ଘରର ଏହି ୫ ଟି ଜିନିଷ ଅନ୍ୟ ଲୋକଙ୍କୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ – ଶ୍ରୀ କୃଷ୍ଣଙ୍କ ନୀତିବାଣୀ !

ବନ୍ଧୁଗଣ କୁହାଯାଏ ଦାନ କରିଲେ ପୂଣ୍ୟ ମିଳିଥାଏ । କିନ୍ତୁ ଘରର ଏମିତି କିଛି ଜିନିଷ ଅଛି ଯାହା ଅନ୍ୟ ମାନଙ୍କୁ ଦିଆଯାଏ ନାହିଁ । କାରଣ ସେହି ଜିନିଷ ଗୁଡିକ ଯଦି ଅନ୍ୟଙ୍କୁ ଦିଆଯାଏ ତେବେ ଘରର ସୁଖ ସମୃଦ୍ଧିତା ସହ ମା ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି । ବିଶୁଣୁ ପୁରାଣ ରେ ମଧ୍ୟ ଏହି ସବୁ ଜିନିଷ ଗୁଡିକ ବିଷୟରେ ବର୍ଣ୍ଣନା କରା ଯାଇଛି । ଘରର କିଛି ଜିନିଷ ମା ଲକ୍ଷ୍ମୀଙ୍କ ସହ ଜଡିତ ବୋଲି ମାନ୍ୟତା ରହିଛି । ଯେଉଁ ଘରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ସେଠାରେ ସୁଖ, ଶାନ୍ତି, ଧନ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ ।

1- ସ୍ତ୍ରୀଙ୍କର ଗହଣା : ସ୍ତ୍ରୀଙ୍କର ଗହଣା ହେଉଛି ମା ଲକ୍ଷ୍ମୀଙ୍କ ପ୍ରତୀକ । ଗହଣା କିଣିବା ସମୟରେ ମା ଲକ୍ଷ୍ମୀଙ୍କ ସମୁଖରେ ରଖିକି ପୂଜା କରି ପିନ୍ଧିବା ଉଚିତ ହୋଇଥାଏ । ଘରର ମହିଳା ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ସେଥିପାଇଁ ନିଜ ସ୍ତ୍ରୀଙ୍କର ଗହଣା କୁ ଧାରା ବା ଦାନରେ ଦେବା ଉଚିତ ନୁହେଁ । ସ୍ତ୍ରୀ ମାନେ ମଙ୍ଗଳସୂତ୍ର, ପାଉଁଜି, ଝୁଣ୍ଟିଆ ଅନ୍ୟକୁ ଦେବା ଅନୁଚିତ ।

2- ଝାଡୁ : ଝାଡୁ ଘର ସଫା କରିବା ପାଇଁ କାମରେ ଆସିଥାଏ । ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ । ବିଶ୍ଵାସ କରାଯାଏ ମା ଲକ୍ଷ୍ମୀ ଝାଡୁରେ ନିବାସ କରିଥାନ୍ତି । ତେଣୁ ଘରର ଝାଡୁକୁ ଅନ୍ୟକୁ ବ୍ୟବହାର କରିବାକୁ ଦେବା ଅନୁଚିତ । ଝାଡୁ ନଷ୍ଟ ହୋଇଥିଲେ ପାଣିରେ ଭସାଇ ଦେବା ଉଚିତ । ଅନ୍ୟ କେହି ଝାଡୁ ବ୍ୟବହାର କରିଲେ ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ ।

3- ଧଳା ଜିନିଷ : ସୂର୍ଯ୍ୟାସ୍ତ ପରେ ଦହି, କ୍ଷୀର, ଚାଉଳ, ଅଟା, ଲୁଣ, ନଡିଆ ଧାର ବା ଦାନରେ ଅନ୍ୟକୁ ଦେବା ଉଚିତ ନୁହେଁ । ବିଶ୍ଵାସ କରାଯାଏ ଧଳା ଜିନିଷ ଉପରେ ଅନ୍ୟ ଲୋକଙ୍କର ନଜର ଜଲ୍ଦି ଲାଗିଯାଏ । ସେଥିପାଇଁ ଘରର ଏହି ଜିନିଷ ସବୁ ସୂର୍ଯ୍ୟାସ୍ତ ପରେ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ପଜେଟିଭ ଶକ୍ତି ହ୍ରାସ ହୋଇଥାଏ ।

4- ପଇସା : ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ମା ଲକ୍ଷ୍ମୀ ଘରେ ବାସ କରିବା ପାଇଁ ଚେଷ୍ଟା କରିବା ଉଚିତ । ଯେଉଁ ଘରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ସେଠାରେ ଧନର ବୃଦ୍ଧି ହୋଇଥାଏ । ସ୍ତ୍ରୀ ଙ୍କ ପାଖରେ ରଖିଥିବା ଟଙ୍କା ଧାର ବା ଦାନରେ ଦେବା ଅନୁଚିତ । ଏହା ଦ୍ବାରା ଘରର ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏକାଦଶୀ, ସଙ୍କ୍ରାନ୍ତିରେ କାହାକୁ ଟଙ୍କା ଦିଅନ୍ତୁନି ।

5- ବେଲଣା ଓ ତାୱା : ରୋଷେଇ ଘରର ବେଲଣା ପଟା ଓ ତାୱା କୁ ଅନ୍ୟକୁ ବ୍ୟବହାର କରିବାକୁ ଦେବା ଅନୁଚିତ । କାରଣ ମା ଲକ୍ଷ୍ମୀଙ୍କର ଏହି 2ଟି ଜିନିଷ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *