1 ମିନିଟ ବାହାର କରି ଥରେ ଦେଖନ୍ତୁ ଏହି Video, ଦେଖିଲେ ଆପଣ ବି କାନ୍ଦି ପକାଇବେ

ପଶୁ ମାନଙ୍କୁ ବହୁ ପୁରାତନ କାଳରୁ ମଣିଷର ଅନେକ କାମରେ ଲଗା ଯାଉଛି । ସମୟ କ୍ରମେ ମଣିଷ ମଧ୍ୟ ବୁଝି ପାରିଲା ଯେ ସେ ମଧ୍ୟ ପଶୁ ଭଳି ଏକ ଜୀବ ଅଟେ । ଏହା ପରେ ମଣିଷ ମଧ୍ୟ ପଶୁ ସହ ନିଜର ସମ୍ପର୍କ ଗଢିବାକୁ ଆରମ୍ଭ କରିଲା । ମଣିଷ ଓ ପଶୁ ମଧ୍ୟରେ ଥିବା ସମ୍ପର୍କ ରେ ଏମିତି ଏକ ବଣ୍ଡିଙ୍ଗ ରହିଛି ଯାହା ଗଜବ ଅଟେ । ପଶୁ ମାନେ ମଣିଷ ଭଳି ଭଲ ପାଇବାର ଭାଷା ବୁଝିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ମଣିଷ ଓ ପଶୁ ମଧ୍ୟରେ ଥିବା ସମ୍ପର୍କ ର ଅନୁଭୂତି ଓ ଭଲ ପାଇବା ବିଷୟରେ କହିବାକୁ ଯାଉଛୁ । ଆଜିର ଆମର ଏହି ଲେଖାରେ କୁକୁର ମାନେ କିପରି ନିଜ ମାଲିକ ପ୍ରତି ବିଶ୍ଵସ୍ତ ହୋଇଛନ୍ତି ତାହା ଆଲୋଚନା କରିବାକୁ ଯାଉଛୁ ।

ଏହି ଭିଡିଓ ରେ ଗୋଟେ କୁକୁର ନିଜ ମାଲିକ ଯାଉଥିବା ଆମ୍ବୁଲାନ୍ସ ର ପିଛା କରି କରି ଶେଷରେ ଆମ୍ବୁଲାନ୍ସ ଭିତରକୁ ଯାଇ ତା ମାଲିକ ପାଖରେ ପହଞ୍ଚି ପାରିଥିଲା । ଏହା ପରେ ଯେତେବେଳେ କୁକୁର ର ମାଲିକ କୁ ହସପିଟାଲ ଭିତରକୁ ନିଆଗଲା ସେତେବେଳେ ମଧ୍ୟ ଦୁଇ କୁକୁର ମାଲିକ ସହ ରହିଥିଲେ ।

ଦୁଇ କୁକୁର ତାଙ୍କ ମାଲିକ ଙ୍କ ସହ ପରିବାର ସଦସ୍ୟ ଭଳି ହସପିଟାଲରେ ପହଞ୍ଚି ଥିଲେ । ଆମ୍ବୁଲାନ୍ସ ରୁ ତାଙ୍କ ମାଲିକ ଙ୍କୁ ବାହାର କରିବା ସମୟରେ ମଧ୍ୟ ଦୁଇ କୁକୁର ତାଙ୍କ ଆଗ ପଛରେ ଘୁରି ବୁଲୁଥିଲେ ଯାହା ଏହି ଭିଡିଓ ରୁ ଜଣା ପଡୁଛି । କେବଳ ଏତିକି ନୁହେଁ କୁକୁର ଯେମିତି ନିଜ ମାଲିକ ପ୍ରତି ଭଲ ପାଇବା ରହିବାର ପ୍ରମାଣ କରୁଛି ।

ଠିକ ସେହି ପରି ଘାୟଲ ହୋଇଥିବା ମାଲିକ ମଧ୍ୟ ଷ୍ଟେଚର ରୁ ଉଠି ନିଜ କୁକୁର ମାନଙ୍କୁ ଦେଖିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଏହି ଭିଡିଓ ରେ ସ୍ପଷ୍ଟ ଜଣା ପଡୁଛି । କୁକୁର ଙ୍କର ନିଜ ମାଲିକ ପ୍ରତି ଏତେ ଗଭୀରତା ଦେଖି ଡାକ୍ତର ମଧ୍ୟ କୁକୁର ଙ୍କୁ ମାଲିକ ପାଖରେ ବସିବାକୁ ଦେଇଥିଲେ ।

ବାସ୍ତବରେ ଦେଖିବାକୁ ଗଲେ ଗୋଟେ ପଶୁ ଓ ମଣିଷ ମଧ୍ୟ ରେ ଏତେ ଭଲ ପାଇବା ରହିବା ସହ ସମ୍ପର୍କ ରେ ମଧ୍ୟ ଏତେ ଗଭୀରତା ରହିଛି ଯାହା ପ୍ରଶଂସା ର ଯୋଗ୍ୟ ଅଟେ । ଏଠାରେ ଏତିକି କୁହା ଯାଇପାରେ ଯେ କୁକୁର ଓ ମାଲିକ ସମ୍ପର୍କ ବହୁତ ଗଭୀରତା ରହିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *