LIC ରେ ଯଦି ଅଛି ଆପଣଙ୍କର ଟଙ୍କା ତେବେ ନିଶ୍ଚୟ ଦେଖନ୍ତୁ ଏହି ଜରୁରୀ ସୂଚନା

ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଏଲଆଇସିକୁ ଆପଣ ବେଶ ଭଲ ଭାବେ ଜାଣିଥିବେ । ଆପଣ ଏମାନେ ଏଥିରେ ଟଙ୍କା ମଧ୍ୟ ବିନିଯୋଗ କରିଥିବେ । ଆଉ ଏବେ ଏହି ଆଲଆଇସିକୁ ନେଇ ଆସିଛି ବଡ ଖବର । ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଆସନ୍ତା ମାସରେ ନିଜର IPO ନେଇ ଆସୁଛି । ଯାହାକୁ ଅନେକ ଲୋକ ବେଶ ଉତ୍କଣ୍ଠାର ସହ ପେକ୍ଷା କରିଛନ୍ତି ।

ହେଲେ କମ୍ପାନୀ ଏହି ଆଇପିଓ ରେ ଡ୍ରାଫ୍ଟ ପେପର ଜମା କରିବା ସମୟରେ ଏକ ବଡ ସୂଚନା ସାମନାକୁ ଆସିଛି । ଏଲଆଇସି ଦାଖଲ କରିଥିବା ଡ୍ରାଫ୍ଟ ପେପର ମିଳିଥିବା ସୂଚନା ଅନୁସାରେ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଧା ୨୦ହଜାର କୋଟି ଅନକ୍ଳେମ ରାଶି ରହିଛି । ଏହି ଟଙ୍କା ଉପରେ କ୍ଳେମ କରିବା ପାଇଁ କେହି ବି ଲୋକ ନାହାନ୍ତି ।

ଏହି ଟଙ୍କାର ପରିମାଣ ଏତେ ଯେ ଦେଶର କିଛି ବଡ ବଡ ମନ୍ତ୍ରାଳୟର ବଜେଟ ବି ଏହା ଠାରୁ କମ ରହିବ । ଏଲଆଇସି ରବିବାର ନିଜର IPO ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଛି । ଯାହା ଭାରତର ସବୁଠାରୁ ବଡ ଆଇପୀଓ ହେବ । ତେବେ ଏଲାଇସି ଆପୀଓର DH ମୁତାବକ ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ପାଖରେ ସମୁଦାୟ ୨୧ହଜାର ୫୪୮ କୋଟି ଟଙ୍କାର ଅନକ୍ଳେମ ରାଶି ରହିଛି ।

ମାର୍ଚ୍ଚ ୩୧ ତାରିଖ ସୁଧା ଏଲଆଇସି ପାଖରେ ଏହି ଅନକ୍ଳେମ ଟଙ୍କା ୧୮ହଜାର ୪୫୫ କୋଟି ଟଙ୍କା ଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ଏହାର ପରିମାଣ ବୃଦ୍ଧି ପାଇ ୨୦ହଜାର କୋଟି ଟଙ୍କା ତଳିଛି । ଜାତୀୟ ଗଣ ମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅନକ୍ଳେମ ଟଙ୍କା ଭିତରେ ଏମିତି ବି କ୍ଳେମ ଅଛି ଯାହାକୁ ସେତେଲ କରିବା ପରେ ବି ଏ ପର୍ଯ୍ଯନ୍ତ ପେମେଣ୍ଟ ହୋଇ ନାହି । ଏହା ସହ ପଲିଶି ବ୍ୟାଚର ହେବ ପରେ ବି ଯେଉଁ ପଲିଶି ହୋଲ୍ଡର ନ ଜଣାଇ ଟଙ୍କା ଜମା କରିଛନ୍ତି ଟଙ୍କା ଟଙ୍କା ମଧ୍ୟ ଏହି ଅନକ୍ଳେମ ଟଙ୍କା ଭିତରେ ରହିଛି । ଆଉ ଯାହାକୁ କେବେ ବି ଋଫଣ୍ଡ କରାଯାଇ ପାରିବ ନାହି ।

ଗଣ ମାଧ୍ୟମରେ ରିପୋର୍ଟ ଅନୁଯାୟୀ ଏଲାଆଇଶିର ଏହି ଅନକ୍ଳେମ ଟଙ୍କା ଏତେ ଯେ ଦେଶର କିଛି ବଡ ବଡ ମନ୍ତ୍ରାଳୟ ବଜେଟ ମଧ୍ୟ ଏହା ଆଗରେ ଢେର କମ ପଡିଯିବ । ଦେଶର ସିଭିଏଲ ମିନିଷ୍ଟରି ବଜେଟ ୧୦ ହଜାର କୋଟି ଟଙ୍କାରୁ ସାମାନ୍ୟ ଅଧିକ ଅଟେ । ସେହିପରି ବିଦେଶ ମନ୍ତ୍ରାଲୟ ବଜେଟ ମଧ୍ୟ ୧୭ ହଜାର କୋଟିରି ଅଳ୍ପ ଅଧିକ ରହିଛି ।

କିନ୍ତୁ ଏଲାଆଇସିର ଏହି ଅନକ୍ଳେମ ରାଶିର ପରିମାଣ ୨୦ ହଜାର କୋଟି ରହିଛି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କେବଳ ଏଲାଇସି ନୁହେଁ ବରଂ ଦେଶର ଅନେକ ବ୍ଯାଙ୍କ ଗୁଡିକରେ ଏମିତି ଅନକ୍ଳେମ ଟଙ୍କା ରହିଛି ଯାହାକୁ କ୍ଳେମ କରିବାକୁ କେହି ନାହାନ୍ତି । ସେହିଭଳି ଷ୍ଟକ ମାର୍କେଟରେ ମଧ୍ୟ କୋଟି କୋଟି ଟଙ୍କାର ଅନକ୍ଳେମ ଟଙ୍କା ପଡି ରହିଛି ।

ବନ୍ଧୁଗଣ ଆପଣ ମାନନକର ଏଲଆଇସିର ଏହି ଅନକ୍ଳେମ ଟଙ୍କା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *