ନଡିଆ ତେଲରେ କେବଳ ଏହି ଗୋଟେ ଜିନିଷ ମିଶାଇ ଲଗାନ୍ତୁ, ଘନ, ଲମ୍ବା ଓ ସୁନ୍ଦର କେଶ ପାଆନ୍ତୁ… Hair care tips

ବନ୍ଧୁଗଣ ଆଜିକାଲି ଚୁଟିକୁ ନେଇ ବିଭିନ୍ନ ପ୍ରକାର ସମସ୍ଯା ଦେଖାଯାଉଛି । ଯେପରି ଚୁଟି ଝଡିବା, ଚୁଟି ନବଢିବା, ଚୁଟି ବହୁତ ଡ୍ରାଏ ଲାଗିବା ଆଦି ଭଳି ଅନେକ ପ୍ରକାର ହେୟାରରେ ପ୍ରୋବ୍ଲେମ ଆସିଥାଏ । ତେବେ ଏହି ସବୁ ପ୍ରୋବ୍ଲେମର ସମାଧାନ ଆଜି ଆପଣ କେବଳ ଗୋଟିଏ ଉପାୟ କରି ସେଥିରୁ ପାଇପାରିବେ । ତେବେ ଚୁଟିର ସବୁ ପ୍ରୋବ୍ଲେମକୁ ଦୂର କରି ଚୁଟିକୁ ହେଲଦି ବନାଉଥିବା ରେମିଡି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ରଶୁଣର ଆବଶ୍ୟକତା ପଡିବ । ରଶୁଣ କେଶର ବିଭିନ୍ନ ପ୍ରକାର ପ୍ରୋବ୍ଲେମକୁ ଦୂର କରିବାରେ ବହୁତ ହେଲ୍ପ କରିଥାଏ । ପ୍ରଥମେ ଆପଣ ଏକ ରଶୁଣ ଆଣନ୍ତୁ । ତାପରେ ସେହି ରଶୁଣର ପାଖୁଡାକୁ ଛଡାଇ ଗୋଟି ଗୋଟି କରି ଦିଅନ୍ତୁ । ତାପରେ ସେଥିରୁ 7 ରୁ 8 କୋଲା ରଶୁଣ କୋଲାରୁ ଚୋପା ଛଡାଇ କୋଲା ଗୁଡିକୁ ମଝିରୁ କାଟି ଦୁଇ ଫାଳ କରିଦିଅନ୍ତୁ ।

ତାପରେ ଆପଣଙ୍କୁ ନଡିଆ ତେଲର ଆବଶ୍ୟକତା ପଡିବ । ନଡିଆ ତେଲ ବଦଳରେ ଆପଣ କୌଣସି ବି ତେଲ ନେଇପାରିବେ । ତାପରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ନଡିଆ ତେଲ ଢାଳନ୍ତୁ । ତାପରେ ଆପଣ ପୂର୍ବରୁ କାଟି ରଖିଥିବା ରଶୁଣର କୋଲା ଗୁଡିକୁ ସେହି ତେଲରେ ଆଡ୍ କରନ୍ତୁ । ଗ୍ଯାସରେ ତେଲ ବସାଇ ତାହାକୁ 4 ରୁ 5 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ତେଲ ଫୁଟାଉଥିବା ସମୟରେ  ମଝିରେ ମଝିରେ ଚାମଚ ସାହାଜ୍ଯରେ ତେଲକୁ ଗୋଲାଉଥାନ୍ତୁ । ନଚେତ ତେଲ ପୋଡିଯାଇପାରେ ।

ତେଲ ଫୁଟି ଆସୁଥିଲେ ତାହାର ରଙ୍ଗ ଚେଞ୍ଜ ହେବାକୁ ଲାଗିବ । ତାପରେ ଆପଣ ଗ୍ଯାସ ବନ୍ଦ କରି ତେଲକୁ ଗ୍ଯାସକୁ କାଢି ଆଣନ୍ତୁ । ତେଲ ଥଣ୍ଡା ହେବା ପରେ ତାହାକୁ କୌଣସି ଏକ ଡବାକୁ ନେଇଆସନ୍ତୁ । ଆପଣ ସପ୍ତାହକୁ ଅତି କମ୍ ରେ 1 ରୁ 2 ଥର ନିଜ କେଶରେ ଲଗାନ୍ତୁ ।

ଚୁଟି ସାମ୍ପୁ କରିବାର ଗୋଟିଏ ଦିନ ପୂର୍ବରୁ ବା 1 ରୁ 2 ଘଣ୍ଟା ପୂର୍ବରୁ ଏହି ତେଲକୁ ଚୁଟିରେ ଭଲ ଭାବେ ଲଗାଇ ରଖି ତାପରେ ଚୁଟିକୁ ୱାଶ କରିଦିଅନ୍ତୁ । ଏହିପରି ତେଲ ପ୍ରସ୍ତୁତ କରି 15 ରୁ 20 ଦିନ ପର୍ଯ୍ୟନ୍ତ ମଧ୍ୟ ତାହାକୁ ଡବାରେ ଷ୍ଟୋର କରି ରଖିପାରିବେ । ଏହି ତେଲ ଏତେ ପ୍ରଭାବଶାଳୀ ହୋଇଥାଏ । ଯେ ଏହାକୁ କିଛି ଥର ଚୁଟିରେ ବ୍ୟବହାର କରିବା ପରେ ଚୁଟିକୁ ଏହି ତେଲର ବହୁତ ଫାଇଦା ମିଳିଥାଏ । ଚୁଟି ଝଡିବା କମିବା ସହ ଚୁଟି ସୁନ୍ଦର ଭାବେ ବଢିବାକୁ ମଧ୍ୟ ଲାଗିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *