Health tips; – ରାତି ଅଧରେ ପରିସ୍ରା ଲାଗୁଛି କି ! ତେବେ ଜାଣନ୍ତୁ ଏହି ଭୟଙ୍କର କଥା !

ପ୍ରତ୍ଯେକ ମଣିଷ ପ୍ରତ୍ଯେକ ଦିନ ସଠିକ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ସବୁ ଲୋକ ଠିକ ମାତ୍ରା ଅର୍ଥାତ ଶରୀର ଦରକାର କରୁଥିବା ଅବାଶ୍ୟକ ମୁତାବକ ପାଣି ପିଇବା ଦ୍ଵାରା ତା’ ର ଶରୀର ସତେଜ ଓ ସୁସ୍ଥ ରହିଥାଏ । ଏଥିସହ ବହୁ ପ୍ରକାର ରୋଗ, ବେମାରୀରୁ ତାହାର ଶରୀରକୁ ରକ୍ଷା ମିଳିଥାଏ । ତେବେ ବନ୍ଧୁଗଣ ବହୁତ ଲୋକଙ୍କୁ ରାତିରେ ବହୁତ ଥର ପରିସ୍ରା ଲାଗିଥାଏ । ତେବେ ରାତି ଅଧରେ ବାରମ୍ବାର ପରିସ୍ରା ଲାଗିବାର କାରଣ କ’ଣ ହୋଇଥାଏ ?

ତେବେ ଯେତେବେଳେ କୌଣସି ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ଅଧିକ ପାଣିର ସେବନ କରିଥାଏ । ବା ଅଧିକ ତରଳ ଜିନିଷର ସେବନ କରି ଶୋଇଥାଏ । ତେବେ ସେହି ବ୍ୟକ୍ତିକୁ ରାତି ଅଧରେ ପରିସ୍ରା ଲାଗିଥାଏ । ହେଲେ ଏହା ସାଧାରଣ କଥା ହୋଇଥାଏ । କାରଣ ପରିସ୍ରା ଅତି କମ୍ ମାତ୍ରାରେ ହେବା କି ପରିସ୍ରା ଅତି ଅଧିକ ମାତ୍ରାରେ ହେବା ମଧ୍ୟ ଭଲ କଥା ନୁହେଁ । ହେଲେ ଯଦି ଆପଣଙ୍କୁ ମଧ୍ୟ ରାତି ଅଧରେ ଉଠି ପରିସ୍ରା ଲାଗୁଥାଏ ।

ତେବେ ପରିସ୍ରା କରିବାକୁ ଯିବା ସମୟରେ ଆପଣଙ୍କୁ ମଧ୍ୟ ଏହି କଥାର ଧ୍ୟାନ ଅବଶ୍ୟ ରଖିବାକୁ ପଡିବ । ଯେତେବେଳେ ମଧ୍ୟ ଆପଣଙ୍କୁ ପରିସ୍ରା ଲାଗୁଛି । ସେତେବେଳେ ସେହି ପରିସ୍ରା ମାଧ୍ୟମରେ ଶରୀରରେ ରହିଥିବା ବିଷାକ୍ତ ଓ ହାନୀକାରକ ପଦାର୍ଥ ବାହାରକୁ ବାହାରି ଚାଲି ଆସିଥାଏ । ଯାହା ଦ୍ଵାରା ଆମ ଶରୀର ଠିକ ରହିଥାଏ । ହେଲେ ଯଦି ଆପଣଙ୍କୁ ରାତିରେ ଉଠି ପରିସ୍ରା କରିବାକୁ ଯିବା ପଡୁଛି । ତେବେ ଯଦି ସେହି ସମୟରେ ହଟାତ କୌଣସି ବ୍ୟକ୍ତି ନିଦରୁ ଉଠି ଛିଡା ହୋଇ ପରିସ୍ରା କରିବାକୁ ଲାଗିଥାଏ ।

ତେବେ ସେହି ବ୍ୟକ୍ତିର ଶରୀରରେ ହଟାତ ରକ୍ତର ପ୍ରବାହ ଜୋର ହେବାରେ ଲାଗିଯାଇଥାଏ । କାରଣ ରାତିରେ ନିଦରୁ ଉଠି ଯେତେବେଳେ ଆମେ ପରିସ୍ରା କରିବାକୁ ଲାଗିଥାଉ । ସେତେବେଳେ ଆମ ଠିକ ଭାବେ ସତେଜ ହୋଇନଥାଉ । ଯାହା ଫଳରେ ଶରୀରରେ ପ୍ରବଳ ବେଗରେ ପ୍ରବାହିତ ରକ୍ତକଣିକା ମସ୍ତିଷ୍କରେ ଅଟକି ଯାଇଥାଏ ।

ଅଟକି ରହିଥିବା ରକ୍ତକଣିକା ଠିକ ଭାବେ ସଂଚାଳନ ନହେବା ଫଳରେ ବ୍ରେନଷ୍ଟ୍ରୋକ ହେବାର ଆଶଙ୍କା ରହିଥାଏ । ତେବେ ରାତି ଅଧରେ ପରିସ୍ରା ଲାଗୁଥିଲେ । ନିଦରୁ ଉଠି ଆପଣ ସତେଜ ନହେବା ପର୍ଯ୍ୟନ୍ତ କିଛି ସମୟ ବସିକି ରୁହନ୍ତୁ । ତାପରେ ଯାଇ ଆରାମରେ ପରିସ୍ରା କରନ୍ତୁ ।

ରାତିରେ ଶୋଇବା ପୂର୍ବରୁ ପରିସ୍ରା କରି ଶୋଇବାକୁ ଚେଷ୍ଟା କରନ୍ତୁ । ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଚାପି ମଧ୍ୟ ରଖନ୍ତୁ ନାହିଁ । ନଚେତ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *