ଭଗବାନ କୃଷ୍ଣ ଗରୁଡ ପୁରାଣରେ କହିଛନ୍ତି ଯାହାର ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ମୃତ୍ୟୁ ଏମିତି ସତ୍ୟ ଯାହାକୁ କେହି ଅଟକାଇପାରିବେ ନାହି । ମୃତ୍ୟୁ ନିକଟତର ହେଲେ ମନୁଷ୍ୟକୁ ଶରୀର ତ୍ୟାଗ କରିବାକୁ ପଡିଥାଏ । ଶରୀରର ସହ ସେହି ବ୍ୟକ୍ତି ମୃତ୍ୟୁଲୋକର କୌଣସି ବସ୍ତୁ ନିଜ ସହ ନେଇକି ଯାଇପାରିବ ନାହି । ବ୍ୟକ୍ତି ସହ ତାର ପାପ ଓ ପୂଣ୍ୟ ଯାଇଥାଏ । କୌଣସି ବ୍ୟକ୍ତି ଜୀବନକାଳରେ ପାପ ନ କରିଥିଲେ ମୃତ୍ୟୁ ସମୟରେ କଷ୍ଟ ହୁଏ ନାହି ।
କିନ୍ତୁ ଯେଉଁ ବ୍ୟକ୍ତି ଜୀବନକାଳରେ ପାପ କରିଥାଏ ତାର ମୃତ୍ୟୁ ଭୟାନକ ହୋଇଥାଏ । ଆଜି ଆମେ ଆପଣଙ୍କୁ ମରିଥିବା ଲୋକଙ୍କର କେଉଁ ଜିନିଷ ରଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ମୃତ ବ୍ଯକ୍ତିର ବସ୍ତ୍ର : ଭଗବାନ କୃଷ୍ଣ ଗରୁଡ ଉରଣରେ କହିଛନ୍ତି ମୃତ ବ୍ଯକ୍ତିର କପଡା କେବେ ବି ବ୍ୟବହାର କରିବା ଉଚିତ ନୁହେଁ । ସେମାନଙ୍କୁ ଭୁଲରେ ପିନ୍ଧିବା ଅନୁଚିତ । ଏମିତି କରିଲେ ସେହି ବ୍ଯକ୍ତିର ଆତ୍ମା ତା ସହ ଯୋଡି ହୋଇଯାଏ ଯିଏ କପଡାର ବ୍ୟବହାର କରିଥାଏ ।
ମୃତ ବ୍ଯକ୍ତିର ସ୍ମୃତି ସେହି ବ୍ୟକ୍ତିକୁ ମାନେ ପଡିଥାଏ ଯିଏ ତାଙ୍କର ବସ୍ତ୍ରର ବ୍ୟବହାର କରିଥାଏ । ସେହି ବ୍ୟକ୍ତିକୁ ମୃତ ବ୍ଯକ୍ତିର ଅନୁଭବ ମଧ୍ୟ ହୋଇଥାଏ । ତେଣୁ ଏପରି କରିବା ଭୁଲ । ମୃତ ବ୍ଯକ୍ତିର ବସ୍ତ୍ର ସର୍ବଦା ଦାନ କରିବା ଉଚିତ ଯାହା ଦ୍ଵାରା ତାର ଆତ୍ମା ଶାନ୍ତି ପାଇଥାଏ ।
୨- ମୃତ ବ୍ଯକ୍ତିର ଅଳଙ୍କାର : ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ଯକ୍ତିର ବସ୍ତ୍ର ସହ ତାର ଗହଣା ମଧ୍ୟ ଊର୍ଜାର ସ୍ରୋତ ହୋଇଥାଏ । ମୃତ ବ୍ଯକ୍ତିର ସମ୍ପର୍କ ବସ୍ତ୍ର ଠାରୁ ଗହଣରେ ଅଧିକ ହୋଇଥାଏ । କାରଣ ପ୍ରତେକ ବ୍ୟକ୍ତି ନିଜକୁ ସୁନ୍ଦର ପ୍ରତୀକ କରାଇବାକୁ ପିନ୍ଧି ଥାଏ । କିନ୍ତୁ ଯେବେ ବ୍ଯକ୍ତିର ମୃତ୍ୟୁ ହୋଇଯାଏ ଓ ତାର ଗହନ ଆଉ କେହି ପିନ୍ଧି ଥାଏ ତେବେ ମୃତ ବ୍ଯକ୍ତିର ଆତ୍ମା ଅସଜ ଅନୁଭବ କରିବା ସହ ସେହି ବ୍ୟକ୍ତିକୁ ହଇରାଣ କରିଥାଏ ।
ମୃତ ବ୍ୟକ୍ତି ମୋକ୍ଷ ରାସ୍ତାରେ ନ ଯାଇ ମୃତ୍ୟୁଲୋକରେ ପରିଜନଙ୍କୁ ହଇରାଣ କରିଥାଏ । ଏଣୁ ଭୁଲରେ ବି ମୃତ ବ୍ୟକ୍ତିଙ୍କ ଗହଣା ବ୍ୟବହାର କରିବା ଉଚିତ ନୁହେଁ । ମୃତ ବ୍ଯକ୍ତିର ଆଭୁଷଣ କୁ ବଦାଳୟ ଅନ୍ୟ ଗହଣା କରିବା ଉଚିତ । ଅନ୍ଯଥା ମନ୍ଦିର ରେ ଦାନ କରିବା ଉଚିତ ।
୩- ମୃତ ବ୍ଯକ୍ତିର ଘଣ୍ଟା : ବସ୍ତ୍ର ଓ ଗହଣା ବ୍ଯତୀତ ମୃତ ବ୍ଯକ୍ତିର ଘଣ୍ଟା ପ୍ରମୁଖ ଊର୍ଜା ସ୍ରୋତ ହୋଇଥାଏ । ଗରୁଡ ପୁରାଣରେ ଏହା ବିଷୟରେ ନ କୁହାଜାଇଥିଲେ ବି ଅନେକ ଜ୍ଯୋତିଷ ଶାସ୍ତ୍ର ଏହା କହିଥାଏ କି ମୃତ ବ୍ଯକ୍ତିର ଘଣ୍ଟା ତା ସହ ଯୋଡି ହୋଇ ରହିଥାଏ । କାରଣ ଘଣ୍ଟା ସେହି ବ୍ୟକ୍ତି ସହ ଜୀବନ ସାରା ଯୋଡି ହେବା ସହ ସମୟର ନିର୍ଧାରିତ କରିଥାଏ । ତେଣୁ ମୃତ ବ୍ଯକ୍ତିର ମୃତ୍ୟୁ ପରେ ତାର ସମୟ ଶେଷ ହୋଇଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ବିବରଣୀ କେମିତି ଲାଗିଲା କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।