବାଦୀଙ୍କ ମୃତ ଦେହ ପଠା ଯାଉଥିଲା ।

ହେଲେ ସ୍ଵାତି ସେହି ସମସ୍ୟାରୁ ବାହରିବାର ବାଟ ମଧ୍ୟ ସହଜରେ ଖୋଜି ନେଇଥିଲେ । ସ୍ଵାତି ନିଜ ଦକ୍ଷତାର ସହ ସମସ୍ୟାର ମୁକାବିଲା କରିଥିଲେ । ଏଭଳି ଜଣେ କାର୍ଯ୍ୟ ତତ୍ପରତା ଅଫିସରଙ୍କ ପାଇଁ  ଆପଣ ମାନଙ୍କ ବାର୍ତ୍ତା କଣ ରହିବ ତାହା ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *