ବନ୍ଧୁଗଣ, ଦୁନିଆରେ ଅନେକ ରହସ୍ୟ ରହିଛି ଯାହାକୁ ବୁଝିବା ସହଜ ନୁହେଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରହସ୍ୟ ହେଉଛି ବିମାନ ନମ୍ବର ୫୧୩ ର ଯାହା ହଜି ଯାଇଥିଲା । ଦିନେ ନୁହେଁ କି ଦୁଇ ଦିନ ନୁହେଁ ୩୭ ବର୍ଷ ଆକାଶରେ ଉଡୁଥିଲା ବିମାନ । ଯେତେ ଖୋଜା ଖୋଜା ହୋଇଥିଲେ ବି ବିମାନଟି ମିଳି ନ ଥିଲା । ତଦନ୍ତକାରୀ ସଂସ୍ଥା ଭାବିଥିଲେ ବିମାନଟି ଆଉ ମିଳିବ ନାହି ।
କିନ୍ତୁ ୩୭ ବର୍ଷ ପରେ ହଜି ଯାଇଥିବା ବିମାନ ହଠାତ ଅବତରଣ କରିଥିଲା । ଆଉ ଅମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ୧୯୫୪ରେ ସେଣ୍ଟିଆଗୋ ଏୟାରଲାଇନ୍ସର ଜାହାଜ ପଶ୍ଚିମ ଜର୍ମାନୀର ଆରକିଙ୍ଗ ବିମାନ ବନ୍ଦରରୁ ଉଡାଣ କରିଥିଲା । କିନ୍ତୁ ଉଡାଣ ଭରିବା ପରେ ବିମାନ କେଉଁଠାରେ ବି ଅବତରଣ କରି ନ ଥିଲା। ୧୯୫୪ ସେପ୍ଟେମ୍ବର ୪ରେ ୯୨ ଜଣ ଯାତ୍ରୀଙ୍କୁ ନେଇ ଜାହାଜ କୁଆଡେ ଆକାଶରେ ଉଭେଇ ଯାଇଥିଲା ।
ବିମାନ ନମ୍ବର-୫୧୩ ଉଡାଣ ଭରିବାର ୧୮ ଘଣ୍ଟା ପରେ ବ୍ରାଜିଲର ପୋର୍ଟ ଏଲେକ୍ରେ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । କିନ୍ତୁ ଏମିତି ନ ହୋଇ ବିମାନ ଆକାଶରେ ଗାଏବ ହୋଇଯାଇଥିଲା । ଅନେକ ଚେଷ୍ଟା ପରେ ବି ଏହି ବିମାନ ସହ ଯୋଗାଯୋଗ ହୋଇପାରି ନ ଥିଲା । ୯୨ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ବିମାନର ହଜିବା ଖବର ପୁରା ଦୁନିଆକୁ ହଲଚଲ କରି ଦେଇଥିଲା । ବିମାନକୁ ଖୋଜିବାରେ ସବୁ ଏଜେନ୍ସି ଲାଗି ପଡିଥିଲେ । ହେଲେ କେହି ପାଇ ନ ଥିଲେ ।
ବିମାନର ଭଗ୍ନାଂଶ ବି କେଉଁଠି ମିଳି ନ ଥିଲା । କୁହା ଯାଉଥିଲା ଯେବେ ବିମାନଟି ହଜିଥିଲା ସେତେବେଳେ ଆନ୍ଟଲାଟିକ ମହାସାଗର ଉପରେ ଉଡୁଥିଲା । ଯେଉଁଥି ପାଇଁ ଲୋକେ ଭାବିଥିଲେ କି ବିମାନଟି ମହାସାଗରରେ ବୁଡି ଯାଇଛି ଯେଉଁଥିରେ ୯୨ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଠିକ ୩୭ ବର୍ଷ ପରେ ଚମତ୍କାର ହେଲା ଆଉ ପୋର୍ଟ ଇଲେକ୍ରେ ବିମାନ ବନଦରେ ଏକ ବିମାନ ଦେଖାଯାଇଥିଲା । ଯାହା ବିନା କାହା ଅନୁମତିରେ ବନ୍ଦରେ ଅବତରଣ କରିବାକୁ ଯାଉଥିଲା ।
ଯାହାକୁ ଦେଖି ସମସ୍ତେ ଚମକି ପଡିଥିଲେ । ବିମାନ ବନ୍ଦରର ଅଧିକାରୀମାନେ ରନୱେ ଖାଲି କରିବାକୁ ଲାଗିଥିଲେ ଯେଉଁଠି ବିମାନ ଅବତରଣ କରିବାକୁ ଯାଉଥିଲା । ଜାହାଜ ଉପରେ ସେଣ୍ଟିଆଗୋ ଏୟାରଲାଇନ୍ସ ର ନାମ ଲେଖା ଯାଇଥିଲା ଆଉ ନମ୍ବର ବି ସମାନ ଥିଲା ଯାହା ୩୭ ବର୍ଷ ତଳେ ହଜି ଯାଇଥିଲା । ଯାହାକୁ ଦେଖି ବିମାନ ବନ୍ଦରର ଅଧିକାରୀମାନେ ଭୟଭୀତ ହୋଇଥିଲେ । କାରଣ ବିମାନ ହଜିବାର ଦୁଇ ବର୍ଷ ପରେ ସେଣ୍ଟିଆଗୋ ଏୟାରଲାଇନ୍ସ ବନ୍ଦ ହୋଇଯାଇଥିଲା ।
ଏହାର କୌଣସି ବିମାନ ଉଡୁ ନ ଥିଲା । ବିମାନ ଭିତରେ ଅଧିକାରୀମାନେ ଦେଖିଲେ ଯାତ୍ରୀଙ୍କ କଙ୍କାଳ ଆଉ ପାଇଟଲ ପାଖକୁ ଯେବେ ଗଲେ ପାଇଲଟର କଙ୍କାଳ ବି ସେମିତି ବସି ରହିଥିଲା ଯାହାକୁ ଦେଖି ଅଧିକାରୀ ବିମାନରୁ ଓଲହାଇ ଯାଇଥିଲେ । ଏହାର କିଛି ସମୟ ପରେ ବିମାନଟି ପୁଣି ଉଡିଯାଇଥିଲା । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।