Jhilik ଙ୍କ ପରିବାରକୁ ଏକା ଥରେ ଆସିଲା 3ଟି ଖୁସି, ଲକ୍ଷ୍ମୀ ହୋଇ ଜନ୍ମ ହେଲେ 2 ଝିଅ, ସ୍ଵାମୀ Pritiranjanଙ୍କୁ ମିଳିଲା ବଡ ସଫଳତା…

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଓଡିଆ ଅଭିନେତ୍ରୀ ମାନେ ବିଶେଷ କରି ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ତଥା ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ନିଜର ବୈବାହିକ ଜୀବନୀ ଓ ମା ହେବାକୁ ନେଇ ବେଶ ଚର୍ଚ୍ଚା ରେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ତଳେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଦୁଇ ଟି କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ।

ଦୁଇ ଟି ଜାଆଁଳା ଝିଅ ଙ୍କୁ ଜନ୍ମ ଦେଇ ଥିବାରୁ ଝିଲିକ ଓ ତାଙ୍କ ପୁରା ପରିବାର ବେଶ ଖୁସି ଥିବାର ନିଜେ ଝିଲିକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆପଣ ମାନେ ଜାଣିଥିବେ ଝୋଲି ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଙ୍କ ସହ ବିବାହର ଅନେକ ବର୍ଷ ପରେ ଦୁହିଙ୍କର ଦୁଇ ଟି କନ୍ୟା ସନ୍ତାନ ଜନ୍ମ ହୋଇଛି ।

ତେବେ ଝିଲିକ ପ୍ରେଗନେଣ୍ଟ ଥିବା ଅବସ୍ଥାରେ ମଧ୍ୟ ନିଜର ଶୁଟିଙ୍ଗ ଜାରି ରଖିଥିଲେ ଯାହାର ଭିଡିଓ ଆପଣ ମାନେ ଦେଖିଥିଲେ । ତେବେ କୁହାଯାଏ ଝିଅ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ ଯାହା ଝିଲିକ ଓ ପ୍ରୀତି ରଞ୍ଜନ ଘଡାଇ ଙ୍କ କ୍ଷେତ୍ର ରେ ଠିକ ସାବ୍ୟସ୍ତ ହୋଇଛି ।

ତେବେ ଦୁଇ ଝିଅ ଝିଲିକ ଓ ତାଙ୍କ ସ୍ଵାମୀ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କ ଲକି ସାବ୍ୟସ୍ତ ହୋଇଛନ୍ତି । ଦୁଇ ଝିଅ ବାପାଙ୍କ ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଛନ୍ତି । ତେବେ ଝିଅ ହେବାର ଦୁଇ ଦିନ ପରେ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ମନ୍ତ୍ରୀ ପଦ ମିଳିଛି । ତେବେ ଗତ କାଲି ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ପ୍ରୀତି ରଞ୍ଜନ ଘଡଇ ।

ତେବେ ପ୍ରୀତି ରଞ୍ଜନ ଙ୍କ ବା ପ୍ରଫୁଲ ଘଡାଇ ଅର୍ଥ ମନ୍ତ୍ରୀ ଥିଲେ । କିନ୍ତୁ ପ୍ରୀତି ରଞ୍ଜନ ଘଡାଇ ଏ ଯାଏଁ ମନ୍ତ୍ରୀ ପଦ ପାଇ ନ ଥିଲେ । ଦୁଇ ଝିଅ ହେବ ପରେ ତାଙ୍କୁ ମନ୍ତ୍ରୀ ପଦରେ ଜାଗା ମିଳିଛି । ତେବେ ଏ ନେଇ ଝିଲିକ, ପ୍ରୀତି ରଞ୍ଜନ ଘଡାଇ ତାଙ୍କର ପୁରା ପରିବାର ବେସ ଖୁସି ଥିବାର ନଜର ଆସିଛନ୍ତି ।

ତେବେ ଦୁଇ ଝିଅ ବା ଦୁଇ ଜଣ ଲକ୍ଷ୍ମୀ ଘରକୁ ଆସିବା ପରେ ଆସିଛି ଏତେ ବଡ ଖୁସି ଖବର । ଆଶା କରୁଛୁ ଝିଲିକ ଓ ପ୍ରୀତି ରଞ୍ଜନ ଘଡାଇଙ୍କ ଦାମ୍ପତ୍ୟ ଜୀବନ ଆଗକୁ ସୁଖମୟ ରହୁ ଓ ଦୁହିଙ୍କର ଦୁଇ ଝିଅ ମଧ୍ୟ ବେଶ ଭଲରେ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *