ବାଳୁଙ୍ଗାମୀ କରୁଛନ୍ତି କି ବାଳୁଙ୍ଗା ଟୋକା ! ଏଥର Varsha Priyadarshini ଙ୍କୁ କାହିଁକି ଦେଲେନି 30 ହଜାର ଟଙ୍କା ?

ଅନୁଭବଙ୍କୁ ନେଇ ପୁଣି ଥରେ ଆରମ୍ଭ ହେଲାଣି ଚର୍ଚ୍ଚା । ଏଥର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାସିକ 30 ଟଙ୍କା ଦେବାକୁ ଭୁଲିଗଲେ କି ଅନୁଭବ ମହାନ୍ତି ? ଏନେଇ ଆରମ୍ଭ ହୋଇଗଲାଣି ଆଉ ଏକ ଚର୍ଚ୍ଚା ଆଲୋଚନା । କାହିଁକି ନା ଏଥର 10 ତାରିଖ ଭିତରେ ବର୍ଷାଙ୍କୁ ଟଙ୍କା ପଠାଇ ନାହାନ୍ତି ଅନୁଭବ । ତେଣୁ ଲୋକେ କହୁଛନ୍ତି ଅନୁଭବଙ୍କ ପାଖରେ କଣ ଟଙ୍କା ନାହିଁ ନା ପ୍ରତି ମାସ 10 ତାରିଖ ଭିତରେ ବର୍ଷାଙ୍କୁ ଟଙ୍କା ଦେବାକୁ ହେବ ବୋଲି ସେ ଭୁଲିଗଲେ କି ?

ତେବେ ସ୍ପଷ୍ଟ ଭାବେ କହିଲେ ଟଙ୍କା ପଠାଇବା ତାରିଖ ଭୁଲି ନାହାନ୍ତି ସାଂସଦ ଅନୁଭବ ମହାନ୍ତି । 10 ତାରିଖ ପୂର୍ବରୁ ପ୍ରତି ଥର ଭଳି ବର୍ଷାଙ୍କୁ ଟଙ୍କା ଦେଇଛନ୍ତି ସତ କିନ୍ତୁ ସଂପୂର୍ଣ୍ଣ 30 ହଜାର ଟଙ୍କା ଦେଇନାହାନ୍ତି । ତେଣୁ ବର୍ଷାଙ୍କୁ ଏଥର କାହିଁକି 30 ହଜାର ଟଙ୍କା ଦେଲେନି ଅନୁଭବ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ବର୍ଷା ଓ ଅନୁଭବ ସେମାନଙ୍କ ପ୍ରେମ ଓ ବିବାହ ଠାରୁ ଆରମ୍ଭ କରି ପାରିବାରିକ ବିବାଦ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଖାସ କରି ଗତ ଅଢେଇ ବର୍ଷ ଧରି ସେମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । ବର୍ଷା ଅନୁଭବଙ୍କ ଘରେ ରହୁଥିବା ବେଳେ ଅନୁଭବ ପରିବାର ସହ ଘର ଛାଲି ଅନ୍ୟତ୍ର ଭଡାରେ ରହୁଥିଲେ । ହେଲେ ଅନୁଭବଙ୍କ ଆବେଦନ ଅନୁସାରେ ବର୍ଷାଙ୍କୁ ଘର ଛାଡିବାକୁ କହିଥିଲେ ମାନ୍ୟବର କୋର୍ଟ ।

ଏହା ପରଠାରୁ ବର୍ଷା ଅନୁଭବଙ୍କ ଘର ଛାଡି ଦେଇଥିଲେ ହେଲେ ବର୍ଷାଙ୍କୁ ପ୍ରତି ମାସ 10 ତାରିଖ ପୂର୍ବରୁ 30 ହଜାର ଟଙ୍କା ଦେବା ପାଇଁ କୋର୍ଟ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ମାସରେ ଠିକ ତାରିଖରେ 30 ହଜାର ଟଙ୍କା ପଠାଇ ଦେଉଥିଲେ ଅନୁଭବ । ହେଲେ ଚଳିତ ମାସରେ ଅନୁଭବ ବର୍ଷାଙ୍କୁ ସଂପୂର୍ଣ୍ଣ 30 ହଜାର ଟଙ୍କା ଦେଇ ନାହାନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏଥର ଅନୁଭବ କୁଆଡେ ବର୍ଷାଙ୍କ ଆକାଉଣ୍ଟକୁ 29,899/- ଟଙ୍କା ଅର୍ଥାତ 30 ହଜାରରୁ ମାତ୍ର 101/- ଟଙ୍କା କମ୍ କରି ପଠାଇଛନ୍ତି ।

ହେଲେ ଫେବୃୟାରୀ ମାସରେ ଅନୁଭବ କୁଆଡେ ବର୍ଷାଙ୍କ ଆକାଉଣ୍ଟକୁ 30,101/- ଟଙ୍କା ଦେଇଥିଲେ । ଆଉ ସେହି ଟଙ୍କାକୁ ମାର୍ଚ୍ଚ ମାରେ କାଟି ବର୍ଷାଙ୍କୁ ଟଙ୍କା ପଠାଇଛନ୍ତି ଅନୁଭବ । ତେବେ ଅନୁଭବ ମହାନ୍ତି ଆଉ 101/- ଟଙ୍କା କଣ ଦେଇ ପାରି ନଥାନ୍ତେ ବୋଲି ଲୋକେ କହୁଛନ୍ତି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *