Jagannathଙ୍କ ଭଜନ କୁ ନେଇ କିଛି ଏମିତି କହି ଏବେ ବିବାଦ ଘେରରେ Human Sagar

ବନ୍ଧୁଗଣ ବିବାଦ ଘେରରେ ଓଡିଶାର ସୁନାମଧାନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ମହାପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଇବାକୁ ମନା କରିଥିବାରୁ ତାଙ୍କ ପାଇଁ ଅଡୁଆ ହୋଇଛି । ସୂଚନା ଅନୁଯାୟୀ ତାଙ୍କ ଧର୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଇବାର ଅନୁମତି ନାହି ବୋଲି ହ୍ୟୁମାନ ସାଗର କହିବା ପରେ ଏହି ବିବାଦ ବଢିଛି । ଏବେ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ଏପରିକ ଜାପାନୀ କଟକ ଆସିଲେ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ହ୍ୟୁମାନ ସାଗର ଯାହାକୁ ନେଇ ଜାପାନୀ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ବିବାଦ ବଢିଛି । ଅଭିଯୋଗ ଭୀତି କରି ପୋଲିସ ତଦନ୍ତ କରୁଥିବା ବେଳେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳି ନାହି ।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓଲିଉଡରେ ଏକାଧିକ ଗୀତ ଗାଇ ଓଡିଶାର ଘରେ ଘରେ ପହଞ୍ଚି ପାରିଛନ୍ତି । ତାଙ୍କୁ ନେଇ ଏଭଳି ବିବାଦ ପରେ ଚାରିଆଡୁ ଉଦ୍ବେଗ ପ୍ରକାଶ ପାଇଛି । କଂଗ୍ରେସ ନେତା ଅମିୟ ପାଣ୍ଡେ ହ୍ୟୁମାନ ସାଗରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମତ ରଖିଛନ୍ତି । ଟାଙ୍କୁ ଲୋକପ୍ରିୟତାରେ ଈର୍ଷାନ୍ଵିତ ହୋଇ କେତେକ ସ୍ଵାର୍ଥପର ବ୍ୟକ୍ତି ଏଭଳି ଷଡଯନ୍ତ୍ର ତାଙ୍କ ବିରୁଦ୍ଧରେ କହୁଥିବା ସେ ଫେବୁଲ ପୋଷ୍ଟରେ ଲେଖିଛନ୍ତି ।

ଏ ନେଇ ଜାପାନୀ ନିଜ ମତରେ କହିଛନ୍ତି କି ହ୍ୟୁମାନ୍ସ ସାଗରଙ୍କୁ ସେ ଦୀର୍ଘ ୫ ବର୍ଷ ହେବ କହୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ସଙ୍ଗୀତ ଗାଇବା ପାଇଁ କିନ୍ତୁ ସେ ଶୁଣୁ ନାହାନ୍ତି । ତାଙ୍କର କୌଣସି ବ୍ୟକ୍ତିଗତ କି ପରିବାରର ସ୍ଵାର୍ଥ ନାହି । ସାଢେ ୪କୋଟି ଲୋକଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପାଇଁ ଛୋଟ ଲଢେଇ କରୁଛନ୍ତି ଜାପାନୀ ।

ଆମ ଇତିହାସ କହୁଛି ମହମଦ ଅଜିତ ଗୀତ ଗାଇଛନ୍ତି, ସିକନ୍ଦରଲାନା ଗୀତ ଗାଇଛନ୍ତି, ସ୍ଵର ନନ୍ଦ କେତେ ଗୀତ ଗାଇଛନ୍ତି କାଳିଆ ପାଇଁ । ଆମେ ହେଉଛେ କଳାକାର ତେଣୁ ସମସ୍ତଙ୍କର ଗୀତ ଗାଇ ପାରିବ ବୋଲି ଜାପାନୀ ମତ ଦେଇଛନ୍ତି । ସେ ମଧ୍ୟେ ଜଣେ ସଂଗୀତ ନିର୍ଦ୍ଦେଶକ ଅଟନ୍ତି । ଯଦି ଟାଙ୍କୁ କେହି ଅନ୍ୟ ଧର୍ମର ଗୀତ ଗାଇବାକୁ କହିବେବ ତେବେ ସେ ନିଶିନ୍ତ ଭାବେ ଗାଇବେ ବୋଲି ମତଦାନ ଦେଇଛନ୍ତି ।

ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଯେଉଁଆଡେ ଗଲେ ସମସ୍ତେ କହୁଛନ୍ତି ହ୍ୟୁମାନ ସାଗରଙ୍କ ମୁହଁରୁ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଶୁଣିବା ପାଇଁ । ତେଣୁ ହ୍ୟୁମାନ ସାଗାର ଯେ ହେତୁ ଗୀତ ଗାଇବା ପାଇଁ ମନା କରିଛନ୍ତି ଯାହା ପାଇଁ ଏହାର ପ୍ରତିବାଦ କରା ଯାଉଛି ।

ଜାପାନୀ ଆହୁରି ମଧ୍ୟ କହିଛନ୍ତି ହ୍ୟୁମାନ ସାଗର ଟାଙ୍କର ବନ୍ଧୁ ଭଳି ହେବେ । ସେ ଆହୁରି ମଧ୍ୟ କହିଛନ୍ତି ହ୍ୟୁମାନ ସାଗର ଫୋନ କରି ତାଙ୍କୁ ଧମକ ଦେଇଛନ୍ତି କଟକ ଆସିଲେ ମାଡ ମାରିବା ସହ ଜୀବନରୁ ମାରିଦେବା ପାଇଁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *