ସବୁବେଳେ ଦୁଃଖ, ଯନ୍ତ୍ରଣା ଭିତରେ ରହୁଥିଲେ, ନିହାତି ଥରେ ଏହି କାହାଣୀ ଜାଣନ୍ତୁ… Motivational speech

ବନ୍ଧୁଗଣ ଥରେ ବ୍ୟକ୍ତି ନିଜର ସବୁ ସମସ୍ଯାକୁ ନେଇ ବୁଦ୍ଧଦେବଙ୍କ ନିକଟକୁ ଆସିଥିଲା । ସେଠାରେ ସେ ବୁଦ୍ଧଦେବଙ୍କୁ କହିଲା । ହେ ବୁଦ୍ଧଦେବ ମୋ ଜୀବନରେ ଏତେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା କାହିଁକି ରହିଛି ? ଏହାର କାରଣ କ’ଣ ଅବା ହୋଇଥାଇପାରେ ? କାରଣ ମୁଁ ମୋ ଜୀବନରେ ନିଜକୁ ନେଇ, ନିଜ ପରିବାରକୁ ନେଇ, ସମ୍ପର୍କକୁ ନେଇ ନା ମୋ ମନକୁ ନେଇ କୌଣସି ଥିରେ ମୁଁ ଖୁସିରେ ନାହିଁ । ତେଣୁ ମୋ ଜୀବନକୁ ଏତେ ସବୁ ଦୁଃଖ ଓ ସମସ୍ଯା ଆସିବାର କାରଣ ହେ ବୁଦ୍ଧଦେବ ମୋତେ କୁହନ୍ତୁ ।

ତେବେ ବ୍ୟକ୍ତି ଜଣଙ୍କର ସବୁ କଥା ଶୁଣିସାରିଲା ପରେ ବୁଦ୍ଧଦେବ କହିଥିଲେ । ଯେ ତୁମର ସବୁ ଦୁଃଖର କାରଣ ହେଉଛ ତୁମେ ହିଁ ନିଜେ । ନିଜେ ହିଁ ନିଜ ଦୁଃଖର ପ୍ରକୃତ କାରଣ । ତାପରେ ବ୍ୟକ୍ତି ଜଣଙ୍କ ବୁଦ୍ଧଦେବଙ୍କୁ ଏହାର ଅର୍ଥ ପଚାରି ବୁଝିଲା । ଯେ ସେହି ବ୍ୟକ୍ତି ନିଜ ନିଜ ଦୁଃଖ ଓ ସମସ୍ଯାର କାରଣ କିପରି ଅବା ହୋଇପାରେ । ତେବେ ଏହାର ଅର୍ଥ ବୁଝାଇବାକୁ ଯାଇ ବୁଦ୍ଧଦେବ ବ୍ୟକ୍ତି ଜଣଙ୍କୁ ଏକ କାହାଣୀ ଶୁଣାଇ ବୁଝାଇଲେ । ରସଭରା ଏକ ପାତ୍ରରେ ଏକ ମହୁମାଛି ଉଡି ଉଡି ଆସି ପଡିଯାଇଥାଏ ।

ଯେତେବେଳେ ସେହି ମହୁମାଛି ଟି ସେହି ରସଭରା ପାତ୍ରରେ ପ୍ରଥମେ ପଡିଯାଇଥାଏ । ସେତେବେଳରେ ତାହାକୁ ବହୁତ ଆନନ୍ଦ ଲାଗିଥାଏ । ମହୁମାଛିଟି ସେହି ସମୟରେ ଭାବିଥାଏ । ସେଥିରୁ ସେ କିଛି ରସ ନେଇକି ସେଠାରୁ ଉଡିଯିବ । ହେଲେ ସେହି ମହୁମାଛିଟି ସେହି ରସଭରା ପାତ୍ରରେ ବୁଡିଯାଇଥାଏ । ଯେ ସେହି ରସରୁ ସେ ଆଉ ଉପରକୁ ଉଡିପାରେ ନାହିଁ । କାରଣ ରସ ପିଇ ପିଇ ତା’ ର ପେଟ ଭରିଗଲା ପରେ ସେ ଆଉ ଚାହିଁଲେ ମଧ୍ୟ ସେ ପାତ୍ରରୁ ଉଡିକି ବାହାରକୁ ଯାଇପାରିନଥାଏ ।

ତେବେ ମନୁଷ୍ୟ ଜୀବନର କଥା ମଧ୍ୟ କିଛି ଏହିପରି ହୋଇଥାଏ । ଯେତେବେଳେ ବ୍ୟକ୍ତି କୌଣସି ନୂଆ ସମ୍ପର୍କରେ ରହିଥାଏ । ସେତେବେଳେ ତ ତାହାକୁ ସବୁକିଛି ଭଲ ଲାଗିଥାଏ । ପରେ ସେହି ସମ୍ପର୍କକୁ ନେଇ ସେ ଚିଡିଯାଇଥାଏ । ଯେତେବେଳେ ବ୍ୟକ୍ତି କିଛି ଭଲ ଖାଦ୍ୟ ପାଇଥାଏ । ବ୍ୟକ୍ତି ତା’ ର ଆଗାମୀ ସ୍ଵାସ୍ଥବସ୍ତା କଥା ଚିନ୍ତା ନକରି ପ୍ରଥମେ ସେହି ଖାଦ୍ୟକୁ ମନ ଭରି ଖାଇନେଇଥାଏ ।

ତେଣୁ ମଣିଷ ଜୀବନରେ ସବୁ ଦୁଃଖ ତାହାର ଆଶା ଓ ମୋହରୁ ହିଁ ସୃଷ୍ଟି ହୋଇଥାଏ । ତେଣୁ ଜୀବନର ସବୁ ଦୁଃଖକୁ ଦୂର କରିବାକୁ ଚାହୁଁଥିଲେ । ନିଜ ମନକୁ ସବୁ ମୋହ ଓ ବାସ୍ତବ ଠାରୁ ଉପରକୁ ନେଇ ସେହି ମନରେ ପ୍ରେମ ଓ ସନ୍ତୋଷରେ ଭରିଦିଅ । କାରଣ ଯାହାର ହୃଦୟରେ ପ୍ରେମ ଓ ସନ୍ତୋଷ ରହିଥାଏ । ତାହାର ମନରେ ମୋହବାସ୍ନା ଦୁଃଖ ସବୁ ନଷ୍ଟ ହୋଇଯାଇଥାଏ ।

ତେଣୁ ବୁଦ୍ଧଦେବ କହିଥିବା ଏହି କଥାର ଉଦ୍ଧେଶ୍ୟ ଯେଉଁ ବ୍ୟକ୍ତି ବୁଝିପାରୁଥିବ । ସେ ସବୁ ଦୁଃଖରୁ ନିଶ୍ଚୟ ଭାବେ ପାର ହୋଇଯିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *