ହେ ଠାକୁର …କୁନି ପୁଅକୁ ରକ୍ଷା କର, ବୋରୱେଲରେ 48 ଘଣ୍ଟା ପରେ ରାହୁଲ କିପରି ଅଛି ? ଦେଖନ୍ତୁ Video…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ଏକ ଖବର ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଯାହା ଥିଲା ୧୦ ବର୍ଷର ବାଳକ ୮୦ ଫୁଟ ତଳକୁ ଖସି ଯାଇଛି । ଦୀର୍ଘ ୪୮ ଘଣ୍ଟା ବୀତି ଯାଇଥିଲେ ମଧ୍ୟ ବାଳକଟି ଗାତା ଭିତରୁ ବାହାରିପାରୁ ନାହି । ଗତ ୩ ଦିନ ହେବ ବୋରୱେଲରେ ଫାଶୀ ରହିଛି ୧୦ ବର୍ଷର ନାବାଳକ । ଏବେ ନାବାଳକ ରାହୁଲଙ୍କୁ ଉଧାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି NDRF ଟିମ । SDRF ଓ ରୋବୋଟିକ ଟିମ ମଧ୍ୟ ନାକେଦମ ହେଲାଣି କିନ୍ତୁ ସୁଫଳ ହୋଇ ନାହାନ୍ତି । ଖନନ ବେଳେ ପଥର ପ୍ରତିବନ୍ଧକ ସାଜିଛି ।

ଏ ଯାଏଁ ୫୦ ଫୁଟରୁ ଅଧିକ ଗାତ ଖୋଳା ଯାଇଥିବା ବେଳେ ଆଗକୁ ୧୫ ଫୁଟର ଟନେଲ ଖୋଳି ରାହୁଲକୁ ଉଧାର କରିବାକୁ ଯୋଜନା ରଖାଯାଇଛି । ଖନନ ଚାଲିଛି ରାତିଦିନ ନିଯୋଜିତ ହୋଇଛି ୪ଟି ବ୍ରୋକେଲିନ, ଭାଇଆବ୍ରେଟସ, ୪ଟି ଜେସିବି ତଥାପି ପହଞ୍ଚି ପାରି ନାହି । ଆଜିକୁ ୩ ଦିନ ହେବ ରାହୁଲ ଗାତ ଭିତରେ ଫଶୀ ରହିଛନ୍ତି ।

ଖନନ ବେଳେ ପଥର ପଡିବାରୁ ରାହୁଲ ରାଏପୁରରୁ ହେଭି ମେଶନାରୀ ଅଣା ଯାଇଛି । ଏପରିକି ଗୁଜୁରାଟରୁ ଏକ ରୋବୋଟିକ ଟିମ ବି ନିଯୋଜିତ ରହିଛି । ଆଉ କିଛି ଦୂର ଖନନ ପରେ ଆରମ୍ଭ ହେବ ଟନେଲ ଖୋଲିବା ପ୍ରକ୍ରିୟା । ୧୫ ଫୁଟର ଟନେଲ ଖନନ ପରେ ହିଁ ରାହୁଲଙ୍କୁ ଯେମିତି ଉଧାର କରାଯାଇ ପାରିବ ।

ସେଥିପାଇଁ ଅତି ସାବଧାନତାର ସହ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅପରେସନରେ ସାମିଲ ଥିବା NDRFର ଜଣେ ଟିମ ଅଧିକାରୀ । ତେବେ ଆଶ୍ବସ୍ତିକର କଥା ହେଉଛି ଅଘଟଣର ୨ ଦିନ ପରେ ବି ରାହୁଲ ସୁରକ୍ଷିତ ରହିଛି । କୁହାଯାଉଛି ରାହୁଲ ଜଣେ ହଟିଜିନ ଶିଶୁ । ହଲରେ ସେ କଥା କହିପାରେ ନାହି । କ୍ୟାମେରାରେ କେବଳ ହାତ ମୁଣ୍ଡ ହଲାଇବାର ଦେଖା ଯାଉଛି ।

କିନ୍ତୁ ସେ କୌଣସି ଇସାରା କରୁ ନାହି । ମଝିରେ ମଝିରେ ହାଲିଆ ହୋଇ ଘୁମେଇ ପଡୁଛି । ରାହୁଲକୁ ଖାଇବା ପାଇଁ କଦଳୀ ଦିଆଯିବା ସହ ନିୟମିତ ବ୍ଯବଧାନରେ ଓଆରଏସ ପାଣି ମଧ୍ୟ ପଠାଯାଉଛି । ଖାଦ୍ୟପେୟ ଗ୍ରହଣ କରୁଥିବା ରାହୁଲ ସୁସ୍ଥ ଥିବା ଆଶା କରା ଯାଉଛି । ଏପରିକି ପାଇ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଜୁଛି ।

ରାହୁଲର ସ୍ୱାସ୍ଥ୍ୟ ଅନୁଧ୍ୟାନ କରିବା ପାଇଁ ଡାକ୍ତର ଟିମ ଉପସ୍ଥିତି ଥିବା NDRF ଟିମ କହିଛନ୍ତି । ଛତିଶଗଡ ଯାଞ୍ଜଗିରି ଚମ୍ପା ଜିଲ୍ଲା ଫିରିଡି ଗାଁ ର ରାହୁଲ ସାବୁଙ୍କୁ ଉଧାର କରିବା ପାଇଁ ଛତିଶଗଡ ପୋଲିସ ସହ ୩୬ ଜଣ ଯବାନକୁ ନିଯୋଜିତ କରାଯାଇଛି ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ କାର୍ଜ୍ୟଳୟ ରୁ ଟ୍ବିଟ କରାଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *