ପୂଜାଘରେ ଏହି 1 ଭୁଲ କେବେବି ହେବାକୁ ଦିଅନ୍ତୁ ନାହିଁ, ପରିବାର ବରବାଦ ହୋଇଯିବ- Vastu Tips

ହିନ୍ଦୁ ଧର୍ମରେ ଘରେ ଠାକୁର ଘର ବିଷେଶ ମହତ୍ଵ ରହିଛି । ଘରେ ଏହା ଏକ ଏମିତି ଖାସ ସ୍ଥାନ ରହିଥାଏ ଯାହା ଦ୍ଵାରା ସାକାରାତ୍ମକ ଶକ୍ତିର ବାସ ହୋଇଥାଏ । ଅନେକ ସମୟରେ ବ୍ୟକ୍ତି ଠାକୁର ଘରେ ଏମିତି କିଛି ଭୁଲ କରିଥାଏ ଯାହା ଦ୍ଵାରା ସେ ଦରିଦ୍ରତାର ସାମନା କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଠାକୁର ପୂଜା ଘରେ କେଉଁ ଭୁଲ କାମ କରିବା କଥା ନୁହେ ସେହି ବିଷୟରେ କହିବାକୁ ଯାଉଛୁ ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ କେବଳ ଗୋଟେ ଠାକୁରଙ୍କ ଗୋଟେ ମୂର୍ତ୍ତି ରଖିବା ଉଚିତ । ଭଗବାନଙ୍କ ଦୁଇଟି ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ ।

୨- ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଠାକୁର ଙ୍କ ଫୋଟୋ ବ୍ଯତୀତ ଅନ୍ୟ କୌଣସି ପିତୃ ପୁରୁଷଙ୍କ ଫୋଟୋ ବା ଅନ୍ୟ କାହାରି ଫୋଟୋ ରଖିବା ଉଚିତ ନୁହେ । ଏହା ଦ୍ଵାରା ଘରେ ନାକାରାତ୍ମକ ଶକ୍ତିର ବାସ ରହିଥାଏ । ତେଣୁ ଭୁଲରେ ଏ କାମ କରିବା ଉଚିତ ନୁହେ ।

୩- ଯଦି ସିଡି ତଳେ ଠାକୁର ଘର ହୋଇଥାଏ ତେବେ ଏହା ଦରିଦ୍ରତାର କାରଣ ହୋଇଥାଏ । ଯଦି ଏପରି ହୋଇଥାଏ ତେବେ ଘରେ କଳହ ଲାଗି ରହିଥାଏ । ତେଣୁ ଭୁଲରେ ବି ସିଡି ତଳେ ଠାକୁର ଘର କରିବା ଅନୁଚିତ ।

୪- ପୂଜା ଘର ଦକ୍ଷିଣ ଦିଗରେ ତିଆରି କରିବା ଅନୁଚିତ । କାରଣ ଦକ୍ଷିଣ ଦିଗରେ ନାକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଏହା ଦ୍ଵାରା ଘରେ ମଧ୍ୟ ଏହାର ପ୍ରଭାବ ରହିଥାଏ ।

୫- ପିତୃପୁରୁଷଙ୍କ ଫୋଟୋ ସର୍ବଦା ଦକ୍ଷିଣ ଦିଗରର ଲଗାଇବା ଉଚିତ । ଯଦି ଘରର ଅନ୍ୟ କୌଣସି ଜାଗାରେ ପିତୃପୁରୁଷ ଫୋଟୋ ଥାଏ ତେବେ ଏହା ଅଶୁଭ ହୋଇଥାଏ ।

୬- ଯେଉଁ ଘରେ ଠାକୁରଙ୍କ ଫୋଟୋ କାନ୍ଥରେ ଲଗାଯାଏ ତେବେ ସେହି ଘରେ ସକାରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

୭- ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ଉପରେ ସାମାନ ରଖିଲେ ତାହା ଅଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ରହି ନ ଥାଏ ।

୮- ଯେଉଁ ମାନେ ନିଜ ବେଡ ରୁମରେ ପୂଜା ଘର କରିଥାନ୍ତି ତାହା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଅଭାବ ଲାଗି ରହିଥାଏ ।

୯- ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରର କାନ୍ଥର ରଙ୍ଗ ଅଲଗା ରଙ୍ଗ ହେବା ଦରକାର । ଘର କାନ୍ଥ ରଙ୍ଗ ସହ ସମାନ ହେବା ଉଚିତ ନୁହେ । ଯେମିତିକି କଳା, ନୀଳ ଓ ଧଳା ରଙ୍ଗ ହେବା ଅଶୁଭ ହୋଇଥାଏ ।

୧୦- ଯଦି ପୂଜା ଘରେ ବାସୀ ଫୁଲ, ପୁରୁଣା କପଡା ବା ଅନ୍ୟ କୌଣସି ଅଦରକାରୀ ଜିନିଷ ପଡି ରହିଥାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରର ଅନିଷ୍ଟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *