5th କ୍ଳାସରେ ପଢୁଥିବା ଏହି ଝିଅ ଦିନକ ପାଇଁ ହେଲା District Collector… କାରଣ ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ ଝିଅ ଜଣକ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି । ଆଉ ଏବେ କଲେକ୍ଟର ହେବେ । ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପରେ । କାରଣ କଲେକ୍ଟର ହେବ ପାଇଁ ତ ଆଇଏସ ହେବାକୁ ପଡିଥାଏ । ଆଉ ଏହି କୁନି ଝିଅ ମାତ୍ର ୫ମ ପାଠ ପାଢୀ କେମିତି କଲେକ୍ଟର ହେବେ ତାହା ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ଏହି କଥାଟି ଆଶ୍ଚର୍ଯ୍ୟକର ହେଲେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ସହରରେ ।

ବଲିଉଡ ଫିଲ୍ମ ନାୟକ ଚଳଚ୍ଚିତ୍ର ପରି ଏହି ଷ୍ଟୋରୀ ଟି ଅଟେ । କାରଣ ଏହି ଫିଲ୍ମ ଭକି ୫ମ ଶ୍ରେଣୀର ଝିଅକୁ କଲେକ୍ଟର ର କ୍ଷମତା ଦିଆ ଯାଇଛି । ଏହି ଘଟଣା ଟି ରାଜସ୍ଥାନର ଦୌସା ସାହରେ ଘଟିଛି । ବାସ୍ତବରେ ଝିଅଙ୍କର ଶିକ୍ଷା କ୍ଷେତ୍ର ରେ ଅଗ୍ରଗତି ଓ ପ୍ରୋଶ୍ଚାହନ ଦେବା ପାଇଁ ଜିଲ୍ଲାପାଳ ପ୍ରସାଶସନ ପକ୍ଷରୁ କାଉନ୍ସିଲିଙ୍ଗ କଲେକ୍ଟର କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ୫ମ ଶ୍ରେଣୀରେ ପାଠ ପଢୁଥିବା ଝିଅ ନବ୍ୟା ଜିଲ୍ଲା କଲେକ୍ଟର ଙ୍କୁ ଏକ ପ୍ରଶ୍ନ ପଚାରି ଥିଲେ ଯେ ଆପଣ ଝିଅ ମାନଙ୍କ ଭବିଷ୍ୟତ ପାଇଁ କଣ ଚିନ୍ତା କରିଛନ୍ତି । କୁନି ଝିଅର ଏହି ପ୍ରଶ୍ନର ପ୍ରଶଂସା କ୍ଲାରିବା ସହ କଲେକ୍ଟର ସାରା ଝିଅକୁ ନିଜ ସିଟରେ ବସାଇ ଗୋଟିଏ ଦିନର କଲେକ୍ଟର କ୍ଷମତା ଦେଇଥିଲେ । କଲେକ୍ଟର ସିଟରେ ବସିବା ପରେ ନବ୍ୟା ଙ୍କୁ କିଛି ନିସ୍ପତି ନେବା ପାଇଁ ଅନୁମତି ଦିଆ ଯାଇଥିଲା ।

ନବ୍ୟା ତୁରନ୍ତ ନିଜ ସ୍କୁଲରେ ଲାଇବ୍ରେରୀ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ କ୍ରମେ ସ୍କୁଲରେ ଲାଇବ୍ରେରି ନିର୍ମାଣ ହେଉଥିବା କଥା ଦେଖିବାକୁ ମିଳିଛି । ବାସ୍ତବରେ ପିଲା ମାନଙ୍କର ପରୀକ୍ଷା ନିକଟରର ହେବାରୁ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ପକ୍ଷ ରୁ ନାରୀ ସଶକ୍ତିକରଣ କୁ ପ୍ରୋଶ୍ଚାହନ ଦେବା ପାଇଁ କାଉନ୍ସିଲିଙ୍ଗ କଲେକ୍ଟର କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ବ୍ୟକ୍ତିଗତ ଜୀବନ ବିଷୟରେ ହେଉ ବା ସଙ୍ଘର୍ଷର କାହାଣୀ ହେଉ ବା ଝିଅ ମାନଙ୍କ ବ୍ୟକ୍ତିଗତ ସମସ୍ଯା ଯୋଗୁ ସମାଜରେ ଘଟୁଥିବା ପ୍ରତେକ ଟି ଘଟଣା ଉପରେ ଆଲୋଚନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୫୦ରୁ ଅଧିକ ସ୍କୁଲର ୫ମ ରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ ପଢୁଥିବା ଛାତ୍ରୀ ଯୋଗ ଦେଇଥିଲେ । ଦୌସା ର ମାଜିଷ୍ଟ୍ରେଟ କମରପୁଲ ଚୌଧୁରୀ ପିଲାଙ୍କ ସହ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କରିଥିଲେ । ତେବେ କୁନି ଝିଅ ନବ୍ୟା କଲେକ୍ଟର ହେବ ହେବ ଅନେଇ ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ନବ୍ୟାଙ୍କର ଏଭଳି ପଦକ୍ଷେପ ଓ ଚିନ୍ତାଧାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *