15 June ରଜ ସଂକ୍ରାନ୍ତି, ଝିଅ ଏବଂ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ହେବ ସର୍ବନାଶ- Raja Sankranti

ଗ୍ରୀଷ୍ମର ଉତ୍ତାପ, ସୂର୍ଯ୍ୟଙ୍କ ତାଣ୍ଡବ, ବସୁମତୀ ମାତାଙ୍କର ତୃଷ୍ଣା ବଢାଇବା ପରେ ମିଥୁନ ସଙ୍କ୍ରାନ୍ତି ଠାରୁ ବର୍ଷ ଋତୁର ଆରମ୍ଭ ହୋଇଥାଏ । ଏହି ମିଥୁନ ସଙ୍କ୍ରାନ୍ତି କୁ ରାଜ ଆକାରରେ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରାଜ, ଦିତୀୟ ଦିନକୁ ରଜ ସଙ୍କ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ ବା ବାସି ରାଜ କୁହାଯାଏ । ଏହି ୩ ଦିନରେ କୁଆଁରୀ ଝିଅମାନେ ନିଜର ବିବାହ ପାଇଁ ପାଳୁଥିବା ବେଳେ ବିବାହିତା ନାରୀମାନେ ନିଜର ସନ୍ତାନ କାମନା ପାଇଁ ପାଳିଥାନ୍ତି । କିନ୍ତୁ ଏହି ୩ ଦିନରେ କୁଆଁରୀ ଓ ବିବାହିତ ନାରୀ ଏମିତି କିଛି ଭୁଲ କରିବା ଅନୁଚିତ ଯାହା ଦ୍ଵାରା ଜୀବନ ନଷ୍ଟ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ । ପୌରାଣିକ କଥା ଅନୁଯାୟୀ ରଜର ଏହି ୩ ଦିନ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରନ୍ତି । ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଏହି ରଜ ଶବ୍ଦଟି ରଜସ୍ଵଳ ରୁ ଆସିଛି ଯାହାର ଅର୍ଥ ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ ।

ରଜ ସଂପୂର୍ଣ୍ଣ କୁଆଁରୀ ଓ ମହିଳା ମାନଙ୍କୁ ଅର୍ପିତ କରାଯାଉଥିବା ବେଳେ ଯେପରି ବସୁମତୀ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବର୍ଷକୁ ଅପେକ୍ଷା କରି ରହିଥାନ୍ତି ସେପରି କୁଆଁରୀ ମାନେ ନିଜର ଆଗାମୀ ଭବିଷ୍ୟତ କାମନା କରି ସଜେଇ ହୋଇ ପାଦରେ ଅଳତା, ହାତରେ ମେହେନ୍ଦି ଓ ନୂଆ ବସ୍ତ୍ର ଧାରଣ କରି ସଜେଇ ହୋଇ ବସିଥାନ୍ତି । ବିବାହିତା ନାରୀମାନେ ନିଜର ସନ୍ତାନ କାମନା କରି ଏହି ରଜ ପାଳନ କରନ୍ତି । ନାରୀମାନେ ଯେଉଁ ଭୁଲ କରିବା ଅନୁଚିତ ସେଗୁଡିକ ହେଉଛି –

୧- ରଜ ସଙ୍କ୍ରାନ୍ତିରେ ଝିଅ ମାନେ ସଜେଇ ହୋଇ ମନ୍ଦିର ଯିବା ଅନୁଚିତ । ପ୍ରଥା ଅନୁଯାୟୀ ବସୁଧା ମାତାଙ୍କର ରଜ ପାଳନ ହୋଇଥିବାରୁ କୁଆଁରୀ ମାନେ ଏହି ୩ ଦିନ ମନ୍ଦିରକୁ ଯିବା ଉଚିତ ନୁହେଁ । ମାସିକ ଧର୍ମ ସମୟରେ ମହିଳାମାନେ ଅସ୍ଵଚ୍ଛ ହୋଇଥାନ୍ତି ।

୨- ରଜ ସଙ୍କ୍ରାନ୍ତି ବା ରଜର ୩ ଦିନ ଯାଏଁ ରନ୍ଧା ହୋଇଥିବା ଖାଦ୍ୟ ଝିଅମାନେ ଖାଇବା ଉଚିତ ନୁହେଁ । ରଜ ସମସ୍ତ ନାରୀଙ୍କୁ ଅର୍ପଣ କରା ଯାଉଥିବା ବେଳେ ଏହି ଦିନ ନାରୀ ବା ଝିଅମାନେ କୌଣସି କାମ କରିବା ବର୍ଜ୍ୟନୀୟ ଅଟେ । ରନ୍ଧା ହୋଇଥିବା ଗ୍ରହଣ କରିବା ବାରଣ କରାଯାଏ । ଏହି ୩ ଦିନ ପିଠାପଣା ସହ ଫଳ ଖାଇବା ଉଚିତ ।

୩- ଖାଲି ପଦରେ ବସୁମାତା ଉପରେ ଚାଲିବା ବା ବସୁମାତାଙ୍କୁ କ୍ଷତ ଦେବା ନାରିଙ୍କର ପାଇଁ ଭଲ ନୁହେଁ । ବସୁମାତାଙ୍କୁ ଏହି ୩ ଦିନରେ କଷ୍ଟ ଦେବା ଉଚିତ ନୁହେଁ । ତେଣୁ ଭୂ-ପୃଷ୍ଠାରେ ଝିଅ ମାନଙ୍କୁ ଚାଲିବା ଉଚିତ ନୁହେଁ ।

୪- ରଜ ସଙ୍କ୍ରାନ୍ତିରେ ଝିଅ ମାନଙ୍କୁ ଧାରୁଆ ଶସ୍ତ୍ରର ବ୍ୟବହାର କରିବା ଦ୍ଵାରା ଦାରିଦ୍ରତା ଦେଖାଯାଏ । ବିବାହ ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାର ସମ୍ଭାବନା ରହିଥାଏ । ତେଣୁ କୁଆଁରୀ ମାନେ ଏହି ସବୁ କଥା ପ୍ରତି ଧ୍ୟାନ ଦେଇ ରଜକୁ ଧୂମଧାମରେ ପାଳନ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *