ନଖ ଉପରେ ଦୃଶ୍ୟ ହେଉଥିବା ଏହି ଅର୍ଦ୍ଧ ଚନ୍ଦ୍ରର ଅର୍ଥ କଣ ହୋଇଥାଏ…?

ବନ୍ଧୁଗଣ ଆମ ଶରୀରରେ ରହିଥିବା କିଛି ନା କିଛି ଚିହ୍ନ ଆମକୁ ସେହି ଚିହ୍ନ ଦ୍ଵାରା କିଛି ସଂକେତ ଦେଇଥାଏ । ଯେଉଁ ଚିହ୍ନ ଆମ ଶରୀରରେ ଥିଲେ ବି ଆମେ ଅନେକ ସମୟରେ ସେହି ସବୁ ବିଷୟରେ ଜାଣିପାରିନଥାଉ । ହେଲେ ସାମୁଦ୍ରିକ ଶାସ୍ତ୍ରରେ ଆମ ଶରୀରର ଗଠନ, ଚିହ୍ନ ଏହିସବୁ କଥାକୁ ଆଧାର କରି ବ୍ୟକ୍ତିର ସ୍ଵଭାବ ଠାରୁ ଆରମ୍ଭ କରି ତା’ ର ଭାଗ୍ୟ ଭବିଷ୍ୟ ଅନେକ କଥା ପର୍ଯ୍ୟନ୍ତ ସୂଚନା ଦେଇଥାଏ ବୋଲି ବର୍ଣ୍ଣିତ ରହିଛି । ତେବେ ଅନେକ ଲୋକଙ୍କର ନଖ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଥାଏ । ଏହି ଚିହ୍ନ ନଖ ଉପରେ ରହିବାର ଅର୍ଥ କଣ ହୋଇଥାଏ ଚାଲନ୍ତୁ ଜାଣିବା ।

ନଖ ଉପରେ ଥିବା ଏହି ଅର୍ଦ୍ଧ ଚନ୍ଦ୍ରର ସ୍ଥିତି ସେହି ବ୍ୟକ୍ତିର ସ୍ଵାସ୍ଥର ସୂଚକ ଅଟେ । ଯେତେବେଳେ ବ୍ୟକ୍ତିର ସ୍ଵାସ୍ଥ ଭଲ ନଥାଏ । ଏହା ନଖ ଉପରୁ ଅଦୃଶ୍ୟ ହୋଇଯାଇଥାଏ । ଯେତେବେଳେ ସ୍ଵାସ୍ଥ ଭଲ ହୋଇଯାଇଥାଏ । ସେତେବେଳେ ପୁନଶ୍ଚ ଏହି ଚିହ୍ନଟି ନଖ ଉପରେ ଦୃଶ୍ୟ ହେବା ଆରମ୍ଭ ହୋଇଯାଇଥାଏ ।

ଯେଉଁ ଲୋକଙ୍କର ହାତର 10 ଟି ଆଙ୍ଗୁଠିରୁ 8 ଟି ଆଙ୍ଗୁଠିର ନଖ ଉପରେ ଏହି ଚିହ୍ନ ରହିଥାଏ । ତେବେ ଏହା ସେହି ବ୍ୟକ୍ତିର ସ୍ଵାସ୍ଥବସ୍ତା ବହୁତ ଭଲ ଅଛି ବୋଲି ଦର୍ଶାଇଥାଏ ।ହେଲେ ଯେଉଁ ଲୋକମାନଙ୍କର ଆଙ୍ଗୁଠିରୁ ଏହି ଚିହ୍ନ ବାରମ୍ବାର ଅଦୃଶ୍ୟ ହେବାକୁ ଲାଗୁଥାଏ । କେବଳ ବୁଢା ଆଙ୍ଗୁଠିକୁ ଛାଡି ଅନ୍ୟ ସବୁ ଆଙ୍ଗୁଠିରୁ ଏହା ଅନେକ ସମୟରେ ଅଦୃଶ୍ୟ ହୋଇଯାଉଥାଏ । ତେବେ ସେହି ବ୍ୟକ୍ତି ନିଜ ସ୍ଵାସ୍ଥ ଉପରେ ଅଧିକ ଗୁରୁତ୍ଵ ଦେବା ଆବଶ୍ୟକ ।

ନଚେତ ନିକଟରେ ସେହି ବ୍ୟକ୍ତିର ସ୍ଵାସ୍ଥ ଅବସ୍ଥା ବିଗିଡିବାର ସମ୍ଭାବନା ରହିଥାଏ । କାରଣ ବ୍ୟକ୍ତି ଯେତେବେଳେ କୌଣସି ରୋଗ, ବେମାରୀରେ ପୀଡିତ ହେବାର ଥାଏ । ତାହାର କିଛି ଦିନ ପୂର୍ବରୁ ହିଁ ଏହି ଅର୍ଦ୍ଧ ଚନ୍ଦ୍ର ସେହି ଲୋକର ଆଙ୍ଗୁଠିରୁ ଅଦୃଶ୍ୟ ହୋଇଯାଇଥାଏ । ତେଣୁ ଯେତେବେଳେ ଆପଣ ମାନେ ଏପରି କିଛି ହେଉଥିବାର ଦେଖିବାକୁ ପାଇଥାନ୍ତି ।

ତେବେ ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥର ସଠିକ ଯତ୍ନ ନେବା ଉଚିତ । ତେବେ ମେଡିକାଲ ଭାଷାରେ ନଖରେ ରହିଥିବା ଏହି ଅର୍ଦ୍ଧ ଚନ୍ଦ୍ର ଶରୀରରେ ଆଇରନର କମ୍ ହେବାକୁ ଦର୍ଶାଇଥାଏ । ଏଥିସହ ଥାଇରଏଡ ଥିବାର ମଧ୍ୟ ସୂଚିତ କରାଇଥାଏ । 

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *