ପୁଣି ବଢିବ Petrol ଓ Diesel ଦର, ଜାଣନ୍ତୁ କେତେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦେଶର ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଏବେ କିଛି ଦିନ ହେବେ ସ୍ଥିର ରହିଛି ତୈଳ ଦର । କିନ୍ତୁ ବିଶ୍ଵ ବଜାରରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଶୋଧିତ ତୈଳ ଦର । ଯାହା ତେଲ କମ୍ପାନୀ ଗୁଡିକ ଉପରେ ସିଧା ସଲକହ ଭାବେ ପ୍ରଭାବ ପକାଇଥିବା ବେଳେ ମଧ୍ୟ ତୈଳ ଦର ସ୍ଥିର ରହିଛି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କୁ ଦେଖି ତୈଳ ଦରକୁ ବୃଦ୍ଧି କରାଯାଉ ନ ଥିବା ଜଣା ପଡିଛି ।

ତେବେ ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ୫ରୁ ୬ ଟଙ୍କା ବଢିପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ବିଶେଷଜ୍ଞ ଙ୍କ କହିବା ମୁତାବକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନ ହେବା କାରଣରୁ ତେଲ କମ୍ପାନୀ ଗୁଡିକୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ତେଣୁ ମାର୍ଜିନ କୁ ସନ୍ତୁଳନରେ ରଖିବା ପାଇଁ ଲିଟର ପିଛା ୫ରୁ ୬ଅ ଟଙ୍କା ବୃଦ୍ଧି କରିବା ଜରୁରୀ ହୋଇ ପଡିଛି ।

ଯଦି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ର ଦର ଏହିପରି ଉଚ୍ଚ ସ୍ତର ରେ ରୁହେ ତେବେ ୫ଟି ରାଜ୍ୟରେ ନିର୍ବାଚନ ପରେ ତେଲ ଦର ନିଶ୍ଚିନ୍ତ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେମିତି ତୈଳ ଦର ବୃଦ୍ଧି ପାଇଥାଏ । ଯଦି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଏକ ଡଲାର ବୃଦ୍ଧି ପାଏ ତେବେ ଘରୋଇ ବଜାରରେ ତୈଳ ଦର ୪୫ଋ ୪୭ ପଇସା ବୃଦ୍ଧି ପାଇଥାଏ ।

କିନ୍ତୁ ଅନ୍ତର୍ଜାତୀୟ ବଜାରତରେ ତୈଳ ଦର ଲାଗତ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ଘରୋଇ ବଜାରରେ ଦୀପାବଳି ପର ଠାରୁ ସ୍ଥିର ରହିଛି ପେଟ୍ରୋଲ ଡିଜେଲ ଦର । ଏହା ସହ ନଭେମ୍ବର ମାସ ପର ଠାରୁ କଞ୍ଚା ତେଲ ବ୍ୟାରେଲ ପିଛା ମୂଲ୍ୟ ୨୫ ଡଲାର ବୃଦ୍ଧି ପାଇ ସାରିଲାଣି । ସେପଟେ ରୁଷ ଓ ୟୁକେ ର ବିବାଦ ପାଇଁ ମଙ୍ଗଳବାର ସୁଧା ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୪ ଡଲାର ରେ ପହଞ୍ଚି ସାରିଛି ।

୨୦୧୪ ମସିହା ପରେ ଏପରି ସ୍ଥିତି ପୁଣି ଥରେ ଦେଖା ଯାଇଛି । ତେବେ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଯଦି ରୁଷ ଓ ୟୁକେ ର ବିବାଦରେ ଜଲ୍ଦି ପୂର୍ଣ୍ଣଚ୍ଛେଦ ନ ପଡେ ତେବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୫ ଡଲାର ଟପିପାରେ ବୋଲି ଅନୁମାନ କରା ଯାଉଛି ।

ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ବା ଏହା ଠାରୁ ଅଧିକ ରହିଛି । ଯାହା କି ସାଧାରଣ ଲୋକ ଉପରେ ଅଧିକ ପ୍ରଭାବ ପକାଉଚି । ଏଭଳି ପରିସ୍ଥିତି ରେ ଯଦି ପୁଣି ଥରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ତେବେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇବ ।

ବନ୍ଧୁଗଣ ଆପଣ ମାନଙ୍କର ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *