କେଉଁ ମାସରେ ଜନ୍ମ ନେଇଥାନ୍ତି ଭାଗ୍ୟବାନ ସନ୍ତାନ? ଦେଖନ୍ତୁ ଭୃଗୁ ସଂହିତାର ପ୍ରମାଣ ସହ- Jyotisha Shastra

ପ୍ରତେକ ମଣିଷ ଜୀବନରେ କିଛି ନ କିଛି ଇଚ୍ଛା ରଖିଠେ । ସେଥି ମଧ୍ୟରୁ ସନ୍ତାନ ପ୍ରାପ୍ତି ର ଇଚ୍ଛା ଅନ୍ଯତମ ଅଟେ । ପ୍ରେତକ ପୁରୁଷ ବା ନାରୀ ନାରୀ ବିବାହ ପରେ ନିଜର ସନାତନ ସୁଖକୁ ନେଇ ବହୁତ ଆଗ୍ରହୀ ହୋଇଥାନ୍ତି । ଏହା ଏକ ସ୍ଵାଭାବିକ କଥା ଅଟେ । କିନ୍ତୁ ଏମିତି କିଛି ପିଲା ମାନେ ଅଛନ୍ତି ଯେଉଁ ମାନେ କିଛି ଖାସ ଗୁଣର ହୋଇଥାନ୍ତି । ଏଭଳି ସନ୍ତାନ ମାନେ ସୌଭାଗ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି ଯାହା ଏପାଇଁ ସେମାନଙ୍କର ବାପା ମା ବହୁତ ଉପରକୁ ଉଠିଥାନ୍ତି । ଆଜି ଆମେ ଆପଣଙ୍କୁ କେଉଁ ମାସରେ ସନ୍ତାନ ଜନ୍ମ ହେଲେ ଭାଗ୍ଯବାନ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯେମିତି ୧୨ଟି ରାଶି ରହିଛି ଠିକ ସେମିତି ୧୨ଟି ମାସ ମଧ୍ୟ ରହିଛି । ତେବେ ୧୨ ମାସର ବିଶେଷ ମହତ୍ଵ ମଧ୍ୟ ରହିଛି । ପ୍ରତେକ ମାସର କିଛି ନା କିଛି ବିଶେଷ ମହତ୍ଵ ରହିଛି ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ସୁଖ ସବୁ କିଛି ନିର୍ଭର କରିଥାଏ । ଭୃଗୁ ସଂହିତା ଅନୁଯାୟୀ ବୈଶାଖ ମାସରେ ଯେଉଁ ପିଲା ଜନ୍ମଗ୍ରହଣ କରିଥାନ୍ତି ସେମାନେ ସୁଲକ୍ଷଣ, ଚତୁର, ଗୁଣବନ୍ତ, ଦେବା ବ୍ରାମହଣ ଭକ୍ତ, ଅତ୍ୟନ୍ତ କାମୀ ଓ ଭାଗ୍ୟବାନ ହୋଇଥାନ୍ତି ।

ଏହା ବ୍ଯତୀତ ଯେଉଁ ପିଲା ମାନେ ଜ୍ୟଷ୍ଠ ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ଦୀର୍ଘସୁତୀ, କ୍ଷମତାଶୀଳ, ଦେଶ ବିଦେଶ ଭ୍ରମଣକାରୀ ତଥା ଭାଗ୍ଯବାନ ହୋଇଥାନ୍ତି । ଆଗକୁ ବୃଗୁ ସଂହିତା ରେ କୁହା ଯାଉଛି କି ଯେଉଁ ପିଲା ମାନଙ୍କର ଆଶ୍ଵିନ ମାସରେ ଜନ୍ମ ହୋଇଥାଏ ବା ଯେଉଁ ମାନେ ଆଶ୍ଵିନ ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ରାଜ ଦରବାର ରୁ ଧନ ପ୍ରାପ୍ତ କରନ୍ତି, ବିଦ୍ୟାବନ୍ତ ହୁଅନ୍ତି, ଦାତା, ଗୁଣବାନ, ଭାଗ୍ଯବାନ ଓ ଧନବାନ ହୋଇଥାନ୍ତି । ଏହା ଛଡା ଯେଉଁ ପିଲା ମାନେ କାର୍ତ୍ତିକ ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ସୁ-କର୍ମୀ, ଧନବନ୍ତ, ଭାଗ୍ଯବାନ, ବ୍ୟବସାୟରେ ପ୍ରବୀଣ ହୋଇଥାନ୍ତି ।

ଆଗକୁ ଭୃଗୁ ସଂହିତା ରେ କୁହ ଯାଉଛି କି ଯେଉଁ ପିଲା ମାନେ ଚୈତ୍ର ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି, ସତ କର୍ମୀ, ବିନୟୀ, ସୁଖ ଭୋଗୀ, ସରକାରଙ୍କ ଅଧୀନରେ ଉଚ୍ଚ ପଦବୀ ରେ ଅଧିଷ୍ଠିତ ହୋଇଥାନ୍ତି । ତେବେ ୧୨ ମାସ ମଧ୍ୟରୁ ବୈଶାଖ, ଜ୍ୟଷ୍ଠ, କାର୍ତ୍ତିକ, ଆଶ୍ଵିନ ଓ ଚୈତ୍ର ମାସରେ ଜନ୍ମଗ୍ରହଣ କରିଥିବା ପିଲା ମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି ।

ତେବେ ଏହି ସବୁ ମାସରେ ଜନ୍ମ ହେଉଥିବା ସନ୍ତାନ ମାନେ ବହୁତ ଉଚ୍ଚ କୋଟିର ହେବା ସହ ଉଚ୍ଚ ପଦରେ ମଧ୍ୟ ପ୍ରତିଷ୍ଠାବାନ ହୋଇଥାନ୍ତି । ଏଭଳି ଭାଗ୍ୟବାନ ପିଲାଙ୍କର ଅଭିଭାବକ ମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *