ଜିନ୍ ପ୍ଯାଣ୍ଟ ପିନ୍ଧିଥିଲେ ବୋଲି ପରୀକ୍ଷା ହଲରେ ପୁରେଇ ଦେଲେଣି ଦିଦି, ଘରଛାଡି ପଳେଇଲେ ଛାତ୍ର, କାନ୍ଦୁଛନ୍ତି ପରିବାର ଲୋକେ, ଦେଖନ୍ତୁ video

ଏବେ ସାରା ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା । ପିଲାମାନେ ପରୀକ୍ଷାରେ ବ୍ୟସ୍ତ ଥିବାବେଳେ ନୟାଗଡର ଦଶପଲ୍ଲା ରାଧା ମୋହନ ଜୀଉ ନୋଡାଲ ସ୍କୁଲ ବାହାରୁ ଜଣେ ଦଶମ ଛାତ୍ରଙ୍କ ନିଖୋଜ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଖୋଜାଖୋଜି କରିବା ପରେ ବି ଛାତ୍ରଜଣକ ନ ମିଳିବାରୁ ପରିବାର ଲୋକେ ଥାନାର ଦ୍ଵାରସ୍ଥ ହୋଇଥିଲେ । ଛାତ୍ରଜଣକ ହେଉଛନ୍ତି ଦଶପଲ୍ଲା କୃଷ୍ଣଚନ୍ଦ୍ରପୁର ପାଟଣା ଗାଁ’ର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ।

ପ୍ରଦୀପ ପରୀକ୍ଷା ଦେବାକୁ ଯାଇ ନିଖୋଜ ହେବା ପରେ ପରିବାର ଲୋକେ ସ୍କୁଲ କତ୍ତୃପକ୍ଷଙ୍କ ଉପରେ ସିଧା ଆରୋପ ଲଗାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ପ୍ରଦୀପ ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ତାଙ୍କ ପରକ୍ଷା ହଲରେ ଥିବା ଦିଦି ତାଙ୍କୁ ଫେରାଇ ଦେଇଥିଲେ । କାରଣ ପ୍ରଦୀପ ସ୍କୁଲ ପ୍ଯାଣ୍ଟ ନ ପିନ୍ଧି ଜିନ୍ ପ୍ଯାଣ୍ଟ ପିନ୍ଧିଥିଲେ । ଏଥିପାଇଁ ସ୍କୁଲ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ପ୍ରଦୀପଙ୍କ ପରିବାର ଲୋକେ ।

ପ୍ରଦୀପ ସ୍କୁଲର ଧଳା ସାର୍ଟ ସହ ଜିନ୍ ପ୍ଯାଣ୍ଟ ପିନ୍ଧିଥିବାରୁ ରାଜଲକ୍ଷ୍ମୀ ଦିଦି ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିଲେ । ଏହା ପରଠାରୁ ପରୀକ୍ଷା ଦେଇ ନ ପାରିବାରୁ ଛାତ୍ରଜଣକ କୁଆଡେ ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରଦୀପଙ୍କ ମା’ କହିଛନ୍ତି ତାଙ୍କ ପିଲା ପରୀକ୍ଷା ଦେବାକୁ ଯାଇଥିଲା । ତେଣୁ ସେ କୁଆଡେ ଗଲା ଏବେ ସେ ଖୋଜିକି ଆଣି ଦିଅନ୍ତି । ପ୍ରଦୀପଙ୍କ ପରିବାର ଲୋକଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସବୁଆଡେ ଖୋଜାଖୋଜି ଆରମ୍ଭ କରିଥିଲେ ।

ଏହାସହ ଦଶପଲ୍ଲା ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏତିକି ବେଳେ ଜଣେ ବ୍ୟକ୍ତି ପ୍ରଦୀପଙ୍କୁ ଧରି ଆସି ତାଙ୍କ ଘରେ ପହଞ୍ଚିଥିଲେ । ଘରକୁ ପହଞ୍ଚିବା ପରେ ପିଲାଟି ସ୍କୁଲର ଯାହା ଯାହା ହେଇଥିଲା ସବୁ ଗୋଟି ଗୋଟି କରି କହିଛି । ପ୍ରଦୀପଙ୍କ ହଳେ ବୋଲି ସ୍କୁଲ ପ୍ଯାଣ୍ଟ ଅସନା ଥିବାରୁ ସେ ସଫା କରିଥିଲେ ଓ ଜିନ୍ ପ୍ଯାଣ୍ଟ ପିନ୍ଧି ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ରାଜଲକ୍ଷ୍ମୀ ମ୍ୟାଡାମ ତାଙ୍କୁ ଗାଳି କରିବା ସହ ପରୀକ୍ଷା ହଲରେ ପ୍ରବେଶ କରେଇ ଦେଇ ନଥିଲେ ବୋଲି ସେ କହିଛନ୍ତି ।

ତେଣୁ ଭବିଷ୍ୟତ ଚିନ୍ତା କରି ପ୍ରଦୀପଙ୍କ ମନ ବହୁତ ଖରାପ ହୋଇ ଯାଇଥିଲା ଓ ଘରଛାଡି ପଳେଇବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ବାହାରେ ତାଙ୍କୁ ଜଣେ ପିଇସା ତାଙ୍କୁ ଦେଖି ଘରକୁ ନେଇ ଆସିଥିଲେ । ଏବେ ପରୀକ୍ଷା କେମିତି ଦେବେ ଭାବି ଛାତ୍ର ଓ ତାଙ୍କ ପରିବାର ଚିନ୍ତାରେ ପଡି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *