ଘରକୁ ଦାରିଦ୍ରତା ଆସିବା ପୂର୍ବରୁ ମିଳେ ଏହି 9ଟି ସଂକେତ! ଏବେ ହିଁ ଚେକ କରନ୍ତୁ କଣ ଆପଣଙ୍କ ଘରେ ହେଉଛି କି ଏହି ସବୁ- Vaastu Tips

ଜ୍ଯୋତିଷ ଅନୁସାରେ ଘରେ କେବେ ଦାରିଦ୍ରତା ଆସିଥାଏ ତେବେ ଛୋଟ ଛୋଟ ସଂକେତ ମିଳିଥାଏ । ଯାହା ଦ୍ଵାରା ଜଣ ପଡିଥାଏ ଘରେ କୌଣସି ବିପଦ ଆସିବାକୁ ଯାଉଛି । ଘରକୁ ବିପଦ ଆସିବାର ଥିଲେ ପ୍ରଥମେ ଘରେ ଲାଗିଥିବା ତୁଳସୀ ଗଛ ଉପରେ ଅଧିକ ପ୍ରଭାବ ପଡିଥାଏ । ତୁଳସୀ ଗଛ ଶୁଖିଯାଏ ଯାହା ଦ୍ଵାରା ଘରେ ସଙ୍କଟ ଆସିବାର ସଂକେତ ମିଳିଥାଏ । ଏହା ବ୍ଯତୀତ ଖାଦ୍ଯରେ କାଳ ପିମ୍ପୁଡି ପଡିଗଲେ ଘରକୁ ଆସୁଥିବା ସଙ୍କଟର ସୂଚନା ମିଳିଥାଏ । ଯଦି ଗଛ ଲାଗିଛି ଓ ଗଛ ସୁଖୀ ଯାଇଛି ତେବେ ଏହାକୁ ତୁରନ୍ତ କାଟିବା ଉଚିତ ।

ଗଛଲତା ଗୁଡିକ ସର୍ବଦା ହରାଭରା ରହିବା ଉଚିତ । ଗଛଲତା ଗୁଡିକ ଶୁଖିଗଲେ ବୁଧ ଗ୍ରହର ଖରାପ ପ୍ରଭାବ ରହିବା ସହ କରଜ ବୃଦ୍ଧି ପାଇଥାଏ । ଘରେ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଝାଡୁ ଉପରେ ପାଦ ରଖିବା ଅନୁଚିତ । ଅଚାନକ ଘରେ ଛୋଟ ପିଲା ଝାଡୁ ଲଗାଇଲେ ଘରେ ଅତିଥିଙ୍କ ଆଗମନ ହେବାର ସୂଚନା ଦେଇଥାଏ ।

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଇଲେ ଦୁର୍ଭାଗ୍ୟ ଆସିଥାଏ । ସନ୍ଧ୍ଯା ସମୟରେ ଝାଡୁ ଘରେ ଲଗାଇବା ଅନୁଚିତ । ଖାଇବା ପୂର୍ବରୁ ଝାଡୁ ଲଗାଇବା ଉଚିତ । ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ । ଘରର କୌଣସି ସଦସ୍ୟ ବାହାରକୁ ଯିବା ସମୟରେ ଝାଡୁ ମାରିବା ଅନୁଚିତ । ଝାଡୁକୁ ସର୍ବଦା ଲୁଚାଇ ରଖିବା ଉଚିତ । ଘରେ ପଶ୍ଚିମ ବା ଉତ୍ତର ଦିଗରେ ଝାଡୁ ରଖିବା ଉଚିତ ।

ବାସ୍ତୁ ଅନୁଯାୟୀ ଝାଡୁ ଏଣେତେଣେ ରଖିବା ଦ୍ଵାରା ଆର୍ଥିକ ସମସ୍ଯା ହେବା ସହ ଖର୍ଚ୍ଚ ଅଭଡିଥାଏ । ଗାଈ ବା କୌଣସି ପଶୁକୁ ଝାଡୁରେ ମାରିଲେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଯେଉଁ ଘରେ ଅଚାନକ କ୍ଷୀର ଉତୁରିଥାଏ ସେହି ଘରେ ଖର୍ଚ୍ଚ ବଢିଥାଏ । ଏହା ସହ ଘରର ସଦସ୍ୟ ରୋଗାଗ୍ରସ୍ତ ହେବା ସହ କଳହ ଦେଖାଯାଏ । ଦାଂପତ୍ଯ ଜୀବନରେ ମଧ୍ୟ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

ଘରକୁ ଫେରିବା ପରେ ଯଦି ମୁଖ୍ୟ ଦ୍ଵାରା ଆଗରେ ଝିଟିପିଟି ଦେଖନ୍ତି ତେବେ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାର ସୂଚନା ମିଳିଥାଏ । ଧ୍ୟାନ ରଖିବାକୁ ହେଲେ ସମୟ କେବେ ସମାନ ରୁହେ ନାହି । ଘରେ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ କିନ୍ତୁ ଝିଟିପତି ଶରୀର ଉପରେ ପଡିଲେ ଅଶୁଭ ହୋଇଥାଏ । ଯଦି ଆପଣ ନୂଆ ଘର ନେଇଛନ୍ତି ତେବେ ମୃତ ଝିଟିପିଟି ଦେଖିଲେ ସେହି ଘରେ ପୂଜା କରିବା ଉଚିତ ।

ନଚେତ ସେହି ଘରର ଉନ୍ନତି କେବେ ହୁଏ ନାହି । ଝିଟିପିଟି ମଠା ଉପରେ ପଡିଲେ ଖୁଶିର ଆଗମନ ହୋଇଥାଏ । ଯଦି ଝିଟିପତି ମୁଣ୍ଡ ଉପରେ ପଡିଥାଏ ତେବେ ଜୀବନରେ ଭାରି ସଙ୍କଟ ଆସିପାରେ । ମହିଳାଙ୍କ ବାମ ଆଖି ଡେଇଁଲେ ଭଲ ସମୟ ଓ ଡାହାଣ ଆଖି ଡେଇଁଲେ ଅଶୁଭ ହେବାର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *