ଗାଡି ଚାଳକଙ୍କ ପାଇଁ ଜାରି ହେଲା ନୂଆ ନିୟମ, ହେଲମେଟ ନ ପିନ୍ଧୁଥିଲେ ନିଶ୍ଚୟ ଦେଖନ୍ତୁ…. ଗଣିବାକୁ ହେବ ଏତେ ଟଙ୍କା

ନମସ୍କାର ବନ୍ଧୁଗଣ । ବିନା ହେଲମେଟ ରେ ଗାଡି ଚଲାଉଥିଲେ ସାବଧାନହ ହୋଇ ଯାଆନ୍ତୁ । ଏଥର ଆଉ କ୍ଷମା ନାହି । ରାଜ୍ୟ ସରକାରଙ୍କ ସଡକ ପରିବହନ ପକ୍ଷରୁ ଏ ନେଇ ଜାରି ହୋଇଛି ନିର୍ଦ୍ଦେଶ ନାମା । ପରିବହନ ପକ୍ଷରୁ ଏ ନେଇ ସମସ୍ତଙ୍କ RTO ଚିଠି ଲେଖା ଯାଇଛି । ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କରାଯିବ । ଏହି ଅଭିଯାନ ଆସନ୍ତା ୨୧ ତାରିଖ ଯାଏଁ ଚାଲିବ ବୋଲି ପରିବହନ ବିଭାଗ କମିଶନର ସ୍ପଷ୍ଟ କରିଛନ୍ତି ।

ଅମାନିଆ ଗାଡି ଚାଳକ ଙ୍କୁ ଆଉ କ୍ଷମା ଦିଆଯିବ ନାହି । ମୁଣ୍ଡରେ ହେଲେମେଟ ନ ଥିଲେ ନିୟମ ମୁତାବକ ଚାଲାଣ କଟିବ ଆଉ ଏହା ସହ ବାଇକ ଚାଳକଙ୍କ ଲାଇସେନ୍ସ କୁ ତିନି ମାସ ଯାଏଁ ବାତିଲ କରାଯିବ । ସେହିଭଳି ନାବାଳକ ଗାଡି ଚାଳକ ଙ୍କ ଓ ବାଇକରେ ୩ ଜଣ ବସିଥିଲେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ସହରଞ୍ଚାଳରେ ବାଇକ ଚାଳକ ହେଲମେଟ ପିନ୍ଧୁଥିବା ବେଳେ ଜାତୀୟ ରାଜପଥ ରାଜ୍ୟ ରାଜପଥରେ ଆଇକ ଚାଳକ ମାନେ ହେଲମେଟ ପିନ୍ଧିବାକୁ ପସନ୍ଦ କରୁ ନାହାନ୍ତି ।

ଯାହା ଫଳରେ ସଡକ ଦୁର୍ଘଟଣା ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆରିବାହନ ବିଭାଗ ତଥ୍ୟ ଅନୁଯାୟୀ ୨୦୨୧ ରେ ଅମାନିଆ ୧୩୦୮ ଜଣ ବାଇକ ଆରୋହି ତଥା ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲେମେଟ ପିନ୍ଧି ନ ଥିବା ଜଣା ପଡିଛି ।

ଏଣୁ ମୁଖ୍ୟ ରାସ୍ତା ଗୁଡିକରେ ଚେକିଙ୍ଗ ଜୋରଦାର କରିବାକୁ ସବୁ ଆଞ୍ଚଳିକ ପରିବହନ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଏହା ସହ ମଦ୍ୟପାନ କରି ଗାଡି ଚାଳକ ଙ୍କ ପାଇଁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ । ଓଡିଶା ପୋଲିସ ଓ ପରିବହନ ବିଭାଗ ନିୟମିତ ଭାବେ ହଦଧୂ ଜାରି ରଖିଛନ୍ତି ।

ଶୁକ୍ରବାର ରାତିରେ ମଦ୍ୟପ ଗାଡି ଚାଳକ କ ବିରୁଦ୍ଧରେ ରାଜ୍ୟ ସ୍ତରୀୟ ଚଳିତ ଅଭିଯାନରେ ୪୬୬ ଜଣ ମଦ୍ୟପଙ୍କୁ ଚିହ୍ନଟ କରା ଅଯାଇଥିଲା । ସେଥିରେ ୧୮୯ଟି ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯିବା ସହ ୩୭୮ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କାରାଯାଇଛି । ତେବେ ସପ୍ତାହ ବ୍ୟାପୀ ଏହି ଅଭିଯାନ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *