ନମସ୍କାର ବନ୍ଧୁଗଣ, ଆପଣଙ୍କୁ ସ୍ଵାଗତ । ଆପଣ ମାନଙ୍କ ପାଇଁ ଆଜି ଆମେ ଏଭଳି ଏକ ଖବର ଆଣିଛୁ ଯାହାକୁ ପଢି ଆପଣଙ୍କ ଆଖିରେ ଲୁହ ଆସିଯିବ। ଆଜିର ଏହି ଆର୍ଟିକ୍ଲରେ ଆମେ ଆପଣଙ୍କୁ ଗୋଟେ ଝିଅ ବିଷୟରେ କହିବୁ ଯିଏ ସଂସାରର ମୋହମୟ ତ୍ୟାଗ କରି ସନ୍ୟାସିନୀ ହୋଇଯାଇଛି। ସେ ଏହା କାହିଁକି କଲେ ସେହି ବିଷୟରେ ଆମେ ଆପଣଙ୍କୁ କହିବୁ, ସେ ଏଭଳି କରିବାର କାରଣ ଜାଣିଲେ ଆପଣ ବି ଏହି ସଂସାର ତ୍ୟାଗ କରି ସନ୍ୟାସ ନେବା ଇଛା କରିବେ।
ଆଜିର ଦୁନିଆରେ ଲୋକମାନେ ସାଂସାରିକ ମୋହମାୟାରେ ବାନ୍ଧି ହୋଇ ନିଜ ନିଜ ସ୍ଵାର୍ଥରେ ବଞ୍ଚିବାକୁ ଲାଗିଛନ୍ତି । ସମସ୍ତେ ନିଜର ସୁଖ ସୁବିଧା ପଛରେ ଏମିତି ପାଗଳ ହୋଇଯାଉଛନ୍ତି ଯେ କୌଣସି ସମ୍ପର୍କକୁ ତୁଲାଇବା ପାଇଁ ବି ସେମାନଙ୍କ ପାଖରେ ସମୟ ହେଉ ନାହିଁ । କେବଳ ଟଙ୍କା ପଛରେ ଗୋଡାଇ ନିଜ ପାଇଁ ଏକ ସୁନ୍ଦର ଜୀବନ ଗଢିବାର ସ୍ଵପ୍ନ ନେଇ ସମସ୍ତେ ବଞ୍ଚି ଚାଲିଛନ୍ତି, କିନ୍ତୁ କେତେ ଜଣ ସେଥିରୁ ସୁଖୀ ହେଇପାରୁଛନ୍ତି ? ସମସ୍ତଙ୍କ ଜୀବନରେ ଯେତେ ସୁଖ ସୁବିଧା ଥିଲେ ମଧ୍ୟ କିଛି ନା କିଛି ସମସ୍ଯା ନିଶ୍ଚୟ ରହୁଛି ଓ ମନ ମଧ୍ୟ ଅଶାନ୍ତ ରହୁଛି ।
ଏହି ସବୁ ମଧ୍ୟରେ କିଛି ଏଭଳି ଲୋକ ବି ଅଛନ୍ତି ଯେଉଁମାନେ ଏହିସବୁ ମୋହ ମାୟାଠୁ ବହୁତ ଦୂରରେ। ସେମାନଙ୍କୁ ନିଜ ଜୀବନରେ କେବଳ ମାନସିକ ଶାନ୍ତି ଛଡା ଆଉ କିଛି ଦରକାର ନଥାଏ। ସେଥିପାଇଁ ତ ସେମାନେ ଏହି ସଂସାରକୁ ତ୍ୟାଗ କରି ସନ୍ୟାସ ହୋଇଯାନ୍ତି ଓ ନିଜକୁ ଭଗବାନଙ୍କ ପାଦତଳେ ସମର୍ପଣ କରି ଦିଅନ୍ତି ଓ ନିଜର ସବୁ ମୋହ ମାୟା ଛାଡିକରି ଇଶ୍ୱରଙ୍କ ଶରଣରେ ଯିବାକୁ ଚାହିଁଛନ୍ତି । କିନ୍ତୁ ଏହା କରିବା ଏତେ ସହଜ ନୁହେଁ ସଂସାର ପ୍ରତି ସେତିକି ବିତୃଷ୍ଣା ନ ଆସିଲେ ଜେନ କେବେବି ଏହାକୁ ତ୍ୟାଗ କରି ପାରିବ ନାହିଁ। କିନ୍ତୁ ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏମିତି କରୁଛନ୍ତି।
ଆଜି ଆମେ ଆପଣଙ୍କୁ ସେମିତି ଏକ ଝିଅଙ୍କ ବିଷୟରେ କହିବୁ, ଯିଏକି ପାଠ ପଢି ଗ୍ରାଜୁଏସନ୍ କରି ଚାକିରି ବି କରିବାକୁ ଭାବିଲେ । କହିଦେବୁ କି ସେ ଝିଅ ଗୋଟେ ଭଲ ପରିବାର ଥିଲେ, ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନଥିଲା, ଏହା ସତ୍ତ୍ୱେ ମଧ୍ୟ ସେ ସବୁ ଛାଡି ଭଗବାନଙ୍କ ଶରଣରେ ଯିବାକୁ ଚାହିଁଲେ ଓ ଆଧ୍ୟାତ୍ମିକ ରାସ୍ତା ବାଛିନେଲେ । କହିଦେବୁ କି ସିମରନ୍ କମ୍ୟୁଟର ସାଇନ୍ସରେ ବିଏସି କରିଛନ୍ତି , ତାଙ୍କର ପରିବାରରେ ବାପା ମା ଓ ତାଙ୍କ ଜଣେ ଭଉଣୀ ଓ ଦୁଇଟି ଭାଇ ଅଛନ୍ତି ।
ଏହି ମାମଲା ଇନ୍ଦୋରର ଅଟେ, ଯେଉଁଠି ବାସ୍କେଟବଲ୍ କମ୍ପପ୍ଲେକ୍ସରେ ମୁମୁକ୍ଷୁ ସିମରନ୍ ଙ୍କ ଜୈନ ଦୀକ୍ଷା ମହୋତ୍ସବ ହୋଇଥିଲା । କହିଦେବୁ କି ସିମରନ୍ ଙ୍କ ବୟସ ମାତ୍ର ୨୩ ବର୍ଷ ଅଟେ , ସେ ନିଜ ସାଂସରିକ ସୁଖ ତ୍ୟାଗ କରି ସାଧବୀ ମାନେ ଜୈନ ଧର୍ମ ନେବାକୁ ଆଗ୍ରହ କରିଥିଲେ । ସିମରନ୍ ଙ୍କ ଦୀକ୍ଷିତ ସମାରୋହରେ ଶ୍ରୀ ବର୍ଦ୍ଧମାନ ଶ୍ୱେତାଶ୍ୱର ସ୍ଥାନକବାସୀ ଜୈନ ଶ୍ରାବକ ସଂଘର ଟ୍ରଷ୍ଟର ତତ୍ୱାବଧାନରେ ହୋଇଥିଲା । ଦୀକ୍ଷା ନେବା ପୁର୍ବରୁ ସେ ନିଜ ପୁରା ଦିନ ଘର ଲୋକଙ୍କ ସହ କଟାଇଥିଲେ , ହାତରେ ମେହେନ୍ଦୀ ଲଗାଇଲେ , ସୋଳଷ ସିଙ୍ଗାର କଲେ ଓ ତାପରେ ନିଜ ପସନ୍ଦର ଭୋଜନ କଲେ ।
ଦୀକ୍ଷିତ ନେବା ପୁର୍ବରୁ ସେ ସବୁ ସାଂସରିକ ବସ୍ତୁଗୁଡିକ ଛାଡିଦେଲେ , ସେ ପ୍ରଥମେ ନିଜ ସବୁ ଗହଣା ମା ଙ୍କୁ ଦେଇଥିଲେ ଓ ନିଜ ବାଳକୁ କାଟିଦେଇଥିଲେ। ସାଧବୀ ହେବା ପରେ ସେ କହିଲେ କି ମୁଁ ଦେଶସାରା ବହୁତ ସୁନ୍ଦର ସ୍ଥାନରେ ବୁଲିଛି ଓ ସେଠାରେ ସମୟ କାଟିଛି । ହେଲେ ମୋତେ ସୁଖ ପ୍ରାପ୍ତି ହୋଇ ନଥିଲା, କିନ୍ତୁ ଯେବେ ମୋର ଗୁରୁଙ୍କ ସାନିଦ୍ଧ୍ୟରେ ଆସିଲି, ତେବେ ମୋତେ ସୁଖ ପ୍ରାପ୍ତି ହେଲା। ମୋତେ ସାଂସାରିକ ଜୀବନ ଭଲ ଲାଗୁନାହିଁ , ଏଠାରେ ଲୋକଙ୍କ ଆବଶ୍ୟକତା କେବେ ସମାପ୍ତ ହୁଏ ନାହିଁ ବରଂ ଆବଶ୍ୟକତା ଠାରୁ ଅଧିକ ଏମାନେ ଲୋଭ କରନ୍ତି, ଯାହା ଉଚିତ୍ ନୁହେଁ । କିନ୍ତୁ ସାଧୁସନ୍ଥ ମାନେ କମ୍ ସେ କମ୍ ସଂସାଧନରୁ ଜୀବନ ବ୍ୟତିତ କରିଥାନ୍ତି , ଅଧିକରୁ ଅଧିକା ପାଇବା ପରିବର୍ତ୍ତେ ସେମାନେ ଆତ୍ମାର ପରମାତ୍ମା ସହ ଯୋଡି ହେବାରେ ଅଧିକ ଖୁସି ହୁଅନ୍ତି ।
ସୀମରନଙ୍କ ଏହି ନିଷ୍ପତ୍ତି ଉପରେ ଆପଣଙ୍କ ମତ କଣ ନିଶ୍ଚୟ କମେଣ୍ଟ କରିବେ। ଭଲ ଲାଗିଲେ ଶେୟାର କରିବେ ଓ ଆମ ସହ ଯୋଡିହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।