75 ବର୍ଷ ହେବ ଲାଗିଛି ଟ୍ରାଫିକ୍ ଜାମ୍ ! ଆଜି ଯାଏଁ ହଟି ପାରିଲା ନାହିଁ ଗୋଟିଏ ବି ଗାଡି, କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଦୁନିଆରା କିଛି ରହସ୍ୟମୟ ସ୍ଥାନ ରହିଛି ଯାହା ଆମକୁ ଏବେ ଯାଏ ଅଜଣା । ସେହିଭଳି ଏକ ରହସ୍ୟ ଜନକ ଘଟଣା ଏବେ  ସାମ୍ନାକୁ ଆସିଛି । ତାହା ହେଉଛି 75 ବର୍ଷ ପର୍ଯ୍ୟନ୍ତ ଟ୍ରାଫିକରେ ଫଶୀ ରହିଲେ ଶହ ଶହ ଗାଡି । ଗାଡି ପଛକୁ ଗାଡି କେହି ଆଗକୁ ଯାଇପାରିଲେ ନାହିଁ । ଏଭଳି ଟ୍ରାଫିକ କେବେ ମଧ୍ୟ ଆପଣ ଦେଖି ନଥିବେ । ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ।

75 ବର୍ଷ ବିତିସାରିଛି କିନ୍ତୁ ଗାଡି ସେମିତି ଟ୍ରାଫିକ ଜାମରେ ଫସି ରହିଛି । ଗୋଟିଏ ବି ଗାଡି ଆଗକୁ ଗଡିପାରିନାହାନ୍ତି । ବେଲଜିୟମର ଦକ୍ଷିଣ ଭାଗରେ ଚଟଲେନ ନାମକ ଏକ ସ୍ଥାନ ରହିଛି । ସେହି ଜଙ୍ଗଲରେ ବହୁତ ଗୁଡିଏ ଗାଡି ରହିଥିବା ଦେଖାଯାଇଛି । ସେହି ଗାଡି ଗୁଡିକ ଉପରେ ଅନେକ ଅନାବନା ଗଛ ସବୁ ଉଠିଯାଇଛି । ଏହି ଘଟଣା ପଛରେ ଏକ କାହାଣୀ ରହିଛି ।

କୁହାଯାଏ କି ଦିତୀୟ ବିଶ୍ଵ ଯୁଦ୍ଧ ସମୟରେ ଆମେରିକା ସୈନ୍ୟ ମାନେ ଆଗକୁ ଜୀବ ପାଇଁ ରାସ୍ତା ପାଇ ନଥିଲେ । ତାଙ୍କୁ ସୂଚନା ମିଳିଥିଲା କି ତୁରନ୍ତ ସେହି ସ୍ଥାନ ଛାଡି ଚାଲିଯିବା ପାଇଁ । କିନ୍ତୁ ଗାଡି ନେଇ କୌଣସି ସୁରକ୍ଷିତ ସ୍ଥାନକୁ ଯିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ସେଥିପାଇଁ ସେମାନେ ଗାଡି ଗୁଡିକ ଛାଡି ପଳାଇଯାଇଥିଲେ । ସେମାନେ ଭାବିଥିଲେ ପରେ ଆସି ସେହି ଗାଡି ଗୁଡିକୁ ଆସି ନେଇଯିବେ ବୋଲି ।

ଗାଡିର ଦାମ ଅନୁଯାୟୀ ଗାଡିକୁ ଆମେରିକା ନେବା ବହୁତ ମହଙ୍ଗା ଥିଲା । ଏହି କାରଣ ହେତୁ ଗାଡି ଗୁଡିକ ସେମିତି ହିଁ ରାସ୍ତା ଉପରେ ଛିଡା ହୋଇ ରହିଛି । ସେହି ଦୃଶ୍ୟକୁ ଯିଏ ଦେଖିବ ସିଏ ଭାବିବ ଯେମିତି କି ଗାଡି ଗୁଡିକ ଟ୍ରାଫିକ ଜାମରେ ଫସି ଯାଇଛି । ସେହି ଗାଡି ଗୁଡିକର ସଂଖ୍ୟା 500ରୁ ବେଶି ହେବ ।

ସେହି ସବୁକୁ ଦେଖିବା ପାଇଁ ବହୁତ ଦୂରରୁ ଲୋକ ମଧ୍ୟ ଆସିଥାନ୍ତି । କାରଣ ଏହି ଘଟଣାକୁ 75 ବର୍ଷ ବିତି ସାରିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।   ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *