ଏଭଳି 7ଟି ଲକ୍ଷଣ ଥିବା ବ୍ୟକ୍ତିର କେବେ ବି ହୁଏ ନାହିଁ ଅକାଳ ମୃତ୍ୟୁ, ଯମରାଜ କହିଛନ୍ତି ମୃତ୍ୟୁର ରହସ୍ୟ

ଭଗବାନ କୃଷ୍ଣ କହିଛନ୍ତି ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ ଯାହାକୁ କେହି ରୋକିପାରିବେ ନାହି । ଯେବେ ମୃତ୍ୟୁ ସମୟ ପାଖେଇ ଆସିଥାଏ ସେହି ସମୟରେ ଯମରାଜଙ୍କ ଦୁତ ଆସି କିଛି ସଂକେତ ଦେଇଥାନ୍ତି । ଏହା ପରେ ସେମାନେ ବ୍ୟକ୍ତିକୁ ଯମପୁରକୁ ନେଇଥାନ୍ତି । ମଣିଷ ଜନ୍ମ ହେବା ସମୟରେ ତାର ଆୟୁଷ ମଧ୍ୟ ଲେଖାଯାଏ । ଯେଉଁ ବ୍ଯକ୍ତିର ଭାଗ୍ୟରେ ଅକାଳ ମୃତ୍ୟୁ ହୁଏ ନାହି ତେବେ ତା ପାଖରେ ୭ଟି ଲକ୍ଷଣ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ଯେବେ ମଣିଷ ନିଜର ଧର୍ମ ଠାରୁ ଦୂରେଇ ଯାଏ ନାହି, ଶତ୍ରୁ ପାଖରେ କପଟ କରେ ନାହି, ଯିଏ ସର୍ବଦା ସତ ମାର୍ଗ ରେ ଚାଲି କଲ୍ୟାଣ କାମ କରିଥାଏ ସେଭଳି ବ୍ୟକ୍ତି ର କେବେ ଅକାଳ ମୃତ୍ୟୁ ହୁଏ ନାହି ।

୨- ଯେଉଁ ମଣିଷ କେବେ କୌଣସି ପଶୁ ର କ୍ଷତି କରେ ନାହି, ଯିଏ ରାଗିଲେ ମଧ୍ୟ କାହା ଉପରେ ଅତ୍ୟାଚାର କରେ ନାହି ବା ଯେଉଁ ବ୍ୟକ୍ତି ଜାଣିଶୁଣି ପ୍ରାଣୀ କୁ କଷ୍ଟ ଦିଏ ନାହି ଦୁଖୀ ପ୍ରାଣୀ କୁ ଦେଖି ଯାହା ମନରେ ଦୟା ଆସିଥାଏ ଓ ଯିଏ ସମସ୍ତଙ୍କ ଉପରେ ଦୟାର ଭାବନା ରଖିଥାଏ ସେଭଳି ପ୍ରାଣୀ ର କେବେ ଅକାଳ ମୃତ୍ୟୁ ହୁଏ ନାହି ।

୩- ଯେଉଁ ବ୍ୟକ୍ତି କେବେ ଚୋରୀ କରେ ନାହି ଅଥବା ଅନ୍ୟ ର ଦ୍ରବ୍ୟ କୁ ହରଣ କରେ ନାହି, କେଉଁଠାରେ ଅନ୍ୟ ର ଧନ ପଡିଥିବା ଦେଖି ତାକୁ ନଜର ରଖେ ନାହି ତଥା ଅନ୍ୟ ର ଧାନକୁ କେବେ ନିଜର ଭାବେ ନାହି ଏଭଳି ବ୍ୟକ୍ତି ଙ୍କ ମନରେ ଭଗବାନ ବିଶୁଣୁ ଙ୍କ ବାସ ରହିଥାଏ । ତେଣୁ ଏଭଳି ପ୍ରାଣୀ ଙ୍କ ଅକାଳ ମୃତ୍ୟୁ ହୁଏ ନାହି ।

୪- ଯେଉଁ ମଣିଷ ନିଜର ସାମର୍ଥ୍ୟ ଅନୁଯାୟୀ ସମୟ ସମୟରେ ଦାନ କରିଥାଏ, ଯିଏ ଗୋ-ମାତା ଙ୍କ ସେବା କରିଥାଏ, ଯିଏ ଦାନ କରିବାରେ ସର୍ବଦା ତତ୍ପର ହେବ ସହ କଞ୍ଜୁସୀ କରେ ନାହି ସେଭଳି ମଣିଷ ଧନ୍ୟ ହୋଇଥାଏ । ଏଭଳି ମଣିଷର ଅକାଳ ମୃତ୍ୟୁ ଟଳି ଯାଇଥାଏ ।

୫- ଯେଉଁ ପୁରୁଷ ମିଥ୍ୟା ବଚନ, ଚୁଗୁଲି ବା ନିନ୍ଦା କରେ ନାହି ତଥା ଏମିତି କଥା କୁହେ ନାହି ଯାହା ଅନ୍ୟକୁ କଷ୍ଟ ଦେଇଥାଏ , ଯିଏ କେବେ ଅସାମର୍ଥ୍ୟ ବ୍ଯକ୍ତିର ଅବହେଳା କରେ ନାହି ସମସ୍ତଙ୍କର ସମ୍ମାନ କରିଥାଏ ସେଭଳି ବ୍ୟକ୍ତିର ଅକାଳ ମୃତ୍ୟୁ ହୁଏ ନାହି ।

୬- ଯେଉଁ ପୁରୁଷ ଅନ୍ୟର ସ୍ତ୍ରୀକୁ ଖରାପ ନଜରରେ ଦେଖେ ନାହି, ଯିଏ କେବଳ ନିଜ ସ୍ତ୍ରୀ ସହ ନିଷ୍ଠାରେ ରହିଥାଏ, ଅନ୍ୟର ସ୍ତ୍ରୀକୁ ମାତା, ଭଉଣୀ ମାନିଥାଏ ସେଭଳି ବ୍ୟକ୍ତିର ଅକାଳ ମୃତ୍ୟୁ ହୁଏ ନାହି ।

୭- ଯେଉଁ ବ୍ୟକ୍ତି ସ୍ନାନ କରି ସୂର୍ଯ୍ୟଙ୍କ ଜଳ ଦେବା ସହ ବିନା ସ୍ନାନରେ ଭୟଜନ ଗ୍ରହଣ କରେ ନାହି, ଯିଏ ତୁଳସୀପୁଜା କରିଥାଏ ସେଭଳି ବ୍ଯକ୍ତିର ଅକାଳ ମୃତ୍ୟୁ ହୁଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *