କିନ୍ନର ମାନଙ୍କ ଜୀବନ କିଭଳି ଥାଏ ଆମକୁ କହିବା ଦରକାର ନାଇ । ଆଜି ଆମେ ଆଖିବା ଏକ କିନ୍ନର ଅଶୋକ ପଣ୍ଡା ରୁ ଜଣେ କିଭଳି ଆଈଶା ପଣ୍ଡା । ଯିଏ କି ଏକ ମଧ୍ୟବିତ ପରିବାରେ ଜନ୍ମ ଗ୍ରହଣ କରି ଥିଲେ । ମାତ୍ର ସେ ସବୁ ବେଳେ ଚେଷ୍ଟା କରୁଥିଲେ କି ସେ କିଛି ଅଲଗା କରିକି ଦେଖାଇବେ ଏହା ମଧ୍ୟରେ ଆସୁଥିଲା ବାଧା ଯାହା ଦ୍ଵାରା ସେ କିଛି କହିବା ଆଗରୁ କିମ୍ବା କିଛି କରିବା ଆଗରୁ ତାଙ୍କୁ ଅନେକ କିଛି ଭାବିବା ପାଇଁ ପଡୁଥିଲା ।
ବାପା ଥିଲେ ଏକ ସରକାରୀ କର୍ମଚାରି 4 ଭାଇ ଥିଲେ ଏମାନେ ମାନ ସଭା ସାନ ଭାଇ ଥିଲେ ଆଈଶା । କିନ୍ତୁ ପିଲା ବେଳୁ ତାଙ୍କୁ କିଛି ନା କିଛି ଅନୁଭବ ହେଉ ଥିଲା ଯାହା କି ସେ ନିଜକୁ ଅନ୍ୟ ମାନଙ୍କ ପାଖରୁ ଅଲଗା ଭାବୁ ଥିଲେ ନିଜକୁ । ଝିଅ ଙ୍କ ଭଳି ବ୍ୟବହାର ପାଇଁ ଅନେକ ଥର ମାଡ ଖାଇ ଛନ୍ତି ଗାଳି ମଧ୍ୟ ଖାଇ ଛନ୍ତି । ବାଙ୍କି ଏକ ଛୋଟ ଗାଁ ସେହି ଭଳି ଜାଗାରେ ରହିକି କିଭଳି ସେ ଆଗକୁ ଯିବେ ।
ଭାବି ପାରୁ ନଥିଲେ ତାଙ୍କ ମା ଥିଲେ ତାଙ୍କ ସହ ସେ ନିଜ ମା ଙ୍କ ଚେଷ୍ଟା ବଳରେ B.com ପାସ କରି ପାରି ଥିଲେ ଭଲ ପାଠ ପଢୁ ଥିଲେ ମାତ୍ର ତାଙ୍କ ଏହି ଗୁଣ କାହାକୁ ଦେଖା ଯାଉ ନଥିଲା ସବୁ ଆଉ କିଛି ଭାବି ଥିଲେ ସେ ନାଚରେ ମଧ୍ୟ ଖୁବ ଭଲ ଥିଲେ ।
ସେ ଭୁବନେଶ୍ବର ରେ ଆସିକି ପାଠ ପଢୁ ଥିଲେ ମାତ୍ର ପରିବାର ପାଇଁ ଥିବା ଦାଇତ୍ଵ ପାଇଁ ସେ ପଥ ପଢାକୁ ଅଧାରେ ରଖି ଦେଇ ଥିଲେ । ଏକ ପାର୍ଟ ଟାଇମ କମ କରିବା ଆରମ୍ଭ କରିଥିଲେ । ନିଜ କଥାକୁ ନିଜେ ଚିନ୍ତା କରିକି ସେ ପ୍ରଥମେ କିନ୍ନର ମାନଙ୍କ ଗୋଷ୍ଠୀର ସଦଶ୍ୟା ଙ୍କ ସହ ଦେଖା କରି ଥିଲେ ଓ ଏହା ପରେ ସେ ନିଜର ଶରୀର କୁ ବଦଳାଇବା ପାଇଁ ଚେଷ୍ଟା କରି ଥିଲେ ।
ଏହା ପରେ ସେ ସମାଜ ପାଇଁ ଓ ନିଜ ଭଳି ଥିବା କିନ୍ନର ମାନଙ୍କ ପାଇଁ ବହୁତ କିଛି କରିଥିଲେ । ଏବେ ଭି ସେ କରୁଛନ୍ତି । ତାଙ୍କୁ ତାଙ୍କ ଜୀବନ କଥା ପୁରୁଣା ଜୀବନ କଥା ମନେ ପଡିଲେ ବହୁତ କାଣ୍ଡ ଲାଗେ । ସେ କହି ଛନ୍ତି କି ତାଙ୍କ ମା 3 ପୁଅ ପରେ ଏକ ଝିଅ ଚାହୁଁ ଥିଲେ ମାତ୍ର ତାଙ୍କର ଏକ ପୁଅ ହୋଇଥିଲା ।
କିନ୍ତୁ ନିଜ ସନ୍ତାନ କୁ ନିଜ ଠାରୁ ଦୂରେଇ ପାରି ନଥିଲେ । ଆଈଶା ଙ୍କୁ ପଚରା ଯାଇ ଥିଲା କି କେଉଁ ଭଳି ଭାବେ ସେ ନିଜକୁ ସମ୍ଭାଳି ଥିଲେ । ସେ କହିଛନ୍ତି କି ସେ ନିଜକୁ ସମ୍ଭାଳିବା ପାଇଆନ ବହୁତ ଚେଷ୍ଟା କରି ଥିଲେ ଓ ସଫଳ ମଧ୍ୟ ହେଲେ । କାରଣ ସେ ଆଜି ଭି ଯଦି ପୁରୁଣା ଦିନ କଥା ମନେ ପକେଇ ଥାନ୍ତି ତାଙ୍କ ଆଖିରୁ ଲୁହ ବାହାରି ଆସି ଥାଏ ।
କିନ୍ତୁ କଣ ପାଇଁ ଆସିଥାଏ ଏହି ଲୁହ ସେ ଜାଣି ନଥାନ୍ତି । ଆଜି ଆମେ କହିବା କି ଯେଉଁ ମାନେ କିନ୍ନର ହେବା କଥା ଜାଣିଲେ ସେମାନେ ପ୍ରଥମେ ତାଙ୍କୁ ଘୃଣା କଲେ କିନ୍ତୁ ଯେହେତୁ ସେ ଏକ ସମାଜ ସେବିକା ଏବେ ତେଣୁ ଏବେ ତାଙ୍କୁ ଏହି ସବୁ କଥାରେ କିଛି ଫରକ ପଡୁନି । କିନ୍ନର ହିସାବରେ ତାଙ୍କ ମନରେ କଷ୍ଟ ଅଛି କି ସେମାନେ ଆଜି ଯାଏ ଲୋକଙ୍କ ନଜର କୁ ବଦଳାଇ ପରି ନାହାନ୍ତି । ତାଙ୍କର ମାତ୍ର ଗୋଟିଏ ଇଚ୍ଛା କି ସବୁ କ୍ଷେତ୍ରରେ କିନ୍ନର ମାନେ ନିଜକୁ ପ୍ରମାଣିତ କରନ୍ତୁ ।