ଘରର କାନ୍ଥ ବା ଛାତ ଉପରେ ଅସ୍ଵସ୍ଥ ଗଛ ଉଠିଲେ କେଉଁ ସଂକେତ ମିଳିଥାଏ ? Ajira Anuchinta

ବନ୍ଧୁଗଣ ଅନେକ ସମୟରେ ଦେଖାଯାଏ କି ଘରର ଛାତ ଉପରେ ଓସ୍ତ ବା ଅଶ୍ବସ୍ତ ଗଛ ଆପେ ଆପେ ଉଠିଥାଏ । ଯେଉଁ ବ୍ୟକ୍ତି ମାନେ ବିଧି ବିଧାନ ଅନୁଯାୟୀ ଅଶ୍ବସ୍ତ ଗଛକୁ ଲଗାଇ ତାର ସେବା କରିଥାନ୍ତି ସେମାନେ ପରଲୋକରେ ଭଗବାନ ଶ୍ରୀ ହରିଙ୍କ ସାନିଧ୍ୟ ପ୍ରାପ୍ତ କରିଥାନ୍ତି । ତେଣୁ ଅଶ୍ବସ୍ତ ଗଛର ମହିଳା ସନାତନ ଧର୍ମ ରେ ବହୁ ଉର୍ଦ୍ଧ ରେ ରହିଛି । ଏହା ସହ ଶ୍ରୀମଦ ଭଗବତ ଗୀତା ରେ ବିଭୂତି ଯୋଗରେ ମଧ୍ୟ ସୁନ୍ଦର ଭାବେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଛନ୍ତି ସବୁ ଗଛ ମାନଙ୍କରେ ମଧ୍ୟରେ ଓସ୍ତ ଗଛ ହେଉଛି ଶ୍ରେଷ୍ଠ । ଶାସ୍ତ୍ର ଅନୁଯାୟୀ ଭଗବାନ ହରି ଓ ବିଶୁଣୁ ଓସ୍ତ ଗଛର ସ୍ୱରୂପ ବୋଲି ମାନା ଯାଇଥାଏ ।

ଯେଉଁ ବ୍ୟକ୍ତି ଓସ୍ତ ଗଛକୁ ରୋପଣ କରି ତାର ସେବା ଯତ୍ନ କରିଥାନ୍ତି ସେମାନେ ମୃତ୍ୟୁ ପରେ ଭଗବାନ ବିଶୁଣୁଙ୍କର ସାନିଧ୍ୟ ଲାଭ କରିଥାନ୍ତି ଯାହା ଶାସ୍ତ୍ର ରେ କୁହା ଯାଇଛି । ସ୍କନ୍ଧ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଓସ୍ତ ଗଛକୁ ଲଗାଇଥାନ୍ତି ସେମାନେ ଐଶ୍ଚର୍ଜ୍ୟ ଲାଭ କରିଥାନ୍ତି । ଏହା ସହ ଧନ ଓ ଆୟୁଷ ବୃଦ୍ଧି ହୋଇଥାଏ । ପିତୃ ପୁରୁଷ ମାନେ ମୁକ୍ତି ପାଇଥାନ୍ତି । ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଯଦି ଆପଣଙ୍କ ଘରେ ବା କାନ୍ଥ ରେ ଆପେ ଆପେ ଓସ୍ତ ଗଛ ଉଠିଥାଏ ତେବେ ଆପଣ ଜାଣିବାକୁ ପାଇବେ କି ଆପଣଙ୍କର ଘରର ପିତୃ ପୁରୁଷ ମୋକ୍ଷ ପାଇ ନାହାନ୍ତି । ଯେଉଁ ଘରେ ପିତୃ ଦୋଷ ଥାଏ ବା ଯେଉଁ ଜାଗାରେ ପିତୃ ଦୋଷ ରହିଥାଏ ସେଠାରେ ଓସ୍ତ ଗଛ ଆପେ ଆପେ ଉଠିଥାଏ । ଏଭଳି ଜାଗାରେ ଅଶ୍ବସ୍ତ ଗଛ ର ଆବିର୍ଭାବ ହୋଇଥାଏ ।

ଓସ୍ତ ଗଛ ହେଉଛି ଦେବ ବୃକ୍ଷ । ତେଣୁ ଦେବ ବୃକ୍ଷ କୁ ଏମିତି ଓପାଡି ଦେବା ଉଚିତ ନୁହେଁ । ଆପଣଙ୍କ ଘରେ ବା କାନ୍ଥ ରେୟସ୍ତ ଗଛ ଉଠିଥିଲେ ଜାଣିବେ ପିତୃ ଦୋଷ ଲାଗିଛି ଯାହା ପାଇଁ ଆପଣଙ୍କ ଘରର ଓ ପରିବାର ସଦସ୍ୟଙ୍କର ଅବନ୍ନତି ଘଟିବାର ସୂଚନା ମିଳିଥାଏ । ତେଣୁ ଏଭଳି ହେଲେ ଚିନ୍ତା କରିବାର କିଛି କାରଣ ନାହି ।

ଏଥିପାଇଁ ଏହାର ପ୍ରତିକାର ବବାଦରେ ରବିବାର ଦିନ ଅପରାହ୍ନ ୧୨ଟା ସମୟରେ ଗୋଟେ ନୀଳ ଲେମ୍ବୁ ଓ କଞ୍ଚା ଲଙ୍କା ନେଇ ଓସ୍ତ ଗଛ ମୂଳରେ ରଖି ନମସ୍କାର କରନ୍ତୁ । ନମସ୍କାର କରିବା ପରେ ଦିନ ୪ଟା ବେଳକୁ ଓସ୍ତ ଗଛ ପାଖକୁ ଯାଇ ଚେର ସହ ଗଛ ଓପାଡି ଦିଅନ୍ତୁ । ଯଦି ଗଛ ଚେର ସହ ଓପାଡିଗଲା ତେବେ ଅନ୍ୟ ଜାଗାରେ ନେଇ ଏହାକୁ ରୋପଣ କରନ୍ତୁ ।

ଯଦି ଚେର ଛିଡିଯାଏ ତେବେ ଗଛ ସହ ନଦୀରେ ପ୍ରବାହିତ କରନ୍ତୁ । ଯେଉଁ ଲେମ୍ବୁ ଓ ଲଙ୍କା ଗଛ ମୂଳରେ ରଖିଥିବେ ତାହାକୁ ସେମିତି ରହିବାକୁ ଦେବେ । ଆପଣଙ୍କ ଘରେ ଯେଉଁ ପିତୃ ଦୋଷ ଅଛି ତାହା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *