“ତିତଲି” UPDATE – 5ଟି ଜିଲ୍ଲାକୁ Red Alert ଦେଖନ୍ତୁ ଆପଣଙ୍କ ଜିଲ୍ଲା ଥାଇପାରେ- ଏବେହିଂ ଶେୟାର କରନ୍ତୁ

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି । ଗୋପାଳପୁର ନିକଟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ପବନର ବେଗ ୬୦ରୁ ୮୦ କିମି ଭିତରେ ରହିବ ।

୧୧ ତାରିଖ ସକାଳ ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳ ଭାଗ ନିକଟବର୍ତ୍ତି ହେବ । ତାହା ଆଭ୍ୟନ୍ତରୀଣ ଓଡ଼ିଶାକୁ ନ ଯାଇ କୂଳେ କୂଳେ ପୁରୀ, ପାରାଦୀପ, ବାଲେଶ୍ବର, କେନ୍ଦ୍ରାପଡ଼ା, ଆଦି ଜିଲ୍ଲା ସଂଲଗ୍ନରେ ଗତି କରି ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡକୁ ଅଗ୍ରସର ହେବ । ଏ କ୍ଷେତ୍ରରେ ବାତ୍ୟା ହେଲେ ସୁଦ୍ଧା ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ । କିନ୍ତୁ ଅଧିକ ବର୍ଷା ହେବ । ପୁରୀଠାରୁ ବାଲେଶ୍ବର ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୧୦ ତାରିଖ ପର‌୍ୟ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ୯ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ କୁହାଯାଇଛି । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଶ୍ରୀ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଯଦି ସମ୍ଭାବ୍ୟ ବାତ୍ୟା ଗୋପାଳପୁରର ଦକ୍ଷିଣରେ ଉପକୂଳ ସ୍ପର୍ଶ କରିବ ତେବେ ଗଜପତି ଜିଲ୍ଲାରେ ବର୍ଷା ହେବ । ୧୦ ଓ ୧୧ ତାରିଖ ସନ୍ଧ୍ୟା ପର‌୍ୟ୍ୟନ୍ତ ଭୁବନେଶ୍ବର, ୧୧ରୁ ୧୨ ତାରିଖ ସକାଳ ପର‌୍ୟ୍ୟନ୍ତ ବାଲେଶ୍ବରରେ ବର୍ଷାର ପ୍ରକୋପ ଅଧିକ ରହିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ହୋଇପାେର ଗଞ୍ଜାମ ଉପକୂଳ ନିକଟକୁ ଆସିବା ପରେ ବାତ୍ୟା ଦିଗ ପରିବର୍ତନ କରି ବାଲେଶ୍ବରଠାରୁ ଦୀଘା ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିପାରେ । ତେବେ ବର୍ତମାନ ଜଣାପଡ଼ୁଛି ଯେ ବାତ୍ୟାଚକ୍ରର ଉତ୍ତର ପୂର୍ବ ଅଂଶ ଅଧିକ ସକ୍ରିୟ ରହିଛି । ତେଣୁ ବର୍ଷା ଅଧିକ ରହିବ । ତେବେ ମଙ୍ଗଳବାର ବାତ୍ୟାର ଚିତ୍ର ସ୍ପଷ୍ଟ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *