ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଭାବେ ରାସ୍ତା ମଝି ରେ ପୋଲିସ ବାବୁ ହତାହତ ହେଲେ । ପୋଲିସ ଅଧିକାରୀ ଜଣକ ଡିୟୁଟି କରିବା ସମୟରେ ତାଙ୍କ ପଛରେ ଠିଆ ହୋଇଥିଲା ମାରଣା ଷଣ୍ଢ । ପୋଲିସ ବାବୁ ଙ୍କୁ ମାରଣା ଷଣ୍ଢ ମୁଣ୍ଡିଆ ମାରି ସିଙ୍ଘ ରେ ଟେକି ତଳକୁ କଚାଡି ଦେଲା ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ଏହି ଭିଡିଓ ଟି ହେଉଛି ଦିଲ୍ଲୀ ଶେରପୁର ରେ ଥିବା ଦୟାଲପୁର ର । ଏହି ଘଟଣା ଟି ଘଟିଛି ପୋଲିସ କନେଷ୍ଟବଳ ଜ୍ଞାନ ସିଂ ।
ପୋଲିସ କନେଷ୍ଟବଳ ଜ୍ଞାନ ସିଂ ରାସ୍ତା ମଝିରେ ଠିଆ ହୋଇ ଡିୟୁଟି କରୁଥିବା ସମୟରେ ହଠାତ ମାରଣା ଷଣ୍ଢ ଟି ପଛ ପଟୁ ମାଡି ଆସିଲା । ଆଉ ଆଗ ପଛ ନ ଭାଙ୍ଗି ପୋଲିସ କନେଷ୍ଟବଳ ଜ୍ଞାନ ସିଂ ଙ୍କୁ ଟେକି କି କଚାଡି ଦେଲା ।
ସିସିଟିଭି ରେ କଏଦ ହୋଇଥିବା ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ ଦେଶରେ ଏହା ପ୍ରଥମ ଘଟଣା ନୁହେଁ । ବରଂ ଗତ ବର୍ଷ ଗୁଜୁରାଟ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଏକ ବୁଲା ଷଣ୍ଢ ଭାବ ନଗର ର ଜେନ ଯୁବକଙ୍କୁ ଅଚାନକ ଆସି ଆକ୍ରମଣ କରିଥିଲା ।
ଅନ୍ୟ ପକ୍ଷରେ ବୁଲା ଷଣ୍ଢ ଅଭିଯାନକୁ ଜୋରଦାର କରିଛି ଭାବ ନଗର ମହାନିଗମ । ରାସ୍ତା ରୁ ମାରଣା ଷଣ୍ଢ ଓ ଗାଈ ମାନଙ୍କୁ ହଟାଇବା ପାଇଁ ସବୁ ପ୍ରକାରର ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଭାବ ନଗର ମେୟର କୀର୍ତ୍ତି ଦାମଦରିଆ । ମାରଣା ଶଣ୍ଡ ଆକ୍ରମଣ ରେ ଶିକାର ହୋଇ ରାସ୍ତା ରେ ଛଟପାଟ ହେଉଥିବା କନେଷ୍ଟବଳ ଜ୍ଞାନ ସିଂ ଙ୍କୁ ଅନ୍ୟ ଜଣେ ପୋଲିସ କର୍ମୀ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି ।
ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ରହିଛି ବୋଲି ସୂତ୍ର ରୁ ଜଣା ପଡିଛି । ତେବେ ଆମ ଦେଶରେ ଯେଉଁ ମାରଣା ବା ବୁଲା ଗାଈ ଓ ଷଣ୍ଢ ବୁଲୁଛନ୍ତି ସେମାନଙ୍କୁ ଧରି ତାଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।