ଶ୍ରାବଣ ସୋମବାର ଦିନ ୧ ମୁଠା ଲୁଣ ଏଠି ଫିଙ୍ଗି ଦିଅନ୍ତୁ ଛପରଫାଡ଼ି ଧନ ଆସିବ ।

ବନ୍ଧୁଗଣ ବର୍ତ୍ତମାନ ଶ୍ରାବଣ ମାସର ପାବନ ପର୍ବ ଚାଲୁଅଛି । ମହାଦେବଙ୍କ କୃପା ପାଇବାକୁ ଲୋକେ ଅନେକ ଉପାୟମାନ କରିଥାନ୍ତି । ଏହି ମାସରେ ଯେଉଁ ଉପାୟ କରାଯାଏ ତାହାର ଫଳ ଅବଶ୍ୟ ମିଳିଥାଏ । କିଛି ଫଳ ବହୁତ ଜଲ୍ଦି ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଘରେ ଥିବା ଖରାପ ଶକ୍ତି ଦୂର ହେବ, ବ୍ୟକ୍ତି ଧନବାନ ହୋଇପାରିବ, ଯାହା ବି ସମସ୍ଯା ଥିବ ତାହା ନିଶ୍ଚିନ୍ତ ଭାବେ ଦୂର ହେବ । ଆସନ୍ତୁ ଜାଣିବା ସେହି ଖାସ ଉପାୟ ବିଷୟରେ ।

ଆଜି ଆମେ ଯେଉଁ ଉପାୟ ବିଷୟରେ କହୁଛୁ ତାହା ହେଉଛି ଲୁଣ ର ପ୍ରୟୋଗ । ଏମିତିରେ ପୂଜା ବା ବ୍ରତରେ ଲୁଣର ପ୍ରୟୋଗ କରାଯାଏ ନାହିଁ । କିନ୍ତୁ ଏହି ଉପାୟ କରିଲେ କୌଣସି ଦୋଷ ଲାଗେନି । ଭାଗ୍ୟ ବଦଳିବ । ଲୁଣକୁ ଜ୍ଯୋତିଷ ଶାସ୍ତ୍ରରେ ଅଧିକ ମହତ୍ଵ ମାନାଯାଏ । ଯଦି କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଅଛନ୍ତି ତେବେ ସମୁଦ୍ର ଲୁଣର ବ୍ୟବହାର କରିବା ଉଚିତ ନୁହେଁ ।

ଘରର କୌଣସି କୋଣରେ କାଚ ପାତ୍ରରେ ଲୁଣ ଭରିକି ରଖିଲେ ଘରେ ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ଯଦି ମନରେ ଖରାପ ଚିନ୍ତାଧାରା ଆସୁଛି ତେବେ ଏହାର ନିବାରଣ ଲୁଣ ରଖିବା ଦ୍ଵାରା ହୋଇଥାଏ । ତେଣୁ ଘରେ କାଚ ପାତ୍ରରେ ଲୁଣ ରଖିବା ଉଚିତ । କାହାକୁ ହାତକୁ ଲୁଣ ଦେବା ଉଚିତ ନୁହେଁ । ଏହାଦ୍ବାରା ଦୁର୍ଭାଗ୍ୟ ମାଡି ଆସେ ।

ଘରର ମୁଖ୍ୟ ଦ୍ଵାରରେ ଲୁଣକୁ ନାଲି କପଡା ରେ ବାନ୍ଧି ଦେବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଲୁଣ ରଖୁଥିବା ଜାଗାରେ 4ରୁ 5ଟି ଲବଙ୍ଗ ପକାଇ ଦିଅନ୍ତୁ । ଏହାଦ୍ବାରା ଧନର ବୃଦ୍ଧି ହେବ ସହ ଧନ ସ୍ଥାୟୀ ଭାବେ ରହିଥାଏ । କାଚ ଗ୍ଲାସରେ ଲୁଣ ଓ ପାଣି ମିଶାଇ ଘରର ନେତୃତ୍ଵ କୋଣରେ ରଖିବା ଦ୍ଵାରା ଓ ଏହା ପଛରେ ନାଲି ରଙ୍ଗର ବଲ ଜଳାଇ ଦିଅନ୍ତୁ ।

ସପ୍ତାହର କୌଣସି ଦିନ ଲୁଣ ପାଣିରେ ପକାଇ ପୋଛା ମାରିଲେ ଭଲ ହୋଇଥାଏ । ସୋମବାର ଦିନ ଛୋଟ ପିଲାଙ୍କୁ ଲୁଣ ପାଣିରେ ପକାଇ ଗାଧୋଇ ଦେଲେ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ । ଯଦି କେହି ଚିନ୍ତାରେ ଅଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ହାତ ଗୋଡ ଧୋଇଲେ ଭଲ ନିଦ ଆସିଥାଏ । ଯଦି ମନରେ ଚିନ୍ତା ଅଛି କିଛି ଲୁଣ ହାତରେ ରଖି ଛିଡା ହୁଅନ୍ତୁ ।

ଏହା ପରେ ଓମ ମନ୍ତ୍ର କୁ 27 ଥର କହି ଲୁଣ କୁ ପାଣିରେ ଭସାଇ ଦିଅନ୍ତୁ । ଲୁଣକୁ ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ । ଏହି ଉପାୟ କରିଲେ ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥାଏ । ଲୁଣ ଜଳରେ ସ୍ନାନ କରିବା ଦ୍ଵାରା ମନ ଶାନ୍ତ ରହିଥାଏ । ଦାମ୍ପତ୍ୟ ଜୀବନରେ କଳହ ହେଉଥିଲେ ଏକ ମାସ ଯାଏଁ ସେନ୍ଧା ଲୁଣ ବେଡ ରୁମର ଏକ କୋଣରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *